କିପରି ଓ କାହିଁକି କୁକୁରଟି ଛୁଆକୁ ଏମିତି ଅବସ୍ଥା କଲା, ସେଦିନର ପୁରା ଘଟଣା ବଖାଣିଲେ କୁନି ପିଲାଟିର ମା’, ଆଉ ଯାହା ସବୁ କହିଲେ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵରରେ ଜଣେ  ମହିଳା ଙ୍କ କୁକୁର କଲୋନୀ ରେ ରହୁଥିବା ଆଉ ଜଣେ ମହିଳା ଙ୍କ ପୁଅ ଙ୍କୁ ଆକ୍ରମଣ କରିଥିଲା । ଏହା ଅତ୍ୟନ୍ତ ଭୟଙ୍କର ଥିଲା । ବର୍ତ୍ତମାନ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ଉଭୟ ମହିଳା ଙ୍କ ମଧ୍ୟରେ । ତେବେ ମହିଳା ଙ୍କ ପୁଅ କୁ କୁକୁର ଆକ୍ରମଣ କରି ଗଭୀର କ୍ଷତ କରିଥିବାକୁ ନେଇ ମହିଳା ଜଣକ କଣ ପ୍ରତିକ୍ରିୟା ଦେଇଛନ୍ତି ଆସନ୍ତୁ ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଜାଣିନେବା ।

ମହିଳା ଜଣକ କହିଛନ୍ତି ଯେ ତାଙ୍କର ଦୁଇଟି ପୁଅ ଅଛନ୍ତି । ତାଙ୍କର ବଡ ପୁଅ ହେଉଛି 8 ବର୍ଷ ର ଏବଂ ସାନପୁଅ ହେଉଛି 4 ବର୍ଷ ର । ୮ ବର୍ଷ ର ପୁଅ ନିଜେ ନିଜେ ସାଇକେଲ ଚଳାଇପାରେ । ଏବଂ ସବୁଦିନ ୪ ରେ ସାଇକେଲ ଚଲାଇବାକୁ ବାହାରନ୍ତି । ସାନପୁଅ ମଧ୍ୟ ବାହାରନ୍ତି ତାଙ୍କ ସାଙ୍ଗରେ । ମାତ୍ର ସେଦିନ ତାଙ୍କ ସାନପୁଅ ଙ୍କ ଦେହ ଭଲ ନଥିଲା । ଏବଂ ବଡ ପୁଅ ଏକା ସାଇକେଲ ନେଇ ବାହାରିଥିଲା ।

ସାଧାରଣତ ସବୁ ଛୁଆ ୪ ରୁ ୬ ମାଧରେ ଖଳନ୍ତି । ମାତ୍ର ସେହିଦିନ ଯେତେବେଳେ ଛୁଆ ଟି ସାଇକେଲ ଚଲାଇବାକୁ ଯାଇଥାଏ, ଉକ୍ତ କୁକୁର ଟି ଭୋକି ଯେତେବେଳେ ଘୋଷାଡ଼ି ହୋଇଛି, ସେତେବେଳେ ତାଙ୍କ ପୁଅ ଡଋ ସାଇକେଲ ରୁ ପଡିଯାଇଥିଲା । ସେହି କୁକୁର ଟି ତାଙ୍କ ଟ୍ରେନର ହାତରେ ଥିଲା । ସେହି ଟ୍ରେନର କୁ ଘୋଷାଡ଼ି ଆଣି ଯାଇ କାମୁଡିଛି । ମାତ୍ର କେବଳ କାମୁଡି ନାହିଁ ବରଂ ତାଙ୍କ ପୁଅ କୁ ଝୁଣି ପକାଇଥିଲା ।

ମାତ୍ର ଯେତେବେଳେ ତାଙ୍କ ପୁଅ help help ଚିଲାଇଥିଲେ, ଓନରର କୌଣସି କଥା ମାନି ନଥିଲା କୁକୁରଟି । ମାତ୍ର ସଙ୍ଗେ ସାଙ୍ଗେ ଜଣେ ବୟସ୍କ ଲୋକ ଆସି କୁକୁର କୁ ଛଡାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ କୁକୁର ଟିର ମାଲିକ ଏବଂ ବୟସ୍କ ଲୋକ ଉଭୟ କୁକୁର କୁ ନେଇ ଆସିଥିଲେ ଘରକୁ । ସାଙ୍ଗରେ ଆପୋଲୋ ହସ୍ପିଟାଲ ମଧ୍ୟ ଯାଇଥିଲେ ଏବଂ ସେଠାରେ ସେ ବାରମ୍ବାର କହୁଛନ୍ତି ଯେ ସେ ଚିକିତ୍ସ୍ୟା କରାଇଛନ୍ତି କିନ୍ତୁ ସେ ଚିକିତ୍ସ୍ୟା କରାଇ ନଥିଲେ ଏହିଭଳି କିଛି କରାଇ ନଥିଲେ ।

ସେ ହସ୍ପିଟାଲ ପହଞ୍ଚିଥିଲେ ଏବଂ ସବୁ କଥା ଶୁଣିଥିଲେ । ଡାକ୍ତର କହିଥିଲେ ଇମିଡିଏଟଲି ସର୍ଜରୀ କରିବାକୁ ପଡିବ । ଏବଂ ପିଲା ଟି ସମୁଦାୟ ୩୦ ରୁ ଅଧିକ ଇଂଜେକସନ ନେଇଥିଲା । ଏହାପରେ କୁକୁର ର ମାଲିକାଣୀ ସେଠାରୁ ପଳାଇ ଯାଇଥିଲେ । ମହିଳା ଜଣକ ଏହା କହିଛନ୍ତି ଯେ ତାଙ୍କ ପିଲା ଯେତେବେଳେ ICU ରେ ଥିଲା ସେ ବାରମ୍ବାର କହୁଥିଲା ଯେ ଆମେ ଆଉ ସେ ଘରକୁ ଯିବାନି ସେହି କୁକୁର ଡାଇନାଶ୍ଵର ଭଳି ମୋ ହାଡ କୁ ଖାଇ ଦେଇଛି ବୋଲି ।

ବହୁତ କଷ୍ଟ ହେଉଛି ବୋଲି କହିଥିଲା ନିଜ ମା ଙ୍କୁ । ତେବେ କୁକୁର ଙ୍କ ମାଲିକ କୁକୁର ଙ୍କୁ ଘରୁ ତଡିବାକୁ ନାରାଜ । ଏହା କିଭଳି ଭାବରେ ସମ୍ଭବ ? ଏତେ ସବୁ ହେଲା ପରେ ମଧ୍ୟ ମହିଳା ଜଣକ କିଭଳି ଏହା କହିପାରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆହାତ ହୋଇଥିବା ଶିଶୁ ଙ୍କ ମା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *