‘ଆଜି ଠାରୁ ମୁଁ ତୋ ମାଉସୀ ! ତୋ ବାପା ନଥିଲେ କଣ ହେଲା ମୁଁ ତ ଅଛି, ଆଜିଠୁ ମୁଁ ତୋର ସବୁ…’: ଅଭିନେତ୍ରୀ ରାଣୀ ପଣ୍ଡା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି ଠାରୁ ମୁଁ ହେଲି ତୋ ମାଉସୀ ! ତେବେ ଏପରି କିଛି କହି କହି ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ତେବେ ସହିଦ ଦେବାଶିଷ ବିଶ୍ଵାଳଙ୍କୁ ନେଇ ସବୁଆଡେ ବର୍ତ୍ତମାନ ଚର୍ଚା ଚାଲିଛି । କାରଣ ବୀର ଯବାନ ଦେବାଶିଷ ବିଶ୍ଵାଳ ଦେଶ ମାଟି ପାଇଁ ଯେଉଁ ବଳୀଦାନ ଦେଇଛନ୍ତି । ତାହାଙ୍କୁ ନେଇ ଓଡିଶା କାହିଁକି ସାରା ଭାରତ ଆଜି ଓଡିଶାର ପୁରୀ ଜିଲ୍ଲାର ପୁଅ ସହିଦ ଦେବାଶିଷ ବିଶ୍ଵାଳଙ୍କୁ ନେଇ ଗର୍ବ ଓ ଗୌରବ ଅନୁଭବ କରୁଛି ।

ହେଲେ ଯେତେ ଯାହା ହେଲେବି ଯେଉଁ ବାପା ନିଜର ଯବାନ ପୁଅକୁ ହରାଇଛି । ଯେଉଁ ସ୍ତ୍ରୀ ନିଜର ସ୍ଵାମୀଙ୍କୁ ହରାଇଛି । ସେ ନିଜ ମନରେ ଯେତେ ସହିଦ ଦେବାଶିଷଙ୍କ ପାଇଁ ଗର୍ବ ଓ ଗୌରବ ଅନୁଭବ କରୁଥିଲେ । ସୁଦ୍ଧା ତାଙ୍କ ମନରେ ଥିବା ଦେବାଶିଷଙ୍କ ବୋଯୋଗର କୋହ ଆଖିରେ ଲୁହ ହେଇ ବାହାରି ଆସୁଛି । ତେବେ ସେହି ଦୁଃଖ ସମୟରେ ତାଙ୍କର ଦୁଃଖୀ ଜୀବନର ସାଥ୍ ଦେଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ।

ତେବେ ନିଜର ବ୍ୟକ୍ତିଗତ ତଥା କର୍ମମୟ ଜୀବନକୁ ନେଇ ସବୁବେଳେ ଚର୍ଚାରେ ରହିଆସୁଥିବା ରାଣୀ ଆଜି ନିଜର ସୁନ୍ଦର ବ୍ୟକ୍ତିତ୍ବଟିଏ ସମସ୍ତଙ୍କ ଆଖିରେ ସାଜିଯାଇଛନ୍ତି । ତେବେ ଯବାନ ପୁଅକୁ ହରାଇ କୋହରେ କାନ୍ଦୁଥିବା ବାପା, ମାଆ ଆଖିର ଲୁହ ଆସି ରାଣୀ ପଣ୍ଡା ପୋଛିଛନ୍ତି । ଏହା ସହ ଦେବାଶିଷଙ୍କ ସ୍ତ୍ରୀଙ୍କୁ ସାନ୍ତ୍ଵନା ଦେବା ସହ ତାଙ୍କ କୁନି ଝିଅଟିକୁ ମଧ୍ୟ ମାଉସୀ ମା’ ପରିଚୟ ଦେଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ।

ଏଠାରେ ରାଣୀ ପଣ୍ଡା ଭାବ ବିହ୍ଵଳ ହୋଇ କହି ପକାଇଥିଲେ । ମୁଁ ରାଣୀ ପଣ୍ଡା ସହିଦ ଦେବାଶିଷ ବିଶ୍ଵାଳଙ୍କର ଜଣେ ଭଉଣୀ ହିସାବରେ ଆଜି ଏହି ଘର ପରିବାର ଲୋକଙ୍କ ସହିତ ଠିଆ ହୋଇଛି । ମୋ ଦ୍ଵାରା ଯେତିକି ସମ୍ଭବ ଏହି ପରିବାରକୁ ସାହାଜ୍ଯ କରିବାକୁ ମୁଁ ଆଗେଇ ଆସିଛି । ଏହା କହି ଦେବାଶିଷ ଙ୍କ କୁନି ଝିଅ ହାତରେ କିଛି ଟଙ୍କା ମଧ୍ୟ ରାଣୀ ପଣ୍ଡା ସ୍ନେହରେ ଧରାଇ ଦେଇଛନ୍ତି ।

ରାଣୀଙ୍କର ଏପରି ସେବା ମନୋଭାବ ଯୋଗୁ ଅଭିନେତ୍ରୀ ରାଣୀ ପଣ୍ଡା ଆଜି ସମସ୍ତଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇପାରିଛନ୍ତି ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *