କୋଭିଡ୍ ଟିକାର ପ୍ରଭାବ କେତେ ଦିନ ? Dr Srikant Ku. Dhar

ନମସ୍କାର ବନ୍ଧୁଗଣ କୌଣସି ବି ଭ୍ୟାକ୍ସିନ ଆପଣଙ୍କ ଦେହ ରେ ରୋଗ ପ୍ରତିଶୋଧକ କେତେ ଡେବଲଫ କରିବ ତାହା ନିର୍ଭର କରେ କି ଆପଣ ମାନେ କେତେ ସମୟ ଭିତରେ ନେଇଥାନ୍ତି ।ଅନେକ ଭ୍ୟାକ୍ସିନ ଅଛି ଯାହାକୁ ଜୀବନରେ କେବଳ ଥରେ ହିଁ ନେବାର ଥାଏ ଏବଂ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେଇଥାଏ । ହେପଟାଇଟ୍ସ ଭ୍ୟାକ୍ସିନ ତିନି ଡୋଜ ହେଲେ ହିଁ ଜୀଵନ ଜାକ ସୁରକ୍ଷା ଦେଇଥାଏ । କିନ୍ତୁ ଯେତିକି ତଥ୍ୟ ରୁ ଜଣା ଯାଇଛି କି ଗୋଟିଏ ଭ୍ୟାକ୍ସିନ ଦେଲେ ତାହା ଆଠ ରୁ ନଅ ମାସ ପର୍ଯ୍ୟନ୍ତ ଆଣ୍ଟିବଡି ପ୍ରଡ୍ୟୁସ୍ ହୋଇଥାଏ ।

ଏହା ଛଡା ସବୁ ସ୍ୱାସ୍ଥ୍ୟ କର୍ମୀ ମାନେ ଇନ୍ଫ୍ଲୟୁନଜା ଭ୍ୟାକ୍ସିନ ନେଉଛନ୍ତି । ପ୍ରତି ବର୍ଷ ସେ ତାର ସଂରଚନା ବଦଳାଇ ଥାଏ । ଠିକ ଏହି ପରି ଏହି ଭାଇରସ୍ ଟି ମଧ୍ୟ ତାର ସଂରଚନା ବଦଳାଇ ଥାଏ । ସେଥିପାଇଁ ଏହାର ଭ୍ୟାକ୍ସିନ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଥାଏ । ଏବଂ ଏହା ଆମକୁ ଅତି କମରୁ ଦଶ ମାସ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ ।

କିନ୍ତୁ ଇମ୍ୟୁନ ସେଲ ଗୁଡିକ ଆମକୁ ପନ୍ଦର ରୁ କୋଡିଏ ବର୍ଷ ପର୍ଯ୍ୟନ୍ତ ସାମାନ୍ୟ କିଛି ସୁରକ୍ଷା ଦେଇଥାଏ । ହୋଇ ପାରେ ଏହା ପରେ ଆପଣ ଏକ ବୁସ୍ଟର ଡୋଜ ମଧ୍ୟ ନେଇ ପାରନ୍ତି । ପ୍ରଥମ ବୁସ୍ଟର ନେଇଛନ୍ତି ତେବେ ଦ୍ଵିତୀୟ ବୁସ୍ଟର ମଧ୍ୟ ନେବାକୁ ପଡିବ ।

କୋଭିଡ ବେମାରୀ କେବେ ଯିବ?

ବହୁତ ଗୁଡିଏ ଦେଶ କହିଲେଣି କି ଆମେ କୋଭିଡ ମୁକ୍ତ ଦେଶ ହୋଇ ଗଲୁଣି କିନ୍ତୁ ଆମ ଦେଶ ଭାରତ ରେ ଏବେ ପର୍ଯ୍ୟନ୍ତ ଅନେକ କୋଭିଡ କେସ ଦେଖିବାକୁ ମିଳୁଛି । କୋଭିଡ କୁ ଦୁର କରିବା ପାଇଁ ପ୍ରଥମେ ଆମେ ସରକାର ଙ୍କ ଦ୍ଵାରା ଦିଆ ଯାଉଥିବା ନିର୍ଦେଶ ଏବଂ ବାର୍ତ୍ତା କୁ ମାନିବାକୁ ପଡିବ । ସାମାଜିକ ଦୂରତା ରଖିବା ।

ମୁହଁରେ ମାସ୍କ ପିନ୍ଧିବା, ଭଲ ରେ ହାତ ଧୋଇବା ଆଦି । ଏହି ସବୁ କାର୍ଯ୍ୟ ଦ୍ୱାରା ଆମେ ମଧ୍ୟ କୋଭିଡ ମୁକ୍ତ ଦେଶ ହୋଇ ପାରିବୁ କିନ୍ତୁ ଯଦି ଆପଣ ଏହା ର ପାଳନ ନ କରିବେ ତେବେ କୋଭିଡ-୧୯ ରୁ କୋଭିଡ-୨୨ ମଧ୍ୟ ହୋଇଯିବ ଅର୍ଥାତ ଆହୁରି ବଢ଼ି ଚାଲିବ । କିନ୍ତୁ ମାସ୍କ ସବୁଦିନ ପାଇଁ ପିନ୍ଧିବା କୁ ପଡିବ ।

ଟୀକା ନେବା ପରେ ମଧ୍ୟ ସତର୍କ ରୁହନ୍ତୁ-

କିଛି ଲୋକ ଭାବୁଛନ୍ତି କି ଆମେ ଭ୍ୟାକ୍ସିନ ନେଲେ ଆମକୁ ଆଉ କରୋନା ହେବ ନାହିଁ । ଭ୍ୟାକ୍ସିନ ସମ୍ପୂର୍ଣ୍ଣ ଭାବେ ଆମ ପାଇଁ ସଂଜୀବନି କିମ୍ବା ଅମୃତ ନୁହେଁ । ଭ୍ୟାକ୍ସିନ ଆମକୁ ସୁରକ୍ଷା ଦେବ ନିଶ୍ଚିତ କିନ୍ତୁ ତା ସମ୍ପୂର୍ଣ୍ଣ ଭାବରେ ନୁହେଁ । ତା ସହ ଆମକୁ ମାସ୍କ,ସାନିଟାଇଜର ଆଦି କୁ ବ୍ୟବହାର କରିବା ଆବଶ୍ୟକ । ତେଣୁ ଭ୍ୟାକ୍ସିନ ନେବା ପରେ ମଧ୍ୟ ନିଜର ସୁରକ୍ଷା ନେବା ମଧ୍ୟ ଆବଶ୍ୟକ । ସରକାର ଙ୍କ ନିର୍ଦେଶ ମାନି ରହିବା ଉଚିତ ।

ସାମାଜିକ ଦୂରତା ରଖିବା ଏବଂ ମାସ୍କ ବବ୍ୟବହାର କରିବା ଉଚିତ । ମାସ୍କ କୁ ନିଜ ଜୀଵନ ଶୈଳୀ ସହ ମିଶେଇ ଦେବା ଉଚିତ କାରଣ ଯଦି ଆପଣ କୋଭିଡ ଇଫେକ୍ଟ ହୁଏ ତେବେ ଆପଣ ଅନ୍ୟ ଭଲ ଏବଂ ସୁସ୍ଥ ଲୋକ ଙ୍କୁ ମଧ୍ୟ ସଂକ୍ରମିତ କରି ପାରିବେ । ତେଣୁ ନିଜର ସୁରକ୍ଷା ସହ ନିଜର ଆଖ ପାଖ ଲୋକଙ୍କ ର ମଧ୍ୟ ସୁରକ୍ଷା ନେବା ଉଚିତ ଏବଂ ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *