ଅଧାରୁ IPL- 2023 ଛାଡିବେ Rohit Sharma ଓ Virat Kohli, ଜାଣନ୍ତୁ କଣ ରହିଛି କାରଣ…

ନମସ୍କାର ବନ୍ଧୁଗଣ, ଆଇପିଏଲ  ୨୦୨୩ ଅଧାରୁ ବିଦାୟ ନେଇପାରନ୍ତି ରୋହିତ ଏବଂ-ବିରାଟ । ତେବେ ଏଭଳି ଏକ ନିସ୍ପତି ନେବା ପଛର କାରଣ କଣ କାହିଁକି ନେବାକୁ ଯାଉଛନ୍ତି ସେମାନେ ଆଇପିଏଲରୁ ବିଦାୟ । ତେବେ ଏହା ସମ୍ପର୍କରେ କଣ ରହିଛି ସମ୍ପୂର୍ଣ ଖବର ତାହା ଜାଣିବା ପାଇଁ ଆପଣ ନିହାତି ଭାବରେ ବିବ୍ରତ ହୋଇଯିବେଣି । କାରଣ ବିରାଟ ଏବଂ ରହିତ ଆଇପିଏଲ ଦଳରୁ ବାହାରିବା ଏକ ବଡ ଖବର ଅଟେ । ତେଣୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସହ ଜଡିତ ଥିବା ସଠିକ ଏବଂ ସମ୍ପୂର୍ଣ ଖବର ସମ୍ପର୍କରେ ।

ଆଇପିଏଲ ୨୦୨୩ ଚାଲିଥିବା ବେଳେ ଦୁଇଟି ପ୍ରମୁଖ ଦଳକୁ ଲାଗିପାରେ ବଡ ଝଟକା । ମୁମ୍ବାଇ ଇଣ୍ଡିଆନ ଏବଂ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋରର ଦୁଇଜଣ ସୁପରଷ୍ଟାର ଟୁର୍ନାମେଣ୍ଟ ଅଧାରୁ ବିଦାୟ ନେଇପାରନ୍ତି । ମୁମ୍ବାଇର ଅଧିନାୟ ରୋହିତ ସର୍ମା ଏବଂ ବାଙ୍ଗଲୋରର ଷ୍ଟାର କ୍ରିକେଟର ବିରାଟ କୋହଲି ସିଜିନ ଅଧାରୁ ଟୁର୍ନାମେଣ୍ଟ ଅଧାରୁ ଓହରି ଯାଇପାରନ୍ତି ।

ଉଭୟ ଖେଳାଳିଙ୍କ ଏଭଳି ଏକ ନିସ୍ପତି ପଛରେ ଏକ ବଡ ଲକ୍ଷ୍ୟ ରହିଛି । ମୁମ୍ବାଇ ଏବଂ ବ୍ୟାଙ୍ଗଲୋର ବ୍ୟାତୀତ ଚେନ୍ନାଇ ମଧ୍ୟ ଷ୍ଟାର ଖେଳାଳିଙ୍କୁ ହରାଇପାରେ । ସୂଚନା ଅନୁସାରେ ଆସନ୍ତା ମାସ ଜୁନ ୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ଵ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ମୁଖ୍ୟ କୋଚ ରାହୁଲ କିଛି ଖେଳାଳିଙ୍କୁ ନେଇ ଟେଷ୍ଟ ପାଇଁ ଲଣ୍ଡନ ବାହାରିଯିବେ ।

କିଛି ଖେଳାଳି ରାହୁଲଙ୍କ ସହ ଲଣ୍ଡନ ଯିବାକୁ ଥିବା ବେଳେ ଆଉ କିଛି ଖେଳାଳି iplର କମିଟମେଣ୍ଟ ପୁରା କରିବା ପରେ ଲଣ୍ଡନ ଅଭିମୁଖେ ବାହାରିବେ । ଯଦି ଏଥିପାଇଁ ପ୍ରମୁଖ ଖେଳାଳି ମାନେ ଲଣ୍ଡନ ଯାଆନ୍ତି ତେବେ ତାଙ୍କ ବଦଳରେ ଅନ୍ୟ ଖେଳାଳି ମାନଙ୍କୁ iplରେ ପ୍ରମୁଖ ଭୂମିକାରେ ଖେଳିବାକୁ ସୁଯୋଗ ମିଳିବ । ଏବଂ iplରେ ଖେଳିବା ପରେ ସେମାନଙ୍କୁ ମଧ୍ୟ ଟେଷ୍ଟ ଖେଳ ପାଇଁ ପରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ।

ଖେଳ ସହ ଜଡିତ ଥିବା ଖବର ସମ୍ପର୍କରେ ଜାଣିବା ପାଇଁ ସମସ୍ତ ଦର୍ଶକ ମାନେ ଏବେ ଚାତକ ଭଳି ଟିଭି ଏବଂ ମୋବାଇଲକୁ ଚାହିଁ ରହିଛନ୍ତି । ତେଣୁ ଏଥିପାଇଁ ଆମର କର୍ତ୍ତବ୍ୟ ଆପଣଙ୍କ ପାଖରେ କିପରି ସଠିକ ଖବର ପହଞ୍ଚିପାରିବ । ତେବେ ଆଜିର ଏହି ଖବରକୁ ନେଇ ଆପଣଙ୍କ ମତ କଣ ରହିବ ତାହା ଆମକୁ କମେଣ୍ଟ ଦ୍ଵାରା ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *