କରୋନା ଆପଣଙ୍କର କିଛି ବି କରି ପାରିବ ନାହିଁ, ବାସ ଏହି କଥା ଜାଣି ରଖନ୍ତୁ- Dr. B. K. Mishra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।

ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରୋନା ନିମନ୍ତେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି । ତେଣୁ ଏହି ସମୟ ରେ ନିଜର ମାନସିକ ଅଵସ୍ଥା କୁ ଦୃଢ଼ କରିବା ର ବହୁତ ଆବଶ୍ୟକତା ରହିଛି । ତେବେ ଆସନ୍ତୁ ଏହି ବିଷୟ ରେ ଆହୁରି ଅଧିକ କିଛି କଥା ଜାଣିବା ।

ବନ୍ଧୁଗଣ ଯଦି ଆପଣ କରୋନା ର ଟାଇମ ଲାଇନ କୁ ଠିକ ଭାବରେ ବୁଝିପାରିଛନ୍ତି ତେବେ ଆପଣଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣଙ୍କୁ ବିଲକୁଲ ବି କରୋନା ହେବ ନାହିଁ । ଏହାର ଅର୍ଥ ହେଉଛି ଆପଣ ଏତେ ସହଜ ରେ ମୃ-ତ୍ୟୁ ମୁଖରେ ପଡିବେ ନାହିଁ । ବିଜ୍ଞାନ ହିସାବ ରେ କରୋନା ର ଲକ୍ଷଣ ୨ ରୁ ୧୪ ଦିନ ମଧ୍ୟରେ ମନୁଷ୍ୟ ଶରୀର ରେ ଦେଖା ଦେଇଥାଏ ।

କିନ୍ତୁ ଦେଖୁବାକୁ ଗଲେ ପ୍ରାୟତଃ ୪ କିମ୍ବା ୫ ଦିନ ମଧ୍ୟରେ ଲକ୍ଷଣ ଦେଖାଦେବା ଆରମ୍ଭ ହୋଇଯାଇଥାଏ । କରୋନା ରେ ଆକ୍ରାନ୍ତ ଙ୍କ ମଧ୍ୟରୁ ପ୍ରାୟତଃ ୮୦ ପ୍ରତିଶତ ଲୋକଙ୍କ ଠାରେ ସାଧାରଣ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଦେଖା ଦେଇଥାଏ । କରୋନା ର ପ୍ରଥମ ଲକ୍ଷଣ ଦୁଇ ଦିନ ମଧ୍ୟରେ ଦେଖିବାକୁ ମିଳିଥାଏ । କରୋନା ର ପ୍ରଥମ ଲକ୍ଷଣ ଟି ହେଉଛି ସାଧାରଣ ଥଣ୍ଡା ବା ଜ୍ଵର । ୩ ଦିନ ହେବା ମାତ୍ରେ ଆପଣଙ୍କ ଗଳା ଦରଜ ହେବା ସହିତ ଜ୍ଵର ମଧ୍ୟ ଅଧିକ ବଢିବ । ୪ ଦିନ ରେ ଆପଣଙ୍କ ର ଶରୀର ର ସମସ୍ତ ଅଂଶ ରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥାଏ । ଏହା ପରେ ୫ ଓ ୬ ଦିନରେ କାଶ ହେବା ଆରମ୍ଭ ହୋଇଥାଏ ।

ଏହି ୫ ଓ ୬ ଦିନ ଟି ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ସମୟ ରେ ଯଦି ଆପଣ ନିଜ ର ଯତ୍ନ ନେବେ ଓ ଠିକ ଭାବରେ ଏହାର ତଦାରଖ କରିବେ ତେବେ ଆପଣ କରୋନା ରୁ ମୁକ୍ତି ପାଇ ପାରିବେ । ଯଦି ଆପଣ ଏହି ଦୁଇ ଦିନ ଠିକ ଭାଵରେ ନିଜର ଯତ୍ନ ନେବେ ନାହିଁ ତେବେ ଆପଣ ଗୁରୁତର ଅଵସ୍ଥା ଆଡ଼କୁ ଗତି କରିବେ । ୭ ଦିନ ହେବା ବେଳକୁ ଆପଣଂକୁ ଶ୍ଵାସକ୍ରିୟା କରିବାରେ ଅସୁବିଧା ହେବ ।

ଆପଣଙ୍କ ଶରୀର ରେ ଅମ୍ଳଜାନ ର ମାତ୍ରା କମିବାକୁ ଲାଗିବ । ଏହା ସହିତ ଆପଣଙ୍କ ଜ୍ଵର ମଧ୍ୟ ଆହୁରି ଅଧିକ ହୋଇଯିବ । ୮ ଦିନ ହେବା ବେଳକୁ ଆପଣଙ୍କ ଅଵସ୍ଥା ଏତେ ଗୁରୁତର ହୋଇପଡିବ ଯେ ଆପଣଂକୁ ଡାକ୍ତରଖାନା ରେ ଭର୍ତ୍ତି ହେବାକୁ ପଡିଥାଏ । ତେଣୁ ୫ ଓ ୬ ଦିନ ଟି ଆପଣ ନିଜର ବହୁତ ଯତ୍ନ ନିଅନ୍ତୁ । ଯଦି ଆପଣ ଏହି ଦିନ ମଧ୍ୟରେ ଭଲ ହୋଇଯିବେ ତେବେ ଆପଣ କରୋନା ରୁ ମଧ୍ୟ ମୁକ୍ତି ପାଇପାରିବେ ।

ଏହି ସମୟ ରେ ଆପଣ ନିଜର ମାନସିକ ଅଵସ୍ଥା କୁ ମଧ୍ୟ ଦୃଢ଼ ରଖନ୍ତୁ । ଆପଣ ସୁସ୍ଥ ହୋଇଯିବେ କେବଳ ଏହା ହିଁ ଭାବନ୍ତୁ । ଯଦି ଆପଣଙ୍କ ମାନସିକ ଅଵସ୍ଥା ଦୁର୍ବଳ ହୋଇଯାଏ ତେବେ ଆପଣ ମଧ୍ୟ ଆହୁରି ଦୁର୍ବଳ ହୋଇ ପଡ଼ିଥାନ୍ତି । ତେବେ ଆପଣ ମଧ୍ୟ ଏହି ଦିନ ରେ ଆପଣଙ୍କ ର ଯତ୍ନ ନିଅନ୍ତୁ ଓ କରୋନା ରୁ ରକ୍ଷା ପାଆନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *