ଉଡାଣ ବେଳେ ଖସି ପଡ଼ିଲା Plane, ଟେକିନେଲେ ଗ୍ରାମବାସୀ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁଳ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଉଡାଣ ବେଳେ ଖସି ପଡିଲା ବିମାନ ଟେକିନେଲେ ଗ୍ରାମବାସୀ । ଆକାଶରେ ଉଡୁଥିବା ଉଡାଜାହାଜକୁ ଟେକି ଆଣନ୍ତି ଲୋକେ ।

ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କିଛି ଲୋକ ଏକ ଉଡାଜାହାଜକୁ ଟେକି ଆଣୁ ଥିବାର ନଜର ଆସୁଛନ୍ତି । ତେବେ ପୁରା ଘଟଣାଟି ହେଉଛି ଉଡାଜାହାଜକୁ ଉଧାର କରୁଛନ୍ତି ଲୋକେ ଇଂରାଜୀରେ ଏହାକୁ କୁହନ୍ତି ରେସକ୍ୟୁ ଅପରେସନ । କ୍ଷେତରେ ପଡିଥିବା ଉଡାଜାହାଜକୁ ଉଠେଇ ନେଉଛନ୍ତି ଲୋକେ ।

ସରଳ ଗ୍ରାମବାସୀଙ୍କ ବଡ ସାହାସ । ଗାଁର ଲୋକମାନେ ସାଧାରଣତଃ ଖୁବ ସରଳ । ଗାଁ ଲୋକମାନେ କାହାର ଦୁଃଖ ଦେଖି ପାରନ୍ତି ନାହିଁ । କାହାକୁ ବି ସାହାର୍ଯ୍ୟ କରିବାକୁ ପଛାନ୍ତି ନାହିଁ ସେମିତି କିଛି ଏହି ଘଟଣାଟି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତୀୟ ସେନାର ଏକ ହାଲୁକା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିମାନଟି ଆକାଶରେ ଉଡୁଥିବା ବେଳେ ନିୟନ୍ତ୍ରଣ ହରାଇ ଚାଷଜମିରେ ପଡି ଯାଇଥିଲା ।

ଏହି ଘଟଣାଟି ବିହାରର ବୌଦ୍ଧଗାୟାରେ ଘଟିଛି । ଶୁକ୍ରବାର ଦିନ ଲାଇଟ ଏୟାରକ୍ରାପ୍ଟ ଏଏଡବ୍ଲୁ ୧୦୨ରେ ପ୍ରଶିକ୍ଷଣ ପାଇଁ ଯାଉଥିଲେ ଦୁଇ ପାଇଲଟ ହେଲେ ହଠାତ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।  ଚାଷଜମିରେ ଖସି ପଡିଲା ହେଲେ ପାଇଲଟ ଦୁହେଁ ବର୍ତ୍ତୀ ଗଲେ । କେମିତି ଉଡାଜାହାଜକୁ ଉଧାର କରାଯିବ ଚିନ୍ତାରେ ଥିଲେ ପାଇଲଟ ।

ହେଲେ ଦୂରରୁ ଏ ସବୁ ଦେଖି ଏକଜୁଟ ହୋଇଯାଇଥିଲେ ଗ୍ରାମବାସୀ ।ଗ୍ରାମବାସୀ ମାନେ ସାହାସର ସହ ଉଧାର କାର୍ଯ୍ୟରେ ଲାଗିଗଲେ । ସାଧାରଣ ଲୋକଙ୍କ ଏହି ସହାୟତାକୁ ଦେଖି ସବୁଆଡେ ପ୍ରଶଂସା କରାଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *