ଦେଖନ୍ତୁ Video: Matric Result କୁ ନେଇ ଗୀତ ଗାଇ ଖୁବ ଚର୍ଚାରେ ଅଛି ଢେଙ୍କାନାଳ ର ଏହି Viral Boy, ଯାହା ଏବେ ସୋସିଆଲ ମିଡିଆରେ ନେଉଛି ନିଆଁ ପରି ଭାଇରାଲ

ଗତ କିଛି ଦିନ ତଳେ ପ୍ରକାଶ ପାଇଥିଲା ଚଳିତ ବର୍ଷର ମାଟ୍ରିକ ଫଳାଫଳ । ତା ପରେ ଏହି ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀଙ୍କ ମଧ୍ୟରେ । ରାଜ୍ୟରେ କାରୋନାର ଦ୍ଵିତୀୟ ଲହର କାୟା ବିସ୍ତାର କରିବାରୁ ବାଧ୍ୟ ହୋଇ ସମସ୍ତ ପରୀକ୍ଷା ବନ୍ଦ କରିଥିଲେ ରାଜ୍ୟ ସରକାର ।

ବିଦ୍ୟାର୍ଥୀ ମାନଙ୍କ ପୂର୍ବ ପରୀକ୍ଷା ଗୁଡିକର ଫଳକୁ ଆଖିରେ ରଖି ତଦନୁଯାୟୀ ମାର୍କ ଦିଆ ଯାଇଛି । ମାତ୍ର ଅନେକ ପ୍ରାଇଭେଟ ସ୍କୁଲ ଛାତ୍ର ଛାତ୍ରୀମାନେ ଏହି ଫଳାଫଳକୁ ନେଇ ରାସ୍ତାକୁ ଓଲ୍ହାଇଛନ୍ତି । ସେମାନେ ବିଭିନ୍ନ ଗଣମାଧ୍ୟମରେ ନିଜ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ କରିଥିବା ବେଳେ ସରକାରୀ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ତାଙ୍କଠୁ ଅଧିକ ମାର୍କ ଦିଆ ଯାଇଛି ଓ ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ବୟାନ ଦେଇଛନ୍ତି ।

ସରକାରୀ ସ୍କୁଲ ଛାତ୍ର ଛାତ୍ରୀ ଅଣ୍ଡା ଛତୁଆ ଖାଇ ପାଠ ନ ପଢି ଭଲ ନମ୍ବର ରଖି ପାସ କରିଥିବା ବେଳେ, ସେମାନେ ବର୍ଷ ସାରା ପାଠ ପଢି ମଧ୍ୟ ସେମାନଙ୍କୁ ଜାଣିଶୁଣି ସରକାର କମ ନମ୍ବର ଦେଇଛନ୍ତି ବୋଲି କହିଛନ୍ତି । ତେବେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀଙ୍କ ଭିଡିଓ ଗୁଡିକ ଖୁବ ଭାଇରାଲ ହେଉଥିବା ବେଳେ ଜନ ସାଧାରଣ ମଧ୍ୟ ସେମାନଙ୍କ ଏହିପରି ବ୍ୟବହାର ଓ ବୟାନକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି ଓ ସେ ନେଇ ଅନେକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

ଏହିପରି ସମୟରେ ଏକ ସରକାରୀ ସ୍କୁଲରେ ପାଠ ପଢୁଥିବା ଏକ କୁନି ପିଲାର ଭିଡିଓ ମଧ୍ୟ ଖୁବ ଭାଇରାଲ ହେଉଛି । ଏହି ପିଲାଟି ହେଉଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଠୋକର ଗ୍ରାମର କିଶାନ ବେହେରା । ବୟସ ମାତ୍ର ୧୦ ବର୍ଷ ଅଟେ । କିଶାନ ସେଠାକାର ସରକାରୀ ବିଦ୍ୟାଳୟରେ ପାଠ ପଢେ । କିଶାନଙ୍କ ପ୍ରସ୍ତୁତ ମାତ୍ର ୨୦ ସେକେଣ୍ଡର ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲି ଖୁବ ଭାଇରାଲ ହେଉଛି । ତେବେ ତାଙ୍କର ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରିବା ସହ ଖୁବ ପ୍ରଶଂସା ସାଉଁଟିଛନ୍ତି କିଶାନ ।

ପାଠ ପଢିବା ସହ ତାଙ୍କର ଅଭିନୟରେ ରୁଚି ରହିଛି ବୋଲି କହିଛନ୍ତି କିଶାନ । ତାଙ୍କର ଏହି ଭାଇରାଲ ଭିଡିଓକୁ ତାଙ୍କ ସାହି ପଡିଶା ଓ ଗାଁ ଲୋକ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ବୋଲି କହିଛନ୍ତି କିଶାନ । କିଶାନଙ୍କ ପିତାମାତା ମଧ୍ୟ ତାଙ୍କ ପୁଅର ଏହି ଭିଡିଓକୁ ନେଇ ଖୁବ ଖୁସି ହେଉଛନ୍ତି ଓ ତାଙ୍କ ପୁଅ ପାଇଁ ସେମାନେ ଗର୍ବିତ ବୋଲି କହିଛନ୍ତି ।

ବରଗଡର ଏକ ୟୁଟ୍ଯୁବ ଚ୍ଯାନେଲରେ ମଧ୍ୟ କାମ କରିବା ପାଇଁ ତାଙ୍କ ପାଖକୁ ଅଫର ଆସି ସରିଲାଣି । ଭିଡିଓରେ କିଶାନ ପ୍ରାଇଭେଟ ସ୍କୁଲର ସେହି ଉଦ୍ଧତ ଛାତ୍ର ଛାତ୍ରୀଙ୍କୁ ଜବାବ ଦେଇ ଛାତିରେ ହାତ ପିଟି କହୁଛନ୍ତି, “ତମେ ଯଦି ରାଲି କରି ଗାଡି ମଟର ବନ୍ଦ କରିଦେବ ଆମେ ପୁରା ଓଡିଶା ବନ୍ଦ କରିଦେବୁ, ଗରମେଣ୍ଟ ପାୱାର… ତମ ଇସ୍କୁଲ ଇସ୍କୁଲ, ଆମ ଇସ୍କୁଲ କଣ ସୁଇମିଂ ପୁଲ୍ ?”

କିଶାନଙ୍କର ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ନ ହସି ରହି ପାରିବେ ନାହିଁ । ତେବେ ଭଗବାନଙ୍କ କୃପା ଥିଲେ ତାଙ୍କ ପୁଅ ବଡ ହୋଇ ଜଣେ ଅଭିନେତା ନିଶ୍ଚୟ ହେବ ବୋଲି ତାଙ୍କ ବାପା କହିଛନ୍ତି । ତେବେ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *