ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ସଂପୂର୍ଣ୍ଣ ସିଲ ହେବାକୁ ଯାଉଅଛି କିଶୋର ମଟନ । ଆଜି BMC ର ଏନଫୋର୍ସମେଣ୍ଟ ଟିମ ପହଞ୍ଚିବ କିଶୋର ବାବୁ ଙ୍କ ମଟନ ଦୋକାନରେ । ଆଉ କିଶୋର ମାଡିବସି ହୋଟେଲ କରିଥିବା ସରକାରୀ ଜମି କୁ ଆଜି ଜବାର ଦାଖଲ କରିବା BMC । କାରଣ କୁହା ଯାଉଅଛି ଯେ BMC ର କଥାକୁ ତିଳେ ମାତ୍ର ଖାତିର ଖଲା ନାହିଁ କିଶୋର ବାବୁ । ସେ ହଣ୍ଡା ବସାଇ ଥିଲା ଏବଂ ମଟନ ଫୁଟାଇ ଥିଲା ।
ଆଉ ଟୁଲ ଉପରେ ବସି ଗୋଟିଏ ପରେ ଗୋଟିଏ ପ୍ଳେଟ ବାଢି ଚାଲିଥିଲା ଖାସୀ ମାଂସ । କିନ୍ତୁ ଏହା ପୂର୍ବରୁ ମାତ୍ର ୧୦୦ ଟଙ୍କିଆ ଥିଲା ଦୋକାନ ଲାଇସେନ୍ସ ଏବଂ ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ଚାଲିଥିଲା ଦୋକାନ । ଯେଉଁଥିପାଇଁ BMC କିଶୋର ମଟନ ଦୋକାନକୁ ସିଲ କରିଲା ବୋଲି ଏକ ଟ୍ଵିଟ ମଧ୍ୟ କରିଥିଲା । ଆଉ ସିଲ ହେବାର ୨୪ ଘଣ୍ଟା ମଧ୍ୟ ପୁରି ନଥିଲା । ରାତାରାତି ସବୁ କିଛି ପରିବର୍ତ୍ତନ ହୋଇଗଲା ।
ଆଉ ସକାଳୁ ଚିରାଚରିତ୍ର ଢଙ୍ଗରେ ପସରା ମେଲାଇ ବସିଗଲେ କିଶୋର ଭାଇନା ଏବଂ ପ୍ଳେଟ ପରେ ପ୍ଳେଟ ବାଢି ଚାଲିଲେ ମଟନ । ଗୁରୁବାରରେ ମଧ୍ୟ ହୋଟେଲ ରେ ଲୋକଙ୍କର ଖଚାଖଚ ଭିଡ ଥିଲା । କିଛି ପରିବର୍ତ୍ତନ ନଥିଲା । ସେହି ଅସ୍ଵାସ୍ଥ୍ୟକର ପରିବେଶ ରେ ରନ୍ଧାବଢା ମଧ୍ୟ ଚାଲିଥିଲା । ଏହାପରେ ଉଠିଥିଲା ମାଳମାଳ ପ୍ରଶ୍ନ ।
କିନ୍ତୁ ପ୍ରଶ୍ନ ଉଠୁଥିଲା ଯେ BMC ରେଡ କୁ ୨୪ ଘଣ୍ଟା ପୁରିନାହିଁ, କେମିତି ପସରା ମେଲିଲା କିଶୋର ଭାଇନାଙ୍କର ? ଆଉ ଦୋକାନ ଖୋଲିବାକୁ କିଏ ଦେଲା ଅନୁମତି ? ଆଉ ଏତିକି ବେଳେ ସବୁଠାରୁ ବଡ ପ୍ରଶ୍ନ ଉଠିଥିଲା ଯେତିକି ବେଳେ ସବୁଆଡେ ଜବର ଦାଖଲ ଉଚ୍ଛେଦ ହେଉଛି ସେତେବେଳେ କିଶୋର ଭାଇନା ହୋଟେଲ ଉପରେ BMC ର ନଜର ପଡିନାହିଁ କିଭଳି ?
ଆଉ ଏମିତି ସାମାଜିକ ଗଣ ମାଧ୍ୟମରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ଆଉ ଏହା ପରେ BMC ର କମିସରନର ବିଜୟ ଅମୃତ କୁଲାଙ୍ଗେ ହୋଟେଲ ବିପକ୍ଷରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ । ଦିନେ ଗଞ୍ଜାମ ରେ ଭଲ କାମ କରିଥିବା ସେତେବେଳର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବହୁତ ନାମ ମଧ୍ୟ କମାଇଥିଲେ । ଆଉ ଏବେ ଯେତେବେଳେ ସେ BMC ର କମିଶନର ଅଛନ୍ତି ।
ଆଉ ଯେତେବେଳେ BMC ଉପରେ ମାଳ ମାଳ ପ୍ରଶ୍ନ ଉଠୁଛି ଠିକ ସେତିକି ବେଳେ BMC ର ଏନଫୋର୍ସମେଣ୍ଟ ଟିମ କୁ ଜଣାଇ ଦେଇଛନ୍ତି । ଆଉ ଏହା ସହିତ ପ୍ରତିଶ୍ରୁତି ଦେଇଛନ୍ତି ଯେ ନିଶ୍ଚିନ୍ତ ଭାବରେ କାର୍ଯ୍ୟନୁଷ୍ଠାନ ହେବ । ଆଉ ଏନଫୋର୍ସମେଣ୍ଟ ଟିମ କୁ ଜବର ଦଖଲ ହଟାଇବାକୁ ମଧ୍ୟ କୁହାଯାଇଅଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।