କରୋନାର ତୃତୀୟ ଲହର (Third Wave) ରୁ ବଞ୍ଚିବା ପାଇଁ PM Modi ଆରମ୍ଭ କଲେ 4T ଫର୍ମୁଲା, ଜାଣନ୍ତୁ ଏହା କଣ ଓ କିପରି କରିବ କାମ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରି ପଡ଼ିଲାଣି କୋରନା ର ସମ୍ଭାବ୍ୟ ତୃତୀୟ ଲହର ଚିନ୍ତା । ଫୋକସ ରେ ଦେଶର ସର୍ବାଧିକ କୋରନା ପ୍ରବଣ ୬ ରାଜ୍ୟ । ମହାରାଷ୍ଟ୍ର, କର୍ଣ୍ଣାଟକ, ଓଡ଼ିଶା, କେରଳ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ।

ଅନ୍ୟ ସବୁ ସ୍ଥାନରେ କମୁଥିବା ବେଳେ ଏହି ୬ଟି ରାଜ୍ୟ ରେ ବଢ଼ି ଚାଲିଛି କୋରନା ସଂକ୍ରମଣ । ଦେଶର ମୋଟ ଆକ୍ରନ୍ତଙ୍କ ୮୦ ପ୍ରତିଶତ ଓ ମୃତ୍ୟୁ ର ୮୪ ପ୍ରତିଶତ ସଂଖ୍ୟା ମଧ୍ୟ ଏହି ୬ ଟି ରାଜ୍ୟ ରେ । ତେଣୁ ସ୍ଥିତି ସମୀକ୍ଷା ବେଳେ ଆଜି ଏହି ୬ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମାନଙ୍କୁ କୋଭିଡ଼ ମୁକାବିଲା ର ୪ ଟି ପ୍ରମୁଖ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟେଷ୍ଟ, ଟ୍ରାକ, ଟ୍ରିଟ ଓ ଟୀକା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ବିଶେଷଜ୍ଞ ମାନେ ମତ ରଖିଥିଲେ ଯେ, ଯେଉଁଠାରେ ଦ୍ଵିତୀୟ ଲହର ଆରମ୍ଭ ହୋଇଥିଲା ସେଠାରେ ସେଠି ସ୍ଥିତି ଶୀଘ୍ର ନିୟନ୍ତ୍ରଣ କୁ ଆସିବ । କିନ୍ତୁ ମହାରାଷ୍ଟ୍ର ଓ କେରଳ ରେ ଦ୍ରୁତ ଗତି ରେ ବଢୁଥିବା ସଂକ୍ରମଣ ବର୍ତ୍ତମାନ ଗଭୀର ଚିନ୍ତା ର କାରଣ ପାଲଟିଛି । ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ବର୍ତ୍ତମାନ ଠାରୁ କଟକଣା କଡ଼ା କରିବାକୁ ହେବ ।

ଅଧିକ ସଂକ୍ରମଣ ଥିବା ଅଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଭଳି ପଦକ୍ଷେପ ସହିତ ଗ୍ରାମାଞ୍ଚଳ କୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଶିଶୁ ଙ୍କୁ କୋରନା ରୁ ରକ୍ଷା କରିବା ନିମନ୍ତେ ମଧ୍ୟ ପ୍ରସ୍ତୁତି କୁ ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଅଧିକ ଟୀକା ର ଦାବି କରିଛନ୍ତି ।


ଘରୋଇ ହସ୍ପିଟାଲ କୁ ୫ ପ୍ରତିଶତ ଓ ରାଜ୍ୟ ସରକାର କୁ ୯୫ ପ୍ରତିଶତ ଟୀକା ଯୋଗାଣ ସହିତ ୧୨ ରୁ ୧୮ ବର୍ଷ ର ପିଲା ଙ୍କୁ ଟୀକାକରଣ ର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ରେ ଦୈନିକ ଦୁଇ ହଜାର ରୁ ଅଧିକ କେସ ଦେଖିବାକୁ ମିଳୁଛି ଏବଂ ଆଜିଠାରୁ ହୋଇଥିବା ଲକଡାଉନ କୋହଳ ବ୍ୟବସ୍ଥା ଦ୍ଵାରା ମଧ୍ୟ କୋରନା ହାର ବଢିବାର ସମ୍ଭାବନା ରହିଛି । ତେବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଙ୍କ ଅନୁସାରେ ସରକାର ଓ କମ୍ୟୁନିଟି ମିଶିବା ଦ୍ୱାରା ହିଁ ଏହି ମହାମାରୀ କୁ ନିୟନ୍ତ୍ରଣ କରିହେବ ।

ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *