ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି ଝିଅର Handwriting ଦେଖିଲେ କମ୍ପ୍ୟୁଟର ବି ଲାଜେଇ ଯିବ, ଦେଖିବା ମାତ୍ରେ ଆପଣ କହିବେ ବାଃ… ବାଃ…

ବନ୍ଧୁଗଣ କୁହାଯାଏ ପ୍ରତିଭାକୁ ଯେତେ ଚେଷ୍ଟା କରିଲେ ମଧ୍ୟ ଲୁଚେଇ ହେବ ନାହିଁ । ପ୍ରତିଭା ସମସ୍ତଙ୍କ ସାମ୍ନାକୁ କେବେ ନା କେବେ ଆସିଯିବ । ସ୍କୁଲରେ ଛୁଆ ମାନଙ୍କୁ ସର୍ବ ପ୍ରଥମେ ସୁନ୍ଦର ଅକ୍ଷର ଶିଖାଯାଇଥାଏ । ଯେଉଁ ଛାତ୍ର ମାନଙ୍କ ରାଇଟିଙ୍ଗ ଭଲ ଥାଏ ସେମାନଙ୍କର ପ୍ରଶଂସା ଶିକ୍ଷକ ମାନେ କରନ୍ତି । ସୁନ୍ଦର ଅକ୍ଷର ପଢୁଥିବା ଛାତ୍ର ମାନଙ୍କ ଉପରେ ମଧ୍ୟ ଭଲ ପ୍ରଭାବ ପଡିଥାଏ । ଗତ କିଛି ଦିନ ହେବ ଏକ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀର ଅକ୍ଷର ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି ।

ଏହି ଛାତ୍ରୀଙ୍କ ଅକ୍ଷର ସମସ୍ତ ପୁରୁଣା ରେକର୍ଡକୁ କାଟି ଦେଇଛି । ଛାତ୍ରୀଙ୍କ ଅକ୍ଷର ଦେଖି ସମସ୍ତ ଲୋକଙ୍କ ମୁହଁରୁ କେବଳ ପ୍ରଶଂସା ବାହାରୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଛାତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଛାତ୍ରୀଙ୍କ ବିଷୟରେ ।

ସୁନ୍ଦର ଅକ୍ଷରରେ ଲେଖୁଥିବା ଏହି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ନାମ ହେଉଛି ପ୍ରକୃତି ମଲ୍ଲା । ପ୍ରକୃତି ନେପାଲର ବାସିନ୍ଧା ଅଟନ୍ତି ଓ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ପ୍ରକୃତି ନେପାଳରେ ହୋଇଥିବା ନାସନାଲ ହ୍ୟାଣ୍ଡ ରାଇଟିଙ୍ଗ କମ୍ପିଡିସନରେ ଭାଗ ନେଇ ବିଜେତା ହୋଇଛନ୍ତି । ନେପାଳ ସରକାର ପ୍ରକୃତିଙ୍କ ଅକ୍ଷରକୁ ଦେଶର ସବୁଠାରୁ ସୁନ୍ଦର ଅକ୍ଷରର ମାନ୍ୟତା ଦେଇଛନ୍ତି ।

ପ୍ରକୃତିଙ୍କ ସୁନ୍ଦର ଅକ୍ଷର ଦେଖି ସମସ୍ତ ଲୋକ ଖୁସି ହୋଇଯାଉଛନ୍ତି ଓ ତାଙ୍କର ଭରପୁର ପ୍ରଶଂସା କରୁଛନ୍ତି । ପ୍ରକୃତି ମଲ୍ଲା ନେପାଳର ଭକ୍ତପୂରରେ ରୁହନ୍ତି । ସେ ୨୦୧୭ ମସିହାରେ ପେନମେନାସିପ କମ୍ପିଡିସନ ଜିତିଥିଲେ ଓ ସେତେବେଳେ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ସେ ଭକ୍ତପୂରରେ ଥିବା ସୈନିକ ସ୍କୁଲରେ ପାଢ ପଢନ୍ତି ।

ପ୍ରକୃତିଙ୍କ ବୟସକୁ ଦେଖି କେହି ଲୋକ ବିଶ୍ଵାସ କରିପାରୁ ନାହାନ୍ତି ଯେ, ସେ ଏତେ ସୁନ୍ଦର ଅକ୍ଷରରେ ଲେଖନ୍ତି । ପ୍ରକୃତିଙ୍କୁ ତାଙ୍କ ଅକ୍ଷର ପାଇଁ ଦେଶର ଅନେକ ସ୍ଥାନରେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଗତ କିଛି ଦିନ ହେବ ତାଙ୍କ ଅକ୍ଷରର କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଜଣାଶୁଣା ଲିଡର ସିପ କୋଚ କିରଷ୍ଟିନ ଫର୍ନ୍ୟୁସନ ପ୍ରକୃତିଙ୍କୁ ଅକ୍ଷରର ପ୍ରଶଂସା କରି ଲେଖିଛନ୍ତି ଯେ-‘ଏହା ନେପାଳରେ ୮ ବର୍ଷ ଛାତ୍ରୀର ରାଇଟିଙ୍ଗ ଅଟେ ଯାହାକୁ ଦୁନିଆର ସବୁଠାରୁ ସୁନ୍ଦର ଅକ୍ଷରର ମାନ୍ୟତା ଦିଆଯାଇଛି’ । ପ୍ରକୃତି ସବୁଦିନ ଦୁଇ ଘଣ୍ଟା ନିଜ ଅକ୍ଷରକୁ ଆହୁରି ଭଲ କରିବା ପାଇଁ ଅଭ୍ୟାସ ଜାରି ରଖନ୍ତି ।  ସୋ-ସି-ଆ-ଲ ମି-ଡି-ଆରେ ତାଙ୍କ ଅକ୍ଷରର ଚର୍ଚା ବହୁତ ମାତ୍ରାରେ ହେଉଛି ଓ ଲୋକମାନେ ତାଙ୍କର ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତିଙ୍କ ଅକ୍ଷର କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *