‘ମୋବାଇଲେ ରେ ପ୍ରେମ ହେଲା, ମିଆଁ ବିବି ରାଜି କ୍ୟାକରେଗା କାଜି’ ନିଜ ସ୍ତ୍ରୀଙ୍କ ବିଷୟରେ କିଛି ଏମିତି କହିଦେଲେ ଯାତ୍ରା ଅଭିନେତା Gopal Tripathy, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ପ୍ରକ୍ଷାତ କଳାକାର ଗୋପାଳ ତ୍ରିପାଠୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅନେକ ଗଣନାଟ୍ୟରେ ଗୋପାଳ ନିଜ ଅଭିନୟର ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଗତ କାଲି ଗୋପାଳ ଏକ ସାକ୍ଷାତ୍କାରରେ ନିଜ ଅଭିନୟ ଜୀବନୀ ଓ ନିଜ ପର୍ଶନାଲ ଲାଇଫ ବିଷୟରେ କହିଛନ୍ତି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଗୋପାଳ ତ୍ରିପାଠୀଙ୍କ ବିଷୟରେ । ଗୋପାଳ ତ୍ରିପାଠୀଙ୍କ ମତରେ-‘ଆଗ ବେଳର ନାଟକ ଓ ଏବେକାର ନାଟକ ମଧ୍ୟରେ ବହୁତ ଫରକ ରହିଛି । ପୂର୍ବ ସମୟରେ ନାଟକର କାହାଣୀ ବହୁତ ଭଲ ଥିଲା ଏବେ ମଧ୍ୟ ଭଲ ଅଛି ହେଲେ ପୂର୍ବ ପରି ନାହିଁ । ସମୟ ବଦଳି ଯାଇଛି ସମୟ ଅନୁସାରେ କାହାଣୀ ବଦଳୁଛି’ ।

ଆଗକୁ ଗୋପାଳ କହିଛନ୍ତି- ‘ଯାତ୍ରା ଜଗତରେ ମୋର ୩୫ ବର୍ଷ ଚାଲିଗଲା । ଏମିତି ବହୁତ ଯାତ୍ରାରେ କାମ କରିଛି ଯାହାକୁ ଆଜି ପର୍ଯ୍ୟନ୍ତ ଲୋକ ଭୁଲି ନାହାନ୍ତି । ମୋର ଦୁଇଟି ଝିଅ ଅଛନ୍ତି ହେଲେ ସେମାନେ ଯାତ୍ରାରେ କରିବେ ନାହିଁ । ମୋ ସ୍ତ୍ରୀ ଯାତ୍ରା ପାର୍ଟିରେ ଅଛି । ଘରେ ପରିବାରର ସମସ୍ତ ଲୋକ ଅଛନ୍ତି ବୋଧେ ଏହି ୩୫ ବର୍ଷରେ ମୁ ୩୫ ଥର ଘରକୁ ଯାଇଥିବି’ ।

ଆଗକୁ ଗୋପାଳ ନିଜ ସ୍ତ୍ରୀଙ୍କ ବିଷୟରେ କହିଛନ୍ତି- ‘ମିଆଁ ବିବି ରାଜି କ୍ୟାକରେଗା କାଜି । ଆମେ ପ୍ରଥମେ ମୋବାଇଲରେ କଥା ହୋଇଥିଲୁ ତା ପରେ ଧୀରେ ଧୀରେ ସମ୍ପର୍କ ବଢିଲା । ବଡ ଝିଅର ବିବାହ ସରିଯାଇଛି ସାନ ଝିଅ ଘରେ ଅଛି । ବଡ ଝିଅ ବାହାଘର ପରେ ତ କରୋନା ଆସିଗଲା । ଏବେ ମୁ ଅଜା ହୋଇସାରିଛି ଆଉ ମୁ ବହୁତ ଖୁସି ଅଛି’ ।

Leave a Reply

Your email address will not be published. Required fields are marked *