CM Naveen Patnaik ଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଗଠନକୁ ନେଇ ମୁହଁ ଖୋଲିଲେ Sura Routray, କହିଲେ ‘ଇଏ କି ମନ୍ତ୍ରୀ ମଣ୍ଡଳ ହେ…ଏଠି ତ କେହି ମନ୍ତ୍ରୀ ନାହାନ୍ତି, ଏସବୁ ଖାଲି…’, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ଜଣେ ରାଜନେତା ହୋଇ ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସମୟ ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ସୁର ଭାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିଛନ୍ତି । ଏବେ ମନ୍ତ୍ରୀ ମଣ୍ଡଳରେ ଦେଖିବାକୁ ମିଳିଛି କିଛି ନୂଆ ଚେହେରା ଆଉ ଏହାକୁ ନେଇ ବିଧାୟକ ସୁର ରାଉତରାୟ ନିଜର ମନ୍ତବ୍ୟ ଦେଇଛନ୍ତି ।

ସୁରଙ୍କ ମତରେ-‘ସେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କ ଇସ୍ତଫା ନେଇଗଲା । ତା ଇଛା ଯାହାକୁ ମନ୍ତ୍ରୀ କରିଲା ଏ ତା ଠାରୁ ଶିଖିକି ସବୁ ମନ୍ତ୍ରୀ ଇସ୍ତଫା ନେଇଗଲେ । ଯାହାକୁ ରଖିବା କଥା ରଖିଲେ ତାଙ୍କ ପର୍ଶନାଲ କଥା ଆଉ । ନବୀନ ବାବୁଙ୍କ ନିଜତ୍ଵ ସେ ତାଙ୍କ ନାଁରେ ସେ ଜିତିକି ଆସିଛନ୍ତି । ମାଇନସ ନବୀନ ପଟ୍ଟନାୟକ ଯିଏ ମନ୍ତ୍ରୀ ହେଲେ ଯିଏ ବିଧାୟକ ହେଲେ କି ଯିଏ ଅଛନ୍ତି କେହି ଏମଏଲଏ ହେଇପାରିବେ ? ଜଣେ ହେଲେ ତା ଭିତରୁ ।

ନବୀନ ବାବୁଙ୍କ ଯାହାକୁ ବିଧାୟକ କରିବା କଥା କରିଲେ ଯାହାକୁ ରଖିବା କଥା ରଖିଲେ ସେଇଟା ନବୀନ ବାବୁଙ୍କ ନିଜସ୍ଵ କଥା । ବଦନାମ କଣ ସମସ୍ତେ ହେଇଥିଲେ ଜଣେ ଦୁଇ ଜଣ ବଦନାମ ହୋଇଥିଲେ । ତେଣୁ ତାଙ୍କ ଇଛା ଯାହାକୁ ସେ ରଖିପାରିବେ ଯାହାକୁ ସେ ବିଦା କରିପାରିବେ । ସେଠି କେତେକ ଯୁବ ଟୋକା ଗରା ଅଛନ୍ତି ସବୁ ଗୁଡା ପ୍ରାୟ କଂଗ୍ରେସରେ କାମ କରୁଥିଲେ ଏବେ ସେଠି ଯାଇଛନ୍ତି ।

ହେଇଛନ୍ତି ମନ୍ତ୍ରୀ ଭଲ ହେଲା କିଛି ଅସୁବିଧା ହେବନି । ସେ ମନ୍ତ୍ରୀ ମଣ୍ଡଳରେ ଏ କେବଳ ନାଁକୁ ଅଛନ୍ତି ନା ଯେଉଁ ତିକ ମନ୍ତ୍ରୀ ଥିଲେ କଣ ସେମାନେ ମନ୍ତ୍ରୀ ଥିଲେ । ଆମେ ସବୁ ମନ୍ତ୍ରୀ ଥିଲୁ ଆମ ଡିପାର୍ଟମେଣ୍ଟ ସୁପ୍ରିମ ଆମେ । ପାଣ୍ଡିଆନ, ନବୀନ, ବବି ଏ ତିନୋଟି ହେଲେ ସୁପ୍ରିମ ଏ ହେଲେ ନାମ ଚଳା ମନ୍ତ୍ରୀ ସବୁ । ଏ ଖାଲି ଲୋକ ଦେଖାଣିଆ ଅଦଳବଦଳ  । କେବଳ ପାଣ୍ଡିଆନ, ନବୀନ ଆଉ ବବି ମାଡିଚାଲ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *