ଫିଲ୍ମ ପ୍ରଡ୍ୟୁସର Sanjay Nayak କାହିଁକି କହିଲେ ‘ଏଥର ପ୍ରକୃତିକୁ ତୃପ୍ତି ଦେବେ ସଲିଡ ମାଡ଼, ଆଉ ଯେତେ ବେଳେ ସେ ମାଡ ବାଜିବ ନା…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମାନହାନୀ ମାମଲା ଦାୟର କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଗତକାଲି ଉଚ୍ଚ ନ୍ୟାୟଳୟକୁ ଯାଇଥିବା ପ୍ରକୃତି ଆଜି ଭୁବନେଶ୍ୱର କୋର୍ଟରେ ମୋଟ୍‌ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି । ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ମୋକଦ୍ଦମା ଦାୟର କରାଯାଇଛି ।


ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଆଠ ଜଣଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା କରାଯିବ । କିନ୍ତୁ ସେମାନେ ଚିହ୍ନଟ ହୋଇ ନଥିବାରୁ ତାଙ୍କ ନାଁ ଦିଆଯାଇ ନାହିଁ । ତେବେ ସେହିପରି ସୋସିଆଲ ମିଡିଆ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ପ୍ରକୃତି ମିଶ୍ର । ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ୟୁଟ୍ୟୁବକୁ ପକ୍ଷଭୁକ୍ତ କରିଥିବା ତାଙ୍କ ଓକିଲ କହିଛନ୍ତି ।

ୟୁଟ୍ୟୁବରେ ପ୍ରକୃତିଙ୍କ ମାନସମ୍ମାନ ଓ ଇଜ୍ଜତକୁ ଆଞ୍ଚ ଆସିବା ପରି ନ୍ୟୁଜ୍‌ ପ୍ରସାରଣ ହୋଇଛି । ପୋଲିସ ଠାରୁ ନ୍ୟାୟ ନମିଳିବାରୁ କୋର୍ଟ ଯାଇଥିବା ସେ କହିଛନ୍ତି । ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି । ତେବେ ଘରୋଇ ସମସ୍ୟା ହୋଇଥିବାରୁ ପ୍ରକୃତିଙ୍କ ବାପାମା’ ନ୍ୟାୟ ଅପେକ୍ଷାରେ ଥିଲେ ବୋଲି କହିଛନ୍ତି ପ୍ରକୃତିଙ୍କ ଓକିଲ ।

ହେଲେ ଉଭୟ ପରିବାର ମଧ୍ୟରେ ବୁଝାମଣାରେ କୌଣସି ରାସ୍ତା ବାହାରି ପାରିଲା ନାହିଁ । ତେଣୁ ଏବେ ପ୍ରକୃତି ଏପରି ନିଷ୍ପତ୍ତି ନେଇଛନ୍ତି । ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ । ଗତ ଜୁଲାଇ ୨୩ ତାରିଖରେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ପ୍ରକୃତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଉପରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରତିବାଦରେ ଗତକାଲି ହାଇକୋର୍ଟରେ ମାମଲା ଦାଏର କରିଥିଲେ ପ୍ରକୃତି ।

ପ୍ରକୃତି ଅଭିଯୋଗ କରିଥିଲେ ତାଙ୍କ ଏତଲା ଉପରେ ପୋଲିସ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ତେବେ ଏହା ଭିତରେ ସିନେମା ନିର୍ଦେଶକ ସଞ୍ଜୟ ନାୟକ କହିଛନ୍ତି ପ୍ରକୃତି ଯାହା କରୁଛି ତାହା ଭୁଲ ଏବଂ ସେ କାହା ବୁଦ୍ଧି ରେ ଏହା ସବୁ କରିଛି ତାହା ଜଣା ନାହିଁ କିନ୍ତୁ ଯାହା ଭୁଲ ତାହା ଭୁଲ ହୋଇ ରହିବ ।

ତେବେ ଭବିଷ୍ୟତ ରେ ପ୍ରକୃତି ସେଥି ପାଇଁ ବହୁତ ହଇରାଣ ହେବେ କାରଣ ଏହାର ପରିଣାମ ବହୁତ ଭୟଙ୍କର ହେବ । ତେବେ ବର୍ତ୍ତମାନ ସେ ନିଜ କ୍ୟାରିୟର ଦେଖନ୍ତୁ ଏସବୁରେ ପଶି କିଛି ଫାଇଦା ନାହିଁ । ତେବେ ବର୍ତ୍ତମାନ ସମସ୍ତେ ତୃପ୍ତି ଙ୍କ ଉତ୍ତର କୁ ଅପେକ୍ଷା କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *