13ବର୍ଷର ଏହି ଝିଅଟି ନିଜ ଘରେ ହେବାକୁ ଦେଲାନି ବାଲ୍ୟବିବାହ, ଏବେ ୟୁପି ସରକାର କରିବେ ସମ୍ମାନିତ

ନୂଆଦିଲ୍ଲୀ ଭାରତରେ ବାଲ୍ୟବିବାହ ଉପରେ ସମ୍ପୂର୍ଣ୍ଣ ରୂପେ ପ୍ରତିବନ୍ଧକ ରହିଛି ଓ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ । ହେଲେ ଆଜି ବି କିଛି ସ୍ଥାନରେ ଏହି ପ୍ରଥା ଚାଲି ଆସୁଛି । ଯେମିତି କି ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ କେତେକ ବାଲ୍ୟବିବାହର ଘଟଣା ସାମ୍ନାକୁ ଆସିଛି । ଆମେ ସମାଜର ଗୋଟେ ଅଂଶ ହେଇଥିବା କାରଣରୁ ଆମର ଦାୟିତ୍ଵ କି ଆମେ କୁପ୍ରଥାର ବିରୁଦ୍ଧରେ ସ୍ୱର ଉଠେଇବା ଉଚିତ ।

ଯେଉଁଠି ଏମିତି ଘଟଣା ଦେଖିବା, ବିରୋଧ କରିବା ସହିତ ପୋଲିସକୁ ଏହି ବିଷୟରେ ସୂଚନା ଦେବା ଉଚିତ । ଏହିପରି 13ବର୍ଷର ଗୋଟେ ଝିଅ ଏମିତି କାମ କରି ଦୁନିଆ ପାଇଁ ଉଦାହରଣ ସାଜିଛି ।

ରିପୋର୍ଟ ଅନୁଯାୟୀ ଉତ୍ତର ପ୍ରଦେଶରେ 13ବର୍ଷର ଗୋଟେ ଝିଅ ନିଜ ପରିବାରରେ ହେଉଥିବା ବାଲ୍ୟବିବାହ କୁ ଅଟକାଇ ଦେଇଥିଲା । ଝିଅଟି ଖରଖୌଦା ର କସ୍ତୁରବା ଗାନ୍ଧି ଆବାସୀୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ । ଝିଅଟିର ନାଁ ବଂଶିକା ଗୌତମ ।

ସେ ୧ ବର୍ଷ ପୂର୍ବରୁ ନିଜ ୧୬ ବର୍ଷୀୟ ସମ୍ପର୍କୀୟ ଭଉଣୀଙ୍କ ବାଲ୍ୟବିବାହକୁ ଅଟକେଇ ଦେଇଥିଲେ । ତା’ର କହିବା ଅନୁସାରେ, ତାଙ୍କ ମାଉସୀ ୧ ବର୍ଷ ପୂର୍ବେ ସମ୍ପର୍କୀୟ ଭଉଣୀଙ୍କ ବିବାହ କରିବାକୁ ଜିଦ୍ଦି ଧରି ବସିଥିଲେ । ସେ ତାଙ୍କୁ ଓ ପରିବାରକୁ ବୁଝାଇଥିଲେ କି ଝିଅର ବିବାହ 18 ବର୍ଷ ପୂର୍ବରୁ କରିପାରିବେ ନାହିଁ. ସେ ବୁଝେଇବା ପରେ ସେମାନେ ମାନିଥିଲେ ଓ ପାଠ ପଢେଇବାକୁ ମଧ୍ୟ ରାଜି ହୋଇଥିଲେ ।

ଏହି ସାହସିକତା ପାଇଁ ବଂଶିକାଙ୍କୁ ୟୁପି ସରକାର ମାର୍ଚ୍ଚରେ ସମ୍ମାନିତ କରିବେ । ତାଙ୍କ ସ୍କୁଲ ଅଧ୍ୟାପକ କହିଛନ୍ତି କି ଏହା ସ୍କୁଲ ପାଇଁ ଗୋଟେ ଗର୍ବର କଥା କି ପ୍ରଥମ ଥର ପାଇଁ ତାଙ୍କ ସ୍କୁଲର ଛାତ୍ରୀଙ୍କୁ ସରକାରଙ୍କ ଦ୍ଵାରା ସମ୍ମାନିତ କରାଯିବ ।

Leave a Reply

Your email address will not be published. Required fields are marked *