ମରି ନାହିଁ ମାନବିକତା, ଟ୍ରକ ଡ୍ରାଇଭରଙ୍କ ଏମିତି ମହାନ କାମ ଶୁଣିଲେ ଆପଣ ନିଶ୍ଚୟ କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଲୋକ ମାନେ ଏକ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ କିଛି ଟଙ୍କା ପାଇଁ ଦୁର୍ନୀତି ଓ ଅନ୍ୟାୟର ସାହାରା ନେଇ ଥାନ୍ତି । ବର୍ତ୍ତମାନର ସମୟରେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ମାନବିକତା ରଖିଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଖବର ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି  ।

ବନ୍ଧୁଗଣ ଏହି ଖବରଟି ମାନବିକତାର ଉଦାହରଣ ଅଟେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ଟ୍ରକ ଡ୍ରାଇଭର ମାନଙ୍କ ବିଷୟରେ ଆପଣ ମାନେ କଣ ଭାବନ୍ତି । ଅନେକ ଲୋକଙ୍କ ମତରେ ଟ୍ରକ ଡ୍ରାଇଭର ମାନେ ରାତିରେ ମଦ୍ୟପାନ କରି ଗାଡି ଚଳାଇଥାନ୍ତି ଯାହାଫଳରେ ରାସ୍ତା ଘାଟରେ ସେମାନଙ୍କ ପାଇଁ ଦୁର୍ଘଟଣା ହୋଇଥାଏ ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଟ୍ରକ ଡ୍ରାଇଭରଙ୍କ ବିଷୟରେ କାଇବାକୁ ଯାଉଛୁ ଯିଏ ମାନବିକତାର ଉଦାହରଣ ଦେଇଛନ୍ତି । ଗତ ୨୨ ତାରିଖ ଦିନ ଜଣେ ବ୍ୟକ୍ତି ବୌଦ୍ଧରୁ ଆନନ୍ଦପୁର ଆସୁଥିଲେ । ତାଙ୍କ ପାଖରେ ଏକ ବ୍ୟାଗ ଥିଲା ସେହି ବ୍ୟାଗରେ କେତେକ ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ ସହ ଦୁଇଟି ସୁନା ଚୁଡି ଥିଲା । ରାସ୍ତାରେ ଆସିବା ସମୟରେ ତାଙ୍କ ବ୍ୟାଗଟି ଖସି ପଡିଥିଲା ।

ଏହା ପରେ ବ୍ୟକ୍ତି ଜଣକ ନିଜ ବ୍ୟାଗକୁ ବହୁତ ଖୋଜି ଥିଲେ ହେଲେ ପାଇ ନଥିଲେ । ସେହି ଦିନ ଜଣେ ଟ୍ରକ ଡ୍ରାଇଭର କେଶିଙ୍ଗା ଯାଉଥିବା ବେଳେ ରାସ୍ତା କଡରୁ ସେହି ବ୍ୟାଗଟି ପାଇଥିଲେ । ବ୍ୟାଗ ପାଇବା ପରେ ସେ ଅଧ ଘଣ୍ଟା ପର୍ଯ୍ୟନ୍ତ ସେହି ସ୍ଥାନରେ ଅପେକ୍ଷା କରିଥିଲେ । କେହି ନଆସିବାରୁ ଡ୍ରାଇଭର ଜଣକ ତାଙ୍କ ମାଲିକକୁ ବ୍ୟାଗ ବିଷୟରେ କହିଥିଲେ ଓ ପୋଲିସରେ ଅଭିଯୋଗ ଦେବା ପାଇଁ ମଧ୍ୟ ଚାହୁଁ ଥିଲେ ।

କିନ୍ତୁ ସେହି ବ୍ୟାଗରେ ବ୍ୟକ୍ତିଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଥିଲା ଯାହା ଦ୍ଵାରା ସେହି ବ୍ୟକ୍ତିଙ୍କୁ ଏକ ଚିଠି ପଠାଇଥିଲେ । ଗତ ପହଡଦିନ ବ୍ୟକ୍ତିଙ୍କୁ ଡ୍ରାଇଭର ତାଙ୍କ ବ୍ୟାଗ ଦେଇ ମାନବିକତାର ଉଦାହରଣ ସାହି ଛନ୍ତି । ଏହି ଖବର ବିଷୟରେ ଜାଣି ସମସ୍ତ ଲୋକ ଉକ୍ତ ଟ୍ରକ ଡ୍ରାଇଭରଙ୍କ ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *