ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଔଷଧୀୟ ପତ୍ର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ଶରୀର ନିମନ୍ତେ ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହା ଆପଣଙ୍କ ଶରୀରରୁ ଅନେକ ପ୍ରକାରର ରୋଗ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଏହି ଘରୋଇ ଲାଭକାରୀ ଉପାୟକୁ ବନାଇବା ନିମନ୍ତେ ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ତେଜପତ୍ର ।
ଯାହା ଆପଣଙ୍କ ଘରର ରୋଷେଇ ଘରୁ ବହୁତ ସହଜରେ ମିଳିଥାଏ । ଏହା ଆପଣଙ୍କ ଖାଦ୍ୟକୁ ସ୍ଵାଦିଷ୍ଠ କରିବା ସହିତ ଆପଣଙ୍କୁ ଅନେକ ରୋଗରୁ ବଞ୍ଚାଇ ଥାଏ । ତେଜପତ୍ର ମନୁଷ୍ୟ ଶରୀର ନିମନ୍ତେ ବହୁତ ଅଧିକ ଚମତ୍କାରୀ ଅଟେ । ଆଣ୍ଟିମାଇକ୍ରୋବାଲ, ଆଣ୍ଟିଫଙ୍ଗଲ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ପ୍ରୋପୋଟିଜର ଗନ୍ତାଘର ଅଟେ । ତେଜପତ୍ର ଦାନ୍ତ ଜନିତ ସମସ୍ତ ସମସ୍ୟା ସହିତ ଭୁଲିଯିବା ଭଳି ମସ୍ତିସ୍କ ଜନିତ ସମସ୍ୟାକୁ ଦୂର କରିଥାଏ ।
ସର୍ବପ୍ରଥମେ ଯେଉଁ ଲୋକ ନିଜ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନେ ପ୍ରତିଦିନ ସକାଳେ ତେଜପତ୍ର ପାଣି ସେବନ କରିବା ଆବଶ୍ୟକ ଅଟେ । ତେବେ ଏହାକୁ କିଭଳି ବନାଇବେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନିଅନ୍ତୁ । ପ୍ରଥମେ ଆପଣ ଏକ ଗ୍ଳାସ ପାଣି ଏକ ପାତ୍ରକୁ ନିଅନ୍ତୁ । ଏହାପରେ ଆପଣ ଏଥିରେ ୩ ରୁ ୪ ଟି ତେଜପତ୍ର ପକାନ୍ତୁ । ଏହାକୁ ପାଣିରେ ଫୁଟାଇବା ପୂର୍ବରୁ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।
ଏହି ପତ୍ରକୁ ଆପଣ ଏକ ଗ୍ଳାସ ପାଣିରେ ରାତିରେ ଭିଯାଇ ରଖନ୍ତୁ । ଏହାପରେ ପରଦିନ ସକାଳେ ଏହାକୁ ଗ୍ୟାସରେ ଏକ ଗ୍ଳାସ ପାଣିରେ ଫୁଟାଇ ଦିଅନ୍ତୁ । ଏହାପରେ ଉଷୁମୁ ଉଷୁମୁ ଖାଲି ପେଟରେ ସକାଳେ ସେବନ କରନ୍ତୁ । ଏଭଳି କରିବା ଦ୍ଵାରା ଏହା ଆପଣଙ୍କ ଶରୀରରେ ଜମିଥିବା ଚର୍ବିକୁ କମ କରିବା ସହିତ ଓଜନ ମଧ୍ୟ କମ କରିଥାଏ ।
ଏହା ସହିତ ଏହା ଆପଣଙ୍କ ଆଣ୍ଠୁ ଜନିତ ବିନ୍ଧା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଆପଣଙ୍କ ଶରୀରର ଜଏଣ୍ଟପେନ ହେଲେ ଅଥବା ବିନ୍ଧା ହେଲେ, ଆପଣ ନିୟମିତ ଏହି ପାଣିର ସେବନ କରିବା ଦ୍ଵାରା ଆପଣଙ୍କୁ ଆରାମ ମିଳିବ । ଯଦି ଆପଣ ପ୍ରତିଦିନ ଭୋଜନରେ ତେଜପତ୍ର ପ୍ରୟୋଗ କରନ୍ତି ତେବେ ଏହା ଆପଣଙ୍କ ଶରୀର ନିମନ୍ତେ ବହୁତ ଲାଭଦାୟକ ଅଟେ ।
ଯେଉଁ ମାନଙ୍କ ମେମୋରୀ ପାୱାର କମ ହୋଇ ଯାଇଅଛି ଅଥବା ଯାହାର ସ୍ମରଣଶକ୍ତିର ଅଭାବ ଅଛି, ତେବେ ସେମାନେ ଏକ ଚାମଚ ତେଜପତ୍ରର ଚୂର୍ଣ୍ଣ ନିଅନ୍ତୁ । ଏହାକୁ ଦହି ସହିତ ମିଶାଇ ସେବନ କରନ୍ତୁ । ଏହାକୁ ଆପଣ ଘୋଳଦହି ଅଥବା ପାଣିରେ ମିଶାଇ ସେବନ କରନ୍ତୁ, ଆପଣ ଦେଖିବେ ଭୁଲିବା ରୋଗ ସଂପୂର୍ଣ୍ଣ ଭାବରେ ଠିକ ହୋଇଯିବ ।
ଯେଉଁ ମାନଙ୍କୁ ମଧୁମେୟ ଅଥବା ଡାଇବେଟିସ ହୋଇଅଛି, ସେମାନେ ମଧ୍ୟ ତେଜପତ୍ର ର ସେବନ କରିବା ଆବଶ୍ୟକ ଏହା ବ୍ଲଡ଼ ସୁଗାର ଲେବଲକୁ କଣ୍ଟ୍ରୋଲ କରିଥାଏ । ଏହାକୁ ଆପଣ ପାଣି ସହିତ ସେବନ କରିପାରିବେ । ଆପଣ ପ୍ରତିଦିନ ଏକ ତାଟିଆ ଦହିରେ ଅଧଚାମଚ ତେଜପତ୍ର ଗୁଣ୍ଡା ନେଇ ଏହାକୁ ଭଲ ଭାବରେ ମିଶାଇ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ଏହାର ଶୁଭଫଳାଫଳ ନିଶ୍ଚିତ ଭାବରେ ମିଳିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।