୩ ଝିଅ ପରେ ବାପା ଚାହୁଁଥିଲେ ପୁଅ, ହେଲେ ପୁଣି କୋଳକୁ ଆସିଲେ ୩ ଜାଅଁଳା ଝିଅ, ଆଉ ତା’ପରେ ବାପା ଯାହା କଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ, ଯେବେ କୌଣସି ମହିଳା ମା’ ହୋଇଥାଏ ଏହା ତାଙ୍କ ପାଇଁ ବହୁତ ଖୁସିର ସମୟ ହୋଇଥାଏ । ମା’ ବନିବାର ସୁଖ ଜଣେ ମା’ ହିଁ ବୁଝି ପାରିବ । ଯେଉଁ ମହିଳା ଙ୍କୁ ପ୍ରଥମ ଥର ମା’ ହେବାର ସୌଭାଗ୍ୟ ମିଳିଥାଏ ତାହାର ଖୁସିର ଅନୁମାନ କେହି ଲଗାଇପାରିବେ ନାହିଁ । କିଛି ମହିଳା ଏଭଳି ରହିଥାନ୍ତି ଯେଉଁମାନେ ବିବାହର କିଛିଦିନ ପରେ ହିଁ ମା’ ବନିଯାଇଥାନ୍ତି । ସେହିଭଳି କିଛି ମହିଳା ଏଭଳି ମଧ୍ୟ ହୋଇଥାନ୍ତି ଯେଉଁମାନେ ବିବାହର କିଛିଦିନ ପରେ ମଧ୍ୟ ମା’ ବନି ପାରନ୍ତି ନାହିଁ ।

ଏହିଭଳି ସ୍ଥିତିରେ ସେ ନିଜ ଜୀବନରେ ସନ୍ତାନ ପ୍ରାପ୍ତିର ଲାଳସାରେ ତଡପିଥାନ୍ତି । ସେହିଭଳି କିଛି ଏଭଳି ମହିଳା ଥାନ୍ତି ଯେଉଁମାନେ ପୁଅ ଜାତ ର ଆଶା ନେଇ ବସିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ପୁଅ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ରହିନାହିଁ । ପୁଅ ଝିଅ ସବୁ ଗୋଟିଏ ସମାନ । କିନ୍ତୁ ଏହା ପରିବର୍ତ୍ତେ ମଧ୍ୟ କିଛି ଲୋକଙ୍କ ମାନସିକତାରେ ଆଦୌ ପରିବର୍ତ୍ତନ ଆସିନାହିଁ ।

ସମାଜରେ ଏଭଳି ମଧ୍ୟ କିଛି ଲୋକ ରହିଥାନ୍ତି ଯେଉଁମାନେ ଝିଅ ମାନଙ୍କ ଠାରୁ ପୁଅ ମାନଙ୍କୁ ଶ୍ରେଷ୍ଠ ବୋଲି ମନେ କରିଥାନ୍ତି ଏବଂ ପୁଅ ଆଶାରେ କିଛି ମଧ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥାନ୍ତି । ମାତ୍ର ସବୁ ଲୋକ ଏକାଭଳି ନୁହନ୍ତି । ସେହିଭଳି ଏକ ଘଟଣା ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ, ମଧ୍ୟପ୍ରଦେଶ ରେ ଏକ ଦମ୍ପତି ଙ୍କର ୩ ଟି ଝିଅ ସନ୍ତାନ ଥିଲେ ଏହାପରେ ମଧ୍ୟ ତାଙ୍କୁ ପୁଅ ସନ୍ତାନ ର ଆଶା ଥିଲା, କିନ୍ତୁ ପରେ ମଧ୍ୟ ଏକା ସହିତ ପୁଣି ୩ ଟି ଝିଅ ସନ୍ତାନ ଜାତ ହେଲେ ।

ସୀମା ତିବାରୀ ଏବଂ ରାକେଶ ତିବାରୀ ଙ୍କ ବିବାହ ୨୦୧୩ ରେ ହୋଇଥିଲା । ଏହାପରେ ୩ ଟି ଝିଅ ଜନ୍ମ ହୋଇଥିଲେ । ପ୍ରଥମ ଝିଅ ର ବୟସ ୭ ବର୍ଷ, ଦ୍ଵିତୀୟ ଝିଅର ବୟସ ୫ ବର୍ଷ, ତୃତୀୟ ଝିଅର ବୟସ ୨ ବର୍ଷ । ଏହାପରେ ଉଭୟ ଆଶା ରଖିଥିଲେ ତାଙ୍କର ଗୋଟିଏ ପୁଅ ସନ୍ତାନଟିଏ ହେଉ ବୋଲି, ସୀମା ଗର୍ଭବତୀ ହେଲେ । କିନ୍ତୁ ତାଙ୍କର ଏକା ସହିତ ପୁଣି ୩ ଟି ଝିଅ ସନ୍ତାନ ଜାତ ହେଲା ।

ମା’ ଏବଂ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି । ରାକେଶ କହିଥିଲେ ଯେ ଗୋଟିଏ ଶିଶୁ ପୁତ୍ର ହୋଇଥିଲେ ତାଙ୍କ ପରିବାର ପୂର୍ଣ୍ଣ ହୋଇଯାଇଥାନ୍ତା । କିନ୍ତୁ ପୁଣି ଝିଅ ହୋଇଛନ୍ତି, ସେ ଯାହା ହେଉ ଝିଅ ମାନେ ଭଗବାନ ଙ୍କ ଆଶୀର୍ବାଦ ଅଟନ୍ତି ଏବଂ ତାଙ୍କ ସାମର୍ଥ୍ୟ ଅନୁସାରେ ସେ ପାଳିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *