ଭିଜିଲାନ୍ସ ପଞ୍ଝାରେ IIC, ତଥାପି ମୁହଁ ଫୁଟାଣି…’‘ମୁଁ ଆଇଆଇସି ମୋ ପାଖେ ଲକ୍ଷ-ଲକ୍ଷ ଟଙ୍କା ରହିବ, ହେଲେ ତୁମେ ମାନେ କିଏ ମତେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଆଇଆଇସି ଧିରାଜ ଲେଙ୍କା । ସେ କୋଟଗଡରୁ ଥାନା ଗାଡିରେ ଖଜୁରୀପଡା ଅଭିମୁଖେ ଯାଉଥିବା ବେଳେ ବାଲିଗୁଡା ଠାରେ ଫୁଲବାଣୀ ଭିଜିଲାନ୍ସ ଟିମ ତାଙ୍କ ଗାଡିକୁ ଅଟକ ରଖିବା ସହିତ ତାଙ୍କଠାରୁ ୧ ଲକ୍ଷ ୪୫ ହଜାର ୮ ଶହ ଟଙ୍କା ଜବତ କରିଛି ଏବଂ ତାଙ୍କୁ ହେପାଜତକୁ ନେଇଛି । ଫୁଲବାଣୀ ଦୁର୍ନୀତି ନିବାରଣ ବିଭାଗର DSP ଅରୁଣ ନାୟକଙ୍କ କହିବା ଅନୁସାରେ,

ଆଇଆଇସି ଧିରାଜ ଲେଙ୍କା ଗାଡିରେ ଲକ୍ଷାଧିକ ଟଙ୍କା ଧରି ନିଜ ପତ୍ନୀ ଙ୍କ ପାଖକୁ ଯାଇଥିବା ନେଇ ତାଙ୍କୁ ଏକ ଅଭିଯୋଗ ଆସିଥିଲା । ତେବେ ଏହି ସମ୍ବନ୍ଧରେ ମି-ଡି-ଆ ଭାଇ ମାନେ ଆଇଆଇସି ଙ୍କୁ ପଚାରିବାରୁ ସେ କହିଥିଲେ ଯେ, ତାହା ମୋର ନିଜ ଟଙ୍କା, ମାତ୍ର ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ଥିର କରି ପାରୁନାହିଁ କ’ଣ କରିବି ? ଏତେ ପଇସା ଯାହା ଥିଲା ତାହା ତାଙ୍କ ନିଜ ପଇସା ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ମୁଁ କାହାକୁ ଧାର ଦେଇଥିଲି ତାହା ସେହି ଟଙ୍କା ଆଉ ମୋ ପାଖରେ ଥିଲା । ଏହାପରେ ମିଡିଆ ଭାଇ ମାନେ ପଚାରିଲେ ଯେ ଆପଣଙ୍କ ପାଖରେ ଏତେ ଟଙ୍କା କ୍ୟାସ ଥିଲା ? ଏହାର ଉତ୍ତର ରେ ବାବୁ ଜଣଙ୍କ କୁହନ୍ତି ଯେ କାହିଁକି ମୁଁ ଜଣେ ଆଇଆଇସି ଏତେ ଟଙ୍କା ରଖିପାରିବି ନାହିଁ କି ?

ତେବେ ବର୍ତ୍ତମାନ ତାଙ୍କୁ ଭିଜିଲାନ୍ସ ଅଟକ ରଖିଛି ଏହାକୁ ନେଇ ସେ କହିଛନ୍ତି ଯେ ଅଟକ ରଖିଛନ୍ତି ସତ ମାତ୍ର ପୃଭ କରାନ୍ତୁ ଯାହା ସତ । ମାତ୍ର ତାଙ୍କର ବ୍ୟାଗରାଉଣ୍ଡ ଦେଖନ୍ତୁ, ସମସ୍ତ କଥା ଜନତା ଙ୍କୁ ମଧ୍ୟ ପଚାରନ୍ତୁ ତାଙ୍କ ସମ୍ବନ୍ଧରେ ଯେ ସେ କେଉଁ ପ୍ରକାରର ଅଫିସର ତଥା କଣ ? ଏହାପରେ ତାଙ୍କୁ ଯାହା କହିବା କଥା କହିବେ । ଆଇଆଇସି ଙ୍କ ଘର କଟକ ରେ ରହିଛି ।

ଏହିଭଳି ଭାବରେ ଦୁର୍ନୀତି କରି ମଧ୍ୟ ସେ କିଛି ଅନୁତପ୍ତ କରି ନାହାଁନ୍ତି ଓଲଟା କହିଛନ୍ତି ଯେ ମୁଁ କିଛି ଏଭଳି କାମ କରିନାହିଁ । ତାହା ମୋର ନିଜସ୍ଵ ଟଙ୍କା ଅଟେ ଏବଂ ମୁଁ ସେହି ଟଙ୍କା ନେଇ ଘରକୁ ଯାଉଥିଲି । ନାନା ପ୍ରକାର କଥା କହିଥିଲେ ଆଇଆଇସି ଜଣକ । ତେବେ ଏହାର ସଂପୂର୍ଣ୍ଣ ସତ୍ୟତା ଭିଜିଲାନ୍ସ ଙ୍କ ତଦନ୍ତ ପରେ ସାମ୍ନା କୁ ଆସିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଅମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *