Jyotish Shastra- ଜାନୁୟାରୀ ୨୦୨୧ ରେ ଏହି ୫ଟି ରାଶି ମହାଭାଗ୍ୟଶାଳୀ, ସୁନା ପରି ଚମକିବ ଏମାନଙ୍କ ଭାଗ୍ୟ

ନୂଆବର୍ଷର ପ୍ରଥମ ମାସରେ ବନିବାକୁ ଯାଉଛି ମହାସଂଯୋଗ । ଏହି ଜାନୁୟାରୀ ମାସରେ ଗ୍ରହ ମାନଙ୍କ ମଧ୍ୟରେ ବନିବାକୁ ଯାଉଛି ମହାସଂଯୋଗ ଯାହା ଦ୍ୱାରା ଏହି ପାଞ୍ଚଟି ରାଶିର ଭାଗ୍ୟ ପରିବର୍ତନ ହେବାକୁ ଯାଉଛି । ବହୁତଥର ମଣିଷ ଜୀବନରେ ଆସୁଥିବା ସୁଖ ଓ ଦୁଃଖର ସିଧା ସମ୍ବନ୍ଧ କୁଣ୍ଡଳୀ ସହିତ ଯୋଡି ହୋଇ ରହିଥାଏ । ଏମିତି ଜାଣିବାର ଅଛି କି ଆମ କୁଣ୍ଡଳୀ ଅନୁସାରେ ଆମ ଜୀବନରେ ହେବାକୁ ଯାଉଥିବା ପରିବର୍ତନ ଆମକୁ ଆଗରୁ ହିଁ ଜଣା ପଡିଯାଇଥାଏ । ଯାହା ଫଳରେ ଆଗକୁ କୌଣସି ବି କଥାରେ କୌଣସି ବି ସମସ୍ୟା ରହିନଥାଏ ।

ଆଗକୁ ଯେବେ ଗ୍ରହମାନଙ୍କର ସ୍ଥିତିରେ ଅଦଳା ବଦଳି ହୋଇଥାଏ ତେବେ ତାହାର ପ୍ରଭାବ ସିଧା ଆମ ଲାଇଫ ଉପରେ ପଡିଥାଏ , ଯାହା ଫଳରେ ଜୀବନରେ ଅନେକ ପରିବର୍ତନ ଆସିଥାଏ । ଅତି ସହଜ ଲାଗୁଥିବା କାର୍ଯ୍ୟ କଠିନ ହୋଇଯାଇଥାଏ ତ ଆଉ କିଛି କଠିନ କାର୍ଯ୍ୟ ମଧ୍ୟ ସହଜ ହୋଇଯାଇଥାଏ । କାହାକୁ ପରିଶ୍ରମର ପୂର୍ଣ୍ଣ ଫଳ ମିଳିନଥାଏ ତ କାହାରୀକୁ ଅଳ୍ପ ପରିଶ୍ରମରେ ପୂର୍ଣ ସଫଳତା ମିଳିଥାଏ । ତେବେ ଏହାଯେ କେବଳ ଭାଗ୍ୟର କାରଣରୁ ତାହା ନୁହଁ କର୍ମର ବି ପ୍ରମୁଖ ଭୂମିକା ରହିଥାଏ ।

ଭାଗ୍ୟଶାଳୀ ହେବାର ଏହା ଅର୍ଥ ନୁହଁ ଯେ କର୍ମ ନକରିବା , ଏହାର ଅର୍ଥ ଅଳ୍ପ ପରିଶ୍ରମରେ ଲାଭର ଯୋଗ । ତେବେ ଆମେ ଏବେ ଏମିତି ପାଞ୍ଚଟି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସବୁ ସଫଳତା ମାର୍ଗ ସ୍ପଷ୍ଟ ହେବ , ଗ୍ରହ ମାନଙ୍କର ସମ୍ପୂର୍ଣ ସୁପୋର୍ଟ ପ୍ରାପ୍ତ ହେବ । ଏହି ଜାନୁୟାରୀ ମାସରେ ସେମାନଙ୍କର ଭାଗ୍ୟ ପରିବର୍ତନ ହେବାକୁ ଯାଉଛି , ଯେଉଁମାନଙ୍କ ଜୀବନରେ ପ୍ରତ୍ୟେକଟି ଲାଭ ହିଁ ଲାଭ ହେବ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ରାଶି ବିଷୟରେ ।

ମେଷ ରାଶି

ମେଷ ରାଶି ମାନଙ୍କର ଜୀବନରେ ସମସ୍ତ ଦୁଃଖ ସମାପ୍ତ ହେବାକୁ ଯାଉଛି । ଯେଉଁ ମାନେ ବହୁତ ଦିନରୁ କିଛି ସମସ୍ୟା ଦେଇ ଗତି କରୁଥିଲେ , ଋଣର ଭାରରେ ବୁଡି ରହିଥିଲେ ତାଙ୍କର ନୂତନ ବାଟ ଖୋଲିଯିବ । ଲାଭ ବି ଏମାନଙ୍କୁ ନିଶ୍ଚିତ ମିଳିବ , ପରିବାରର ସମ୍ପୂର୍ଣ ସପୋର୍ଟ ଏମାନଙ୍କୁ ନିଶ୍ଚିତ ମିଳିବ । ପ୍ରତିଟି କ୍ଷେତ୍ରରେ ଆପଣ ସକ୍ସେସ ହେବେ । ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ସଫଳତା ମିଳିବ । ସମ୍ପୁର୍ଣ ମାସଟି ଶୁଭ ସାବ୍ୟସ୍ତ ହେବ ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିମାନେ ସମାଜରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ରହିବେ । ବ୍ୟାପାରୀ ମାନେ ବେପାରରେ ଅନେକ ଲାଭବାନ ହେବେ , ଜୀବନରେ ବଡ ଧରଣର ପରିବର୍ତନ ଘଟିବ । କୋଟ କଚେରୀରେ ଲାଗିଥିବା ମାମଲାରେ ଆପଣ ଜିତିବେ । କୌଣସି ଜାଗାରେ ଫସିଥିବା ଧନ ଫେରିଆସିବ । ପାରିବାରିକ ଜୀବନ ଭଲ ରହିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ସମୟ ଶୁଭ ସାବ୍ୟସ୍ତ ହେବ ।

ତୁଳା ରାଶି

ଏହି ରାଶି ମାନଙ୍କ ପାଇଁ ଜାନୁୟାରୀ ମାସଟି ଭଲ ଖବର ନେଇକରି ଆସୁଛି । ଆପଣଙ୍କ ପରିବାରରେ ଯାହା କିଛି ସମସ୍ୟା ରହିଥିଲା , କଳହ ରହୁଥିଲା ତାହା ସବୁ ଦୂର ହୋଇ ଗୃହରେ ସୁଖ ଶାନ୍ତି ବଜାୟ ରହିବ । ନୂଆ ଯାନ ବାହନ କିଣିବାର ଯୋଗ ରହୁଛି । ଆପଣ ରୋମାଣ୍ଟିକ ଜୀବନ ପ୍ରାପ୍ତ ହେବାର ସୌଭାଗ୍ୟ ଆପଣଙ୍କୁ ମିଳିବ । ନୂଆ ବର୍ଷରେ ଆପଣ ପ୍ରତ୍ୟେକ କାର୍ଯକୁ ମନ ଲଗାଇ ସଠିକ ଢଙ୍ଗରେ କରିବେ । ପ୍ରତ୍ୟେକ ଗ୍ରହ ଆପଣଙ୍କର ସପକ୍ଷରେ ରହୁଅଛି, ଆପଣଙ୍କର ପରିବାରର ସହଯୋଗ ବି ଆପଣଙ୍କୁ ମିଳିବ । ସାନ ଭାଇ ଭଉଣୀଙ୍କ ସ୍ନେହ ଆପଣଙ୍କୁ ମିଳିବ , କିନ୍ତୁ ଏହି ମାସରେ ଆପଣ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବାର ଅଛି । ଶରୀରକୁ ଫିଟ ରଖିବା ପାଇଁ ଯୋଗ ଓ ବ୍ୟାୟାମର ଅଭ୍ୟାସ ରଖନ୍ତୁ ।

ମକର ରାଶି

ବର୍ଷର ପ୍ରଥମ ମାସରେ ମାନ ସମ୍ମାନ, ଧନ ସମ୍ପତି ପ୍ରତିଷ୍ଟା ସବୁକିଛି ପାଇ ପାରିବେ । ବିଦେଶ ବେପାର ଓ ଶେୟାର ବଜାରରେ ଆପଣଙ୍କୁ ଆଶା ଠାରୁ ଅଧିକ ସଫଳତା ମିଳିବ । ଚାକିରିରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଜାନୁୟାରୀ ମାସଟି ପଦନ୍ନତି କିମ୍ବା ଦରମା ବୃଦ୍ଧି ହେବ । ବୈବାହିକ ଜୀବନରେ ଆପଣ ଅନେକ ପ୍ରକାର ସୁଖର ଅନୁଭବ କରିବେ । ଜାନୁୟାରୀର ଶେଷ ଭାଗରେ ପରିବାରର ସୁଖ ସୌଭାଗ୍ୟରେ ଅଭିବୃଦ୍ଧି ଘଟିବ । ପ୍ରେମ ଜୀବନରେ ସଫଳତା ମିଳିବ । କାରବାର ଓ ବେପାରରେ ମଧ୍ୟ ଏହି ସମୟରେ ଉନ୍ନତି ପ୍ରାପ୍ତ ହେବ । ପୁରୁଣା କାର୍ଯ୍ୟ ଯାହା ଅଟକି ରହିଥିଲା ଏହି ଜାନୁୟାରୀ ମାସରେ ତାହା ପୂର୍ଣ ହୋଇଯିବ । ଋଣ ମୁକ୍ତିର ରାସ୍ତା ବାହାରିଯିବ । ଆପଣ ସମସ୍ତ କାର୍ଯରେ ସଫଳତା ପାଇବେ , ତାହା ସହିତ ଭୂମି ଓ ବାହନ ସୁଖ ମଧ୍ୟ ପ୍ରାପ୍ତ ହେବ ।

କୁମ୍ଭ ରାଶି

ଏହି ଜାନୁୟାରୀ ମାସଟି ଆପଣଙ୍କୁ ସବୁ ସଫଳତା ପ୍ରାପ୍ତି ହେବ । ଏହି ମାସରେ ଧନର ଆଗମନ ହେବ । କୌଣସି କାର୍ଯ୍ୟରେ ଯଦି ହାତ ଦେବେ ଏମାନେ ସଫଳତା ପାଇବେ । ଆର୍ଥିକ ସ୍ଥିତି ମଝବୁତ ହୋଇଯିବ, ହସ ଖୁସିର ମାହୋଲ ଦେଖିବାକୁ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଯଦି ଏହି ସମୟରେ ନୂଆ ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି ଆପଣଙ୍କ ପାଇଁ ସମୟ ସଠିକ ସବ୍ୟସ୍ତ୍ ହେବ । କହିବାକୁ ଗଲେ ସବୁ କ୍ଷେତ୍ରରେ ଏହି ସମୟ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ।

କର୍ମ କ୍ଷେତ୍ରରେ ସହଯୋଗୀଙ୍କ ଠାରୁ ମଧ୍ୟ ପ୍ରଶଂସିତ ହେବେ । ବ୍ୟବସାୟରେ ପୂର୍ବରୁ ଯାହାକିଛି ସମସ୍ୟା ଥିଲା ତାହା ଦୂର ହୋଇଯିବ । ସମସ୍ତ ପାରିବାରିକ କ୍ଲେଶ ଓ ଭାତୃ ବିବାଦ ମଧ୍ୟ ଦୂର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଜୀବନରେ ଖୁସିର ଲହରୀ ଛୁଟିବ । ଏହି ସମୟରେ ଉଚିତ ମାର୍ଗରେ କର୍ମ କରନ୍ତୁ ଓ ନିଜ ବାଣୀ ଉପରେ ମଧ୍ୟ ସଂଯମତା ରଖନ୍ତୁ ।

ତେବେ ବନ୍ଧୁଗଣ ଏହି ଜାନୁୟାରୀ ମାସରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି । ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *