ବନ୍ଧୁଗଣ ଆପଣ ମାନେ ସମସ୍ତେ ପୁନର୍ଜନ୍ମ ବିଷୟରେ ନିଶ୍ଚୟ କିଛି ନା କିଛି ଶୁଣିଥିବେ । ପୁନର୍ଜନ୍ମ ବିଶ୍ଵାସ- ଅନ୍ଧ ବିଶ୍ଵାସର ଦିଗ ହୀନ ଦିଗବଳୟ । ଯାହାକୁ ନା ବିଜ୍ଞାନ ଗ୍ରହଣ କରିଛି ନା ବିଦ୍ଵାନ । କିନ୍ତୁ ସମାଜରେ ରହିଛି ଏମିତି କିଛି ଘଟଣା ଯାହା ଆକସ୍ମିକ ଆଖି ଆଗକୁ ଚାଲିଆସିଲେ ଲୋକ ଟାଙ୍କୁରାଇ ଦିଏ । ସ୍ଵପ୍ନ ଭଳି ଲାଗୁଥିବା ସନ୍ଧ୍ୟାର ଘଟଣା ବେଳେବେଳେ ସତ ଭଳି ଲାଗିଥାଏ ।
ଏମିତି ଏକ ପୁନର୍ଜନ୍ମ ଘଟଣା ରାଜସ୍ଥାନରେ ଘଟିଛି ୩ ବର୍ଷର ଏକ ନାବାଳକ କହୁଛି ସେଦିନର ଶେଷ କାହାଣୀ । ୨୫ ବର୍ଷ ଯୁବକର ମୃତ୍ୟୁ ଘଟଣାକୁ ବଖାଣୁଛି ୩ ବର୍ଷର ପିଲା । ବନ୍ଧୁଗଣ ଏହି ଘଟଣାଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଏହି ଘଟଣାଟି ବହୁତ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଏହି ୩ ବର୍ଷ ନାବଳାକର ନାମ ହେଉଛି ମୋହିତ । ମୋହିତ ନାମକ ନାବାଳକ କହୁଛି ପୁନର୍ଜନ୍ମ ଘଟଣା । ଜନ୍ମ ହେବା ଦିନରୁ ଯେବେ ଟ୍ରାକ୍ଟର ଶବ୍ଦ ଶୁଣି କାନ୍ଦି ଉଠେ ମୋହିତ । ଟ୍ରାକ୍ଟର ଶବ୍ଦ ଶୁଣିଲେ କାହିଁକି ମୋହିତ କାନ୍ଦେ ପରିବାର ଲୋକେ ବି ଜାଣି ପାରନ୍ତି ନାହିଁ । କିନ୍ତୁ ଯେବେ ମୋହିତ କଥା କହିବା ଆରମ୍ଭ କରିଲା ସେବେ କହିଲା ପୁନର୍ଜନ୍ମର ଘଟଣା ।
ପ୍ରଥମେ ମୋହିତର ଏମିତି କଥାକୁ ବିଶ୍ଵାସ କରୁ ନଥିଲେ ପରିବାର ଲୋକେ । ପରେ ମୋହିତ କହୁଥିବା ମୃତ ତ୍ଵରଣର ମାତା-ପିତାଙ୍କ ସହ ସାକ୍ଷାତ କରିଥିଲେ ପରିବାର ଲୋକେ । ଏହା ପରେ ମୃତ ତ୍ଵରଣର ଘଟଣା ଆଉ ମୋହିତ କହୁଥିବା ଘଟଣା ମଧ୍ୟରେ ତିଳେ ମାତ୍ର ସାମଞ୍ଜସ୍ଯ ରହି ନଥିଲା । ବନ୍ଧୁଗଣ ଏହା ଅଧିକ ରୋଚକ ସ୍ଥିତି ସୃଷ୍ଟି କରିଥିଲା । ମୋହିତଙ୍କ ପିତାଙ୍କ କହିବା ଅନୁଯାଇ ଜନ୍ମ ବେଳରୁ ଟ୍ରାକ୍ଟର ଶବ୍ଦ ଶୁଣିଲେ ମୋହିତ ଡରିବା ସହ କାନ୍ଦି ଉଠେ ।
ଯେବେ କଥା କହିବା ଆରମ୍ଭ କରିଲା ସେବେ ସେ ତାର ନାମ ତ୍ଵରଣ ବୋଲି କହିଥିଲା । ପରେ ଜାଣିବାକୁ ମିଳିଥିଲା ଆଜିକୁ ଠିକ ୧୬ ବର୍ଷ ତଳେ ମନୋହର ଥାନା ଅଞ୍ଚଳରେ ଜଣେ ଯୁବକର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହ ରାସ୍ତା ନିର୍ମାଣ କାର୍ଯ୍ୟରେ ତ୍ଵରଣ ଶ୍ରମିକ ଭାବେ ନିଯୋଜିତ ରହିଥିଲା । ଟ୍ରାକ୍ଟର ଧକାରେ ତାର ଆକସ୍ମିକ ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁ ପରେ ମା-ବାପା ମଧ୍ୟପ୍ରଦେଶର ସଙ୍କରାପୁର ଗାଁକୁ ଚାଲି ଯାଇଥିଲେ ।
ସବୁଠାରୁ ବଡ କଥା ହେଉଛି ଏହି ଖବର ଜାଣିବା ପରେ ତ୍ଵରଣର ପରିବାର ଲୋକେ ଯେବେ ମୋହିତଙ୍କ ଘରେ ପହଞ୍ଚି ଥିଲେ ସେବେ ମୋହିତ ଟାଙ୍କୁ ଚିହ୍ନି ଥିଲା ଆଉ ତାଙ୍କ କୋଳରେ ଯାଇ ବସିଥିଲା । ଏହି ଘଟଣା ସତରେ ପୁନର୍ଜନ୍ମ ଘଟଣାକୁ ପ୍ରମାଣିତ କରିବା ଭଳି ଲାଗୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।