କଲରେ କଥା ହଉଥିଲା ଶୁଭଶ୍ରୀ, କେତେ ଥର କଥା ହଉଥିଲା ଦିବ୍ୟରଞ୍ଜନ, ଖୋଲିଲା ସବୁ ରହସ୍ୟ !

ବନ୍ଧୁଗଣ, ନିକଟରେ ଡାକ୍ତର ଶୁଭଶ୍ରୀ କର ଙ୍କ ମୃତ୍ୟୁ ଘଟଣା ସାରା ଓଡିଶାରେ ଚହଳ ସୃଷ୍ଟି କରିଦେଇଛି । ସୂଚନା ଅନୁଯାୟୀ ବର୍ତ୍ତମାନ ଆସିଲା ଡାକ୍ତର ଶୁଭଶ୍ରୀ କର ଙ୍କର କଲ ଡିଟେଲ୍ସ । କଲ ଡିଟେଲ୍ସ ରେକର୍ଡ ସଂଗ୍ରହ କରିଛି ପୋଲିସ, ଆଉ ଏଥିରେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ । ଏହାକୁ ନେଇ ଆଗକୁ ତଦନ୍ତ ସକ୍ରିୟ କରିବ ପୋଲିସ ପ୍ରଶାସନ । ତେବେ ପୋଲିସ ବର୍ତ୍ତମାନ ଶୁଭଶ୍ରୀ କର ଏବଂ ତାଙ୍କ ପୁରୁଷ ଡାକ୍ତର ବନ୍ଧୁଙ୍କର କଲ ଡିଟେଲ୍ସ ସଂଗ୍ରହ କରିଛି ।

ଡାକ୍ତର ଶୁଭଶ୍ରୀ କର ଉଭୟ ଜିଓ ଏବଂ ଏୟାରଟେଲ ନମ୍ବର ବ୍ୟବହାର କରୁଥିଲେ । ଏହା ସହିତ ତାଙ୍କର ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟ ରଞ୍ଜନ ମାଝୀ ମଧ୍ୟ ବ୍ୟବହାର କରୁଥିଲେ 3 ଟି ସିମ । ଏହି ଦୁଇଜଣ ପ୍ରେମୀ ଯୁଗଳ ଅର୍ଥାତ ଡାକ୍ତର ଶୁଭଶ୍ରୀ କର ଏବଂ ଦିବ୍ୟ ରଞ୍ଜନ ମାଝୀ, ଶେଷ 7 ଦିନରେ କେତେଥର କଥାବାର୍ତ୍ତା ହୋଇଛନ୍ତି, କ’ଣ କଥାବାର୍ତ୍ତା ହୋଇଛନ୍ତି, ଏହିସବୁ ର ତଥ୍ୟ ସଂଗ୍ରହ କରିଛି ପୋଲିସ ।

ଏହି ଘଟଣା କୁ 7 ଦିନ ବୀତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଶୁଭଶ୍ରୀ ଙ୍କ ବୟଫ୍ରେଣ୍ଡ ଦିବ୍ୟ ରଞ୍ଜନ ମାଝି ଙ୍କ ପାଖରେ ପହଞ୍ଚି ପାରିନାହିଁ ପୋଲିସ । ଦିବ୍ୟ ଙ୍କୁ ଖୋଜିବା ପାଇଁ ପୋଲିସ ଏକାଧିକ ଟିମ ଗଠନ କରିଛି । କିନ୍ତୁ ପୋଲିସ ଦିବ୍ୟ ରଞ୍ଜନ ମାଝୀ ଙ୍କ ପାଖରେ ପହଞ୍ଚି ପାରୁ ନାହିଁ କି ଅଧିକ ତଦନ୍ତ ମଧ୍ୟ କରି ପାରୁ ନାହିଁ ।

ଖବର ସୂତ୍ର ରୁ ଜଣା ପଡିଛି ଯେ ଦିବ୍ୟ ରଞ୍ଜନ ମାଝୀ ବର୍ତ୍ତମାନ ଓଡିଶା ବାହାରକୁ ଚାଲି ଯାଇଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ କରିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ଦିବ୍ୟ ରଞ୍ଜନ କୁ ପାଉନାହିଁ ପୋଲିସ । ତେବେ କେବେ ପୋଲିସ ଦିବ୍ୟ ଙ୍କୁ ଗିରଫ କରିବ ? ତାଙ୍କୁ ତଦନ୍ତ ପରିସର କରାଯିବ, ଏବଂ ଦିବ୍ୟ ରଞ୍ଜନ ଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ କେଉଁ କେଉଁ ତଥ୍ୟ ସାମ୍ନା କୁ ଆସିବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ତେବେ ଏହାକୁ ନେଇ ବର୍ତ୍ତମାନ ଶୁଭଶ୍ରୀ ଙ୍କ ପରିବାର ଲୋକେ ଝିଅ କୁ ନ୍ୟାୟ ମିଳିବା ଆଶାରେ ଚାହିଁ ବସିଛନ୍ତି । ଆଜିଭଳି ଦିନରେ ଏହିଭଳି ଅନେକ ମାତ୍ରାରେ ଘଟଣା ଘଟିବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *