‘ମେ ଦୁହେଁ ଦୁଇ ସଉତୁଣୀ ନୁହେଁ ଲୋ ଆମେ ପରା ଦୁଇ ଭଉଣୀ !’ ଆପଣଙ୍କ ଆଖିରେ ଲୁହ ଭରିଦେବ ଏହି 2 ସଉତୁଣୀଙ୍କ କାହାଣୀ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୁଇଟି ପୁଅ, ବୋହୂ ତଥା ନାତି ନାତୁଣୀ ସମସ୍ତେ ଥିବା ବେଳେ ୭୫ ବର୍ଷର ବୁଢୀ ମାଉସୀ ବର୍ତ୍ତମାନ କ୍ୟାବିନରେ ବସ କରୁଛନ୍ତି । ତେବେ ଆସନ୍ତୁ ଜାଣିନେବା ଏହି ଦୁଃଖଦ ଘଟଣା ସମ୍ବନ୍ଧରେ । ଖବର ଅନୁଯାୟୀ ପ୍ରକାଶ ବାଲିଆପାଳ ପଞ୍ଚାୟତ ସମିତି ଅସ୍ତି ଗ୍ରାମର ସ୍ବର୍ଗତଃ ହରେକୃଷ୍ଣ ପରିଡାଙ୍କ ଧର୍ମପତ୍ନୀ ଶାନ୍ତିଲତା ପରିଡା ଯାହାଙ୍କ ବୟସ ୭୫ ବର୍ଷ । ମାଉସୀ ଙ୍କ ଘରେ ଦୁଇଟି ପୁଅ ଅଛନ୍ତି କିନ୍ତୁ ପାଖରେ କେହି ମଧ୍ୟ ନାହାଁନ୍ତି ।

ମାଉସୀ ଙ୍କର ସବୁ ଅଛି କିନ୍ତୁ କିଛି ମଧ୍ୟ ନାହିଁ । ମାଉସୀ ଜଣକ ବର୍ତ୍ତମାନ ଦେହୁଳା ଗ୍ରାମରେ ଗୋଟିଏ କେବିନରେ ରହିବା ଖାଇବା ସହିତ ଶୋଇବା ମଧ୍ୟ ସବୁ ସେହି କ୍ୟାବିନରେ କରୁଛନ୍ତି । ଦୁଇ ପୁଅ ନିଜ ମା’ ଙ୍କ ଠାରୁ ସମସ୍ତ ଜାଗାବାଡିକୁ ନିଜ ନାମରେ ନାମିତ କରିଦେବା ପରେ ମା’ କୁ ଘରୁ ବାହାର କରିଦେଇଛନ୍ତି ।

କିନ୍ତୁ ବର୍ତ୍ତମାନ ଏଭଳି ଏକ ପରିସ୍ଥିତି ରେ ତାଙ୍କର ସୁଖ ଦୁଃଖ ଭଲମନ୍ଦ ସମସ୍ତ ସୁବିଧା ଅସୁବିଧା କୁ ବୁଝି ତାଙ୍କର ସାହାରା ସାଜିଛନ୍ତି ତାଙ୍କର ସଉତୁଣୀ । ତେବେ ଏହି ଘଟଣା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । କଥାରେ ଅଛି ଭାଇ ହେଉଛି ଭଗାରି ଏବଂ ସଉତୁଣୀ ହେଉଛି ଧାରୁଆ ଛୁରୀ । ମାତ୍ର ବାସ୍ତବ ଚିତ୍ର ଏଠାରେ ଅଲଗା କିଛି ବୟାନ କରୁଛି ।

ବାସ୍ତବରେ ଏହି ବୁଢୀ ମାଉସୀ ଙ୍କ ପାଇଁ ତାଙ୍କର ସଉତୁଣୀ ଏବେ ସବୁକିଛି । ସ୍ଵର୍ଗତ ହରେକୃଷ୍ଣ ପରିଡା ଙ୍କର ଦୁଇଜଣ ସ୍ତ୍ରୀ । ପ୍ରଥମ ହେଉଛନ୍ତି ଶାନ୍ତିଲତା ଏବଂ ଦ୍ଵିତୀୟ ସ୍ତ୍ରୀ ହେଉଛନ୍ତି କଂସାରୀ । ଶାନ୍ତିଲତା ଙ୍କ ଦୁଃଖ ସହି ନପାରି ତାଙ୍କ ସଉତୁଣୀ ଶଙ୍କରୀ ଏବେ ସଉତୁଣୀ କୁ ନିଜ ମା’ ପରି ଯତ୍ନ କରୁଛନ୍ତି । ଏବଂ ତାଙ୍କର ସମସ୍ତ ଖର୍ଚ୍ଚମଧ୍ୟ ବହନ କରୁଛନ୍ତି । ଶଙ୍କରୀ ମଧ୍ୟ ଏକ ଅତି ଗରିବ ଘରର ଅଟନ୍ତି ।

ତେବେ ଚାହା ରୋଜଗାର କରି ଯାହା ପଇସା ହୁଏ ସେଥିରେ ଦୁଇ ସଉତୁଣୀ ଚଳିଯାଉଛନ୍ତି । ତେବେ ପୁଅ ମାନେ ପର କରିଦେବା ପରେ ଦୁଇ ସଉତୁଣୀ ଦୁଇ ଭଉଣୀ ପରି ମିଳାମିଶା କରୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ସ୍ଵାଗତ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *