ଭୋଲେନାଥଙ୍କ ବାହନ ନାଗ ଦେବତାଙ୍କର ତାଣ୍ଡବ ରୂପ , ହଠାତ ବାହାରିଲେ ଠାକୁର ଘରୁ, ଆଉ ତା’ ପରେ କିଛି ଏମିତି ହେଲା ବିଶ୍ଵାସ କରିପାରିବେନି, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ଲୋକ ଆଧୁନିକ ଜୀବନ ଶୈଳୀ ଆପଣାଇ ଛନ୍ତି । ଧାର୍ମିକ କ୍ଷେତ୍ରରେ ଲୋକ ମାନଙ୍କର ରୁଚି କମି କମି ଯାଇଛି ।

ହେଲେ ସମସ୍ତ ଲୋକ ଏହା ଜାଣିଛନ୍ତି ଯେ, ଏହି ଦୁନିଆରେ ଭଗବାନ ଅଛନ୍ତି ଓ ଭଗବାନ ତାଙ୍କ ଭକ୍ତକୁ ଯେକୌଣସି ରୂପରେ ଦର୍ଶନ ଦେଇପାରନ୍ତି । ସୋସିଆଲ ମିଡିଆରେ ଏହି କିଛି ଦିନ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓରେ ଏକ ପରିବାରର ଠାକୁର ଘରେ ସ୍ଵୟଂ ଭଗବାନ ନାଗ ସାପ ରୂପରେ ପ୍ରକଟ ହୋଇଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାର ସୀମାପୁର ଗ୍ରାମରେ । ଏହି ସ୍ଥାନରେ ଏକ ପରିବାରର ଠାକୁର ଘରେ ଏକ ନାଗ ସାପ ପ୍ରକଟ ହୋଇଥିଲା । ପରିବାର ଲୋକ ଏହି ସାପଟିକୁ ଦେଖି ଡରି ଯାଇଥିଲେ । ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଯେ ଏହା କିପରି ସମ୍ଭବ । ନାଗ ସାପଟି ବହୁତ ସମୟ ପର୍ଯ୍ୟନ୍ତ ଠାକୁର ଘରେ ଶିବଙ୍କ ଫଟୋ ପାଖରେ ଫଣା ଟେକି ରହିଥିଲା ।

ଏହି ସାପଟିକୁ ଧରିବା ପାଇଁ ବନ ବିଭାଗର ଏକ ସାପ ଧରାଳି ସେହି ସ୍ଥାନରେ ସଠିକ ସମୟରେ ପହଞ୍ଚି ଥିଲେ । ସେହି ସାପ ଧରାଳି ଜଣକଙ୍କୁ ସାପଟିକୁ ଧରିବା ପାଇଁ କିଛି ସମୟ ଲାଗିଥିଲା । ସାପଟି ବାରମ୍ବାର ଠାକୁର ଘରେ ଥିବା ଭଗବାନଙ୍କ ଫଟୋ ପଛରେ ଲୁଚୁଥିବାର ନଜର ଆସୁଛି । ଫଟୋ ଗୁଡିକୁ ସାଇଡ କରିବା ପରେ ସାପଟି ନିଜ ଫଣା ବାହାର କରି କିଛି ସମୟ ପର୍ଯ୍ୟନ୍ତ ସେହି ସ୍ଥାନରେ ରହିଥିଲା । ଏହାପରେ ସାପ ଧରାଳି ଜଣକ ସାପଟିକୁ ଧରି ଦେଇଥିଲେ ଓ ଏକ ବୋତଲରେ ପୁରାଇ ଦେଇଥିଲେ ।

ବନ୍ଧୁଗଣ ସେହି ପରିବାରରେ ଥିବା ଏକ ମହିଳାଙ୍କ ମତରେ, ସେ ପୂଜା କରିବା ପାଇଁ ଠାକୁର ଘରକୁ ଯାଇଥିଲେ । ସେହି ସମୟରେ କିଛି ଆବାଜ ହେବାର ତାଙ୍କୁ ଅନୁଭବ ହୋଇଥିଲେ । ସେ ଭାବିଥିଲେ କୌଣସି ଚୁଚୁନ୍ଦ୍ରା ସେହି ସ୍ଥାନରେ ଫସି ରହିଯାଇଛି । ହେଲେ ଅସଲରେ ସେହି ସ୍ଥାନରେ ଏକ ନାଗ ସାପ ଥିଲା ।

ନାଗ ସାପକୁ ଦେଖିବା ପରେ ମହିଳା ଜଣକ ଚିତ୍କାର କରି ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ଡାକି ଥିଲେ ଓ ଏହି ଦୃଶ୍ୟକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *