କିଏ ହେଲା କେଉଁ ମନ୍ତ୍ରୀ ? କାହାକୁ ମିଳିଲା କେଉଁ ବିଭାଗ…ଦେଖନ୍ତୁ Naveen ଙ୍କ ମନ୍ତ୍ରୀ ମଣ୍ଡଳର ପୁରା ଲିଷ୍ଟ

ବନ୍ଧୁଗଣ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ହୋଇଛି ନବକଳେବର ଲୋକସଭା ଭବନର କନଭେନ୍ସନ ହଲରେ ନବୀନ ମନ୍ତ୍ରୀ ମଣ୍ଡଳର ଶପଥ ପାଠ ଉତ୍ସବ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେସି ଲାଲ 21 ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ପାଠ ଅବସରରେ କ୍ୟାବିନେଟ ମନ୍ତ୍ରୀ ଭାବେ 13 ଜଣ ଆଉ 8 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ତେବେ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଥମ ଶପଥ ପାଠ କରିଥିଲେ ଜଗନ୍ନାଥ ସରକା ଏହା ପରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରମିଳା ମାଲିକ, ଉଷାଦେବୀ, ପ୍ରଫୁଲ କୁମାର ମଲିକ ଓ ପ୍ରତାପ କେସରୀ ଦେବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଅତୁନ୍ୟ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବ କିଶୋର ଦାସ, ଅଶୋକ କୁମାର ପଣ୍ଡା, ଟୁକୁନି ସାହୁ ଏବଂ ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମେ ଶପଥ ଗ୍ରହଣ କରିଥିଲେ ସମୀର ରଞ୍ଜନ ଦାସ । ସମୀରଙ୍କ ପରେ ଅଶ୍ଵିନୀ କୁମାର ପାତ୍ର, ପୃଥିବୀ ରଞ୍ଜନ ଘଡାଇ, ଶ୍ରୀକାନ୍ତ ସାହୁ, ତୁଷାର କାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଏବଂ ବାସନ୍ତୀ ହିମ୍ରମ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଲୋକସଭା ଭବନର କନଭନ୍ସନ ହଲରେ ରାଜ୍ୟପାଳ ସମସ୍ତ ନବ ନିଯୁକ୍ତ ମନ୍ତ୍ରୀଙ୍କୁ ଶପଥ କରାଇଥିଲେ ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଧାୟକ, ସାଂସଦ, ବରିଷ୍ଠ ନେତା ଉପସ୍ଥିତ ଥିଲେ । ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ 7 ନୂଆ ଚେହେରା ଏବଂ 5 ଜଣ ମହିଳାଙ୍କୁ ସ୍ଥାନ ମିଳିଛି । 7 ନୂଆ ଚେହେରା ମଧ୍ୟରୁ ରାଜେନ୍ଦ୍ର ଢୋଲକିଆ କେବଳ ନୂଆ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରମନ୍ତ୍ରୀ ଭାବରେ ରୀତା ସାହୁ, ବାସନ୍ତୀ ହିମ୍ରମ, ରୋହିତ ପୂଜାରୀ, ପ୍ରୀତି ରଞ୍ଜନ ଘଡାଇ ଓ ଅଶ୍ଵିନୀ ପାତ୍ର ଶପଥ ନେଇଛନ୍ତି ।

ତେବେ ନବୀନଙ୍କ ନୂଆ ଟିମ ତଥା 13 କ୍ୟାବିନେଟ ମନ୍ତ୍ରୀ ଓ 8 ମନ୍ତ୍ରୀଙ୍କୁ ନେଇ ନୂଆ ଟିମରେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଛି ସେନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଦୀର୍ଘ କିଛି ଦିନ ହେବ ନବୀନଙ୍କ ମନ୍ତ୍ରୀ ମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଆଉ ଏବେ ଏହା ହୋଇ ସାରିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *