Vastu Tips- ତୁଳସୀ ଗଛ ଭୁଲରେ ମଧ୍ୟ ଏହି ଦିଗରେ ଲଗାନ୍ତୁ ନାହିଁ, ସାରା ଜୀବନ ପାଇଁ ଦରିଦ୍ର ହୋଇ ରହିବେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ ।

ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଆମ ଘରେ ଯେଉଁ ତୁଳସୀ ଗଛ ଲାଗିଥାଏ ତାହା ଘର ପାଇଁ ବହୁତ ଶୁଭ ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ଯଦି ଆମେ ଏହାକୁ ଠିକ ଦିଗ ରେ ଲଗାଇବା ନାହିଁ ତେବେ ଆମର ସମସ୍ତ ଜୀବନ ଦାରିଦ୍ର୍ୟତା ମଧ୍ୟରେ ରେ ହିଁ କଟିଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ କିଛି ଜାଣିବା ।

ତୁଳସୀ ଗଛ ବୃନ୍ଦାବତୀ ଦେବୀ ଙ୍କ ଆତ୍ମା ରୁ ପ୍ରକଟ ହୋଇଛି । ଏହା ଭଗବାନ ବିଷ୍ଣୁ ଙ୍କ ର ମଧ୍ୟ ବହୁତ ପ୍ରିୟ ହୋଇଥାଏ । ତୁଳସୀ ପତ୍ର ରେ ଅନେକ ରୋଗ କୁ ନାଶ କରିବାର ଶକ୍ତି ରହିଛି । ଯଦି ଆପଣ ଏହାକୁ ଘରେ ରଖନ୍ତି ତେବେ ଏହା ଆପଣଙ୍କ ଘରକୁ ଆସୁଥିବା ସମସ୍ତ ପ୍ରକାର ବିପଦ ରୁ ଆପଣଂକୁ ରକ୍ଷା କରିଥାଏ ।

ଯଦି ତୁଳସୀ ଗଛ କୁ ସଠିକ ଦିଗ ରେ ଲଗାଯାଏ ତେବେ ଏହା ପରିବାର ର ଆର୍ଥିକ ସ୍ଥିତି କୁ ସୁଧାରି ଥାଏ । ତୁଳସୀ ଗଛ ରେ ପାଣି ଦେବା ବହୁତ ଶୁଭ ହୋଇଥାଏ କିନ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଦିନ ଅଛି ଯେଉଁଦିନ ତୁଳସୀ ଗଛ ରେ ପାଣି ଦେବା ଉଚିତ ନୁହେଁ । ପ୍ରତି ରବିବାର, ଏକାଦଶୀ, ସୂର୍ଯ୍ୟ ପରାଗ ବା ଚନ୍ଦ୍ର ଗ୍ରହଣ ଦିନ ତୁଳସୀ ଗଛରେ ପାଣି ଦେବା ଉଚିତ ନୁହେଁ । ଏହା ବ୍ୟତୀତ ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛ ରୁ ପତ୍ର ଛିଣ୍ଡାଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ବାସ୍ତୁ ଦୋଷ ଉପୁଜିଥାଏ ।

ତୁଳସୀ ଗଛକୁ କେବେ ମଧ୍ୟ ଶୁଖିବାକୁ ଦିଅନ୍ତୁ ନାହିଁ ଏଥିରେ ପ୍ରତ୍ୟେକ ଦିନ ପାଣି ଦେଇ ଏହାକୁ ସବୁବେଳେ ସବୁଜିମା ରଖନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି ଆପଣ ତୁଳସୀ ଗଛ ଲଗାଉଛନ୍ତି ତେବେ ଏହାକୁ ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗ ରେ ଲଗାନ୍ତୁ । ଏହା ବ୍ୟତୀତ ଆପଣ ଐଶ୍ୱନ୍ୟ କୋଣ ରେ ମଧ୍ୟ ତୁଳସୀ ଗଛ ଲଗାଇ ପାରିବେ । ଏହି ଦିଗ ରେ ତୁଳସୀ ଗଛ ଲଗାଇବା ଦ୍ୱାରା ଘରେ ସକାରତ୍ମକ ଶକ୍ତି ର ବାସ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘର ର ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ । ଯଦି ଆପଣ ଏହି ଦିଗ ରେ ଏହାକୁ ଲଗାଇବେ ତେବେ ଏହା ଆପଣଙ୍କ ଉପରେ ଭଲ ପ୍ରଭାବ ପକାଇବା ବଦଳ ରେ ଖରାପ ପ୍ରଭାବ ପକାଇଥାଏ । ଏହା ଆପଣଙ୍କର ବହୁତ କ୍ଷତି ମଧ୍ୟ କରିଥାଏ ।

ତୁଳସୀ ଗଛ କୁ ଆପଣ ଚାହିଁଲେ ଆପଣଙ୍କ ରୋଷେଇ ଘରେ ମଧ୍ୟ ଲଗାଇ ପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଥିବା ପାରିବାରିକ କଳହ ର ସମ୍ପୂର୍ଣ୍ଣ ଭାବରେ ଅନ୍ତ ଘଟିଥାଏ । ଯଦି ଆପଣଙ୍କ ଘରେ କୌଣସି ପ୍ରକାର ବାସ୍ତୁ ଦୋଷ ଅଛି ତେବେ ଆପଣ ତୁଳସୀ ଗଛ କୁ ଘର ର ଅଗ୍ନି କୋଣ ରେ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରର ବାସ୍ତୁ ଦୋଷ ଠିକ ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *