‘ତୁମ ସହ ମେଡ଼ିକାଲ ଯିବି, ସିନେମା ଯିବି, ମୁମ୍ବାଇ ଯିବି ଏମିତିକି ତମେ ଯୁଆଡେ ମୁଁ ସେଇଠି ଥିବି…’ Trupti

ବନ୍ଧୁଗଣ, ସୂଚନା ଅନୁଯାୟୀ ମନେ ମନେ ଏହିଭଳି ନିଷ୍ପତ୍ତି ନେଇଛନ୍ତି ଅଭିନେତା ବାବୁସାନ ମହାନ୍ତି ଙ୍କ ପତ୍ନୀ ତୃପ୍ତି ଶତପଥି । ଏହାକୁ ନେଇ ବର୍ତ୍ତମାନ ଲୋକେ ଚର୍ଚ୍ଚା କରୁଛନ୍ତି । କାରଣ ପତିପତ୍ନୀ ଆଉ ଓଡିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଙ୍କ ବିବାଦ ପରେ ବାବୁସାନଙ୍କୁ ଆପଣ ଯେଉଁଠାରେ ଦେଖିବେ, ସେଠାରେ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥି ଙ୍କୁ ପାଇବେ । ତେବେ ଏହିଭଳି କିଛି ଦୃଶ୍ୟ ଦେଖି ସାରିବା ପରେ ଲୋକେ କହୁଛନ୍ତି ଯେ ତୃପ୍ତି କୁଆଡେ ମନସ୍ଥ କରିଛନ୍ତି ଯେ ବାବୁସାନ ଙ୍କୁ କେବେ ଛାଡିବେ ନାହିଁ ।

ବାବୁସାନ ଯେଉଁଠାକୁ ଯିବେ ସେଟାକୁ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥି ଯିବେ । ଆଉ ପୁଅ ଗୁଆନ ଙ୍କୁ ତାଙ୍କ ଜେଜେମା’ ଜେଜେ ବାପା ପାଖରେ ହାଡିଦେଇ ଯିବେ । ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ଆଉ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ସମ୍ଭାଳିବେ ତାଙ୍କ ନାତି ଗୁଆନ ଙ୍କୁ । ଆଉ ଅପର ପାର୍ଶ୍ଵ ରେ ବାବୁସାନ ଯୁଆଡେ ତୃପ୍ତି ଶତପଥି ସିଆଡେ ।

ଏହି କଥା ଲୋକେ ଏଥି ନିମନ୍ତେ ଚର୍ଚ୍ଚା କରୁଛନ୍ତି କି ବିବାଦ ପରେ ହସ୍ପିଟାଲ ରେ ତୃପ୍ତି ଶତପଥି ଙ୍କୁ ଦେଖିବାକୁ ମିଳିଥିଲା । ଦମନ ସିନେମା ରିଲିଜ ହେଲା ସମୟରେ ମଧ୍ୟ ପ୍ରିମିୟର ସୋ ରେ ବାବୁସାନ ଙ୍କ ସହିତ ତାଙ୍କ ପତ୍ନୀ ତୃପ୍ତି ଙ୍କୁ ଦେଖିବାକୁ ମିଳିଥିଲା । ଓଡିଆ ଇଣ୍ଡଷ୍ଟ୍ରୀର ଏହି ସିନେମା ଯେତେବେଳେ ହିନ୍ଦୀ ରେ ଡବିଙ୍ଗ ହେବା ନିମନ୍ତେ ବାବୁସାନ ମୁମ୍ବାଇ ଯାଇଛନ୍ତି ଠିକ ସେତିକି ବେଳେ ତାଙ୍କ ସହିତ ଯାଇଛନ୍ତି ତାଙ୍କ ପତ୍ନୀ ତୃପ୍ତି ଶତପଥି ।

ଆଉ ଏହି ସବୁକୁ ଦେଖିସାରିବା ପରେ ଲୋକେ କହୁଛନ୍ତି ତୃପ୍ତି କହୁଥିବେ ତୁମକୁ ଆଉ ମୁଁ ଛାଡିବି ନାହିଁ । ଏକୁଟିଆ ଛାଡିବା କାରଣରୁ ବାବୁସାନ ଙ୍କ ସହିତ କିଛି ଏଭଳି ହୋଇଥିଲା ଯାହା କାରଣରୁ ସମସ୍ତ ପରିବାର ବିଛିନ୍ନ ହୋଇ ଯାଇଥିଲା । ପରିବାର ଭିତରେ ଫାଟ ସୃଷ୍ଟି ହେବାକୁ ଲାଗିଥିଲା । ଏଣୁ ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ତୃତୀୟ କିଏ ଆସିଲେ ନିଶ୍ଚିତ ଭାବରେ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବ ।

ତେଣୁ ସବୁ କଥା କୁ ଚିନ୍ତା କରି ବର୍ତ୍ତମାନ ତୃପ୍ତି ବାବୁସାନ ଙ୍କ ସହିତ ରହୁଛନ୍ତି ତଥା ସବୁ ସ୍ଥାନକୁ ମଧ୍ୟ ଯାଉଛନ୍ତି । ଏହା ସହିତ ବାବୁସାନ ଙ୍କ ଶରୀର ମଧ୍ୟ ସୁସ୍ଥ ରାହୁନାହିଁ ଏହା ମଧ୍ୟ ଏକ କାରଣ ହୋଇପାରେ ତୃପ୍ତି ଚିନ୍ତାରେ ତାଙ୍କ ସହିତ ତାଙ୍କୁ ଜଗି ରହୁଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ଭନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *