Puneeth ଙ୍କ ଦେହାନ୍ତ ପରେ ଏବେ 1800 ପିଲାଙ୍କ ପାଠପଢା ଦାୟିତ୍ଵ ନେଲେ ତାମିଲ ଅଭିନେତା Vishal, ସେ ଯାହା କହିଲେ ଶୁଣିଲେ ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ପାୱାର ଷ୍ଟାର ପୁନୀତଙ୍କ ଅ-କା-ଳ ବି-ୟୋ-ଗ ପରେ ଅନେକ ପିଲାଙ୍କ ଗରିବ ପିଲାଙ୍କ ମୁଣ୍ଡ ଉପରୁ ହାତ ଉଠିଯାଇଛି । ପୁନୀତଙ୍କ ଆଶାରେ ଚଳୁଥିବା ସବୁଲୋକ ଏବେ ପୁରାପୁରି ବେସାହାରା ପାଲଟି ଯାଇଛନ୍ତି । ତାଙ୍କ ମୃ-ତ୍ୟୁ ଖବର ଶୁଣି କିଏ ନିଜ ଜୀବନ ହା-ରି ଦେଇଛି ତ କିଏ ଏବେ ଯାଏଁ ମଧ୍ୟ ବିଶ୍ବାସ କରିପାରୁ ନାହିଁ । ପୁନୀତଙ୍କୁ ଅପୁ ଅପୁ କହି ସମସ୍ତେ କାନ୍ଦୁଛନ୍ତି ଓ ମନେ ପକାଉଛନ୍ତି । ଯେଉଁମାନେ ପୁନୀତଙ୍କ ଅନୁଦାନରେ ବଞ୍ଚୁଥିଲେ ସେମାନଙ୍କ ଦାୟିତ୍ଵ ଏବେ କିଏ ନେବ ବୋଲି ସବୁଆଡେ ଭାଳେଣି ପଡିଛି ।

କିନ୍ତୁ ଏହି ସବୁ ତମାମ ପ୍ରଶ୍ନର ଉତ୍ତର ହୋଇ ଏବେ ଠିଆ ହୋଇଛନ୍ତି ଅଭିନେତା ବିଶାଲ । ନିଜ ଫିଲ୍ମ ‘ଏନିମି’ ର ପ୍ରିରିଲିଜ ଇଭେଣ୍ଟରେ ସେ ଏକ ବଡ ଘୋଷଣା କରିଛନ୍ତି । ପୁନୀତ ରାଜକୁମାରଙ୍କ ଅନୁଦାନରେ ପାଠ ପଢୁଥିବା ପୁରା ୧୮୦୦ ପିଲାଙ୍କ ଶିକ୍ଷାରେ ଯେପରି ବାଧା ନ ଉପୁଜେ ସେଥିପାଇଁ ଆଗେଇ ଆସିଛନ୍ତି ବିଶାଲ । ଆଉ ଏବେ ସମସ୍ତ ୧୮୦୦ ପିଲାଙ୍କ ପାଠପଢା ଦାୟିତ୍ଵ ସେ ନିଜେ ବହନ କରିଛନ୍ତି । ତେବେ ଏହି ଅବସରରେ ବିଶାଲ ପୁନୀତଙ୍କ ବିଷୟରେ କହୁ କହୁ ବେଶ ଭାବବିହ୍ଵଳ ହୋଇ ଯାଇଥିଲେ ।

ସେ ଛଳଛଳ ଆଖିରେ ପୁନୀତଙ୍କ ସହ ବିତାଇଥିବା ଅନେକ ଭଲ ସମୟକୁ ପ୍ରକାଶ କରିବା ସହ ପୁନୀତଙ୍କ ବିଭିନ୍ନ ଭଲ କାମ ବିଷୟରେ କହିଛନ୍ତି । ବିଶାଳ ଏହି ଇଭେଣ୍ଟରେ କହିଥିଲେ, ପୁନୀତ କେବଳ ଜଣେ ଅଭିନେତା ନଥିଲେ ବରଂ ଲୋକଙ୍କ ମାନଙ୍କୁ ବୁଝୁଥିବା ଜଣେ ଦରଦୀ ମଣିଷ ଥିଲେ । ୪୫ଟି ଫ୍ରି ସ୍କୁଲ, ୨୪ଟି ଅନାଥ ଆଶ୍ରମ, ୧୬ଟି ଜରାଶ୍ରମ, ୧୯ଟି ଗୋଶାଳାକୁ ସାହାଯ୍ୟ କରିବା ସହ ମୃ-ତ୍ୟୁ ପରେ ସେ ଚକ୍ଷୁଦାନ ମଧ୍ୟ କରିଛନ୍ତି ।

ଗରିବ ପିଲାମାନେ ଯେପରି ପାଠପଢାରୁ ବଞ୍ଚିତ ନ ରୁହନ୍ତୁ ଏଥିପାଇଁ ସେ ସବୁବେଳେ କାର୍ଯ୍ୟ ଜାରି ରଖିଥିଲେ । ପୁନୀତ ଦାୟିତ୍ଵ ନେଇଥିବା ପିଲାଙ୍କ ପାଠାପଢାରେ ଯେପରି କୌଣସି ସମସ୍ଯା ନହୁଏ ଏହାକୁ ଚିନ୍ତା କରି ତାମିଲ ଅଭିନେତା ବିଶାଲ ଏବେ ସେହି ସମସ୍ତ ପିଲାଙ୍କ ପାଠପଢା ଦାୟିତ୍ଵ ନେବେ ବୋଲି କହିଛନ୍ତି । ଆପଣଙ୍କୁ ବିଶାଲଙ୍କ ଏହିଭଳି କାର୍ଯ୍ୟ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *