ତେଜିଲା ଜଗତସିଂହପୁର ରାଜନୀତି ! ତିର୍ତ୍ତୋଲ ବିଧାୟକଙ୍କୁ ଗିରଫ କରିବା ପାଇଁ ଜୟ ନାରାୟଣଙ୍କ ଶରଣରେ ପ୍ରେମିକା ସୋମାଲିକା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ତେଜିଲା ଜଗତସିଂହପୁର ରାଜନୀତି । ତେବେ ତିର୍ତ୍ତୋଲ ବିଧାୟକଙ୍କୁ ଗିରଫ କରିବାକୁ ଦାବୀ କରିଛନ୍ତି ପ୍ରେମିକା ସୋମାଲିକା ଦାସ । ତେବେ ନିଜର ସବୁ ପ୍ରଚେଷ୍ଟାରେ ବିଫଳ ହୋଇ ଏବେ ବିରୋଧୀ ଦଳ ନେତା ଜୟନାରାୟଣଙ୍କ ପାଖକୁ ଯାଇଛନ୍ତି  ସୋମାଲିକା ଦାସ । ତେବେ ଜୟନାରାୟଣଙ୍କୁ ଭେଟି ସୋମାଲିକା ସମସ୍ତ କଥା କହିଛନ୍ତି । ପ୍ରେମରେ ପ୍ରତିଶ୍ରୁତି ଦେଇ ଧୋକା ଦେଇଛନ୍ତି ।

ଏହା ସହିତ ସବୁ କିଛି କରିସାରିଲା ପରେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ମୁହଁ ବୁଲାଇଦେଉଛନ୍ତି । ତେବେ ଦୀର୍ଘ ୯ ମାସ କାଳ ଦୌଡି ଦୌଡି ସୋମାଲିକା ନୟାନ୍ତ ହୋଇଗଲେ ବୋଲି କହୁଛନ୍ତି । ତେବେ ୯ ମାସ ଯାଇ କେଶ ରେଜିଷ୍ଟର ହୋଇଛି । ସବୁ କିଛି ଠିକ ହୋଇଯିବ ବୋଲି ସମସ୍ତେ ଖାଲି ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କିଛି ମଧ୍ୟ ହୋଇପାରୁ ନାହିଁ ବୋଲି ସୋମାଲିକା କହିଛନ୍ତି । ତେବେ ଏପଟେ ଥାନା ବୁଲି ବୁଲି ନୟାନ୍ତ ହୋଇ ଚିନ୍ତାରେ ସୋମାଲିକା ଅଛନ୍ତି ।

ହେଲେ ଅପର ପକ୍ଷରେ ବିଜୟଶଙ୍କର ପୁରା ଖୁଲମଖୁଲା ବୁଲୁଛନ୍ତି । ତାଙ୍କୁ ଏହି ସବୁରୁ ଯେପରି କିଛି ମଧ୍ୟ ଫରକ ପଡୁନାହିଁ । ତେବେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କୁ ପୋଲିସ କାହିଁକି ଏତେ ସବୁ କିଛି ପ୍ରମାଣ ଥାଇ ମଧ୍ୟ ଗିରଫ କରୁନାହାନ୍ତି ବୋଲି ସୋମାଲିକା କହିଛନ୍ତି । ଏହା ସହିତ ସୋମାଲିକାଙ୍କ କହିବା ଆଧାରରେ ମୋତେ ଆଜି ପର୍ଯ୍ୟନ୍ତ କିଛି ମଧ୍ୟ ନ୍ୟାୟ ମଧ୍ୟ ମିଳିପାରି ନାହିଁ ବୋଲି ମଧ୍ୟ ମୁହଁ ଖୋଲି ସୋମାଲିକା ଜୟନାରାୟଣଙ୍କୁ କହିଛନ୍ତି ।

ତେବେ ଜୟନାରାୟଣ ମିଶ୍ର ଜଣେ ଭଲ ଲୋକ ବୋଲି ସୋମାଲିକ ତାଙ୍କୁ ଭେଟି ନିଜର ସମସ୍ତ ଅଭିଯୋଗ ଶୁଣାଇବାକୁ ଆସିଛନ୍ତି ବୋଲି ସୋମାଲିକା କହୁଛନ୍ତି । ତେବେ ସୋମାଲିକା ଏପରି ମଧ୍ୟ କହୁଛନ୍ତି । ଏହା କି ଯେ ମୋ ପାଖରେ ସବୁକିଛି ପ୍ରମାଣ ରହିଛି ବୋଲି ମୁଁ ଏତେ ବାଟ ପର୍ଯ୍ୟନ୍ତ ଆସିପାରିଛି । ନଚେତ ମୁଁ କାହିଁକି ସବୁଠିକି ଧାଇଁ ଥାନ୍ତି ।

ବିଜୟଶଙ୍କର ଦାସଙ୍କ ଉପରେ କିଛି ପ୍ରଭାବ ଏଥିରୁ ପଡୁନାହିଁ । ତେବେ ଚଳିତ ବିଧାନସଭାରେ ସୋମାଲିକା ପ୍ରସଙ୍ଗ ଉଠୁ ବୋଲି ସୋମାଲିକା କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *