ଭାରତୀୟ ମହିଳା କ୍ରିକେଟ ଟିମର ଐତିହାସିକ ଉପଲବ୍ଧି, ପ୍ରଥମ ଥର ପହଞ୍ଚିଲେ ଟି୨୦ ୱାର୍ଲ୍ଡ କପ ଫାଇନାଲରେ

କହିବାକୁ ଗଲେ ଭାରତୀୟ ମହିଳା କ୍ରିକେଟ ଟିମ ନିଜର ଭଲ ପ୍ରଦର୍ଶନ କାରଣରୁ ଧୀରେ ଧୀରେ ଲାଇମଲାଇଟକୁ ଆସିବାକୁ ଲାଗିଛି । ଆପଣ ଜାଣି ବହୁତ ଖୁସି ହେବେ କି ଭାରତୀୟ ମହିଳା କ୍ରିକେଟ ଟିମ ଆଇସିସି ମହିଳା ଟି ୨୦ ୱାର୍ଲ୍ଡ କପ (ICC Womens T 20 World Cup)ର ଫାଇନାଲରେ ନିଜର ସ୍ଥାନ ହାସଲ କରି ସାରିଛି । କହିବାକୁ ଗଲେ ଆଇସିସି ମହିଳା ଟି ୨୦ ୱାର୍ଲ୍ଡ କପର ଏହି ଟୂର୍ନାମେଣ୍ଟରେ ଭାରତ ଓ ଇଂଲଣ୍ଡର ମହିଳା ଟିମ ମଧ୍ୟରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାର ଥିଲା ।

ଏମିତିରେ ଗୁରୁବାର ଦିନ ଭାରତୀୟ ମହିଳା ଟିମ ନିଜର ଭଲ ପ୍ରଦର୍ଶନ କାରଣରୁ ଫାଇନାଲରେ ପହଞ୍ଚି ଯାଇଛି । ଯେତେବେଳେ କି ଇଂଲଣ୍ଡର ଟିମ ଏହି ୱାର୍ଲ୍ଡ କପରୁ ବାହାରି ଯାଇଛି । କହିବାକୁ ଗଲେ ଗୁରୁବାର ମାନେ ସେମିଫାଇନାଲ ମ୍ୟାଚ ଦିନ ଲଗାତାର ହେଉଥିବା ବର୍ଷା କାରଣରୁ ମ୍ୟାଚକୁ ବାତିଲ କରି ଦିଆଗଲା । ଯେତେବେଳେ କି ଗୃପ ସ୍ଟେଜ ବୋର୍ଡ ଉପରେ ଭାରତୀୟ ମହିଳା ଟିମର ପ୍ରଦର୍ଶନ ଇଂଲଣ୍ଡ ଠାରୁ ଭଲ ଥିଲା ସେଥିପାଇଁ ଇଂଲଣ୍ଡକୁ ପଛରେ ପକାଇ ଭାରତୀୟ ମହିଳା କ୍ରିକେଟ ଟିମ ଫାଇନାଳରେ ପହଞ୍ଚି ଗଲା ।

ଆପଣଙ୍କୁ କହିଦେଉଛୁ କି ଏହା ପ୍ରଥମ ଥର ଅଟେ ଯେତେବେଳେ ଭାରତୀୟ ମହିଳା କ୍ରିକେଟ ଟିମ Womens T20 World Cupର ଫାଇନାଲରେ ପହଞ୍ଚିଛନ୍ତି । ହରମନପ୍ରୀତ କୌରଙ୍କ ଏହି ଟିମ ସ୍ଟେଜ ଗୃପରେ ୮ ଅଙ୍କ ପ୍ରାପ୍ତ କରି ପ୍ରଥମ ସ୍ଥାନରେ ଥିଲେ । ଏହି ସମୟରେ ଭାରତ ଗୃପ Aରେ ଥିଲା ଓ ଅଷ୍ଟ୍ରେଲିୟା, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା ଓ ବାଙ୍ଗଲାଦେଶକୁ ହରାଇ ପ୍ରଥମ ସ୍ଥାନରେ ପହଞ୍ଚି ଥିଲା ।

https://twitter.com/T20WorldCup/status/1235432732861304838

ଅନ୍ୟ ପଟେ ଇଂଲଣ୍ଡ ଗୃପ Bରେ ଥିଲା । ସେ ପାକିସ୍ତାନ, ୱେଷ୍ଟଇଣ୍ଡିଜ ଓ ଥାଇଲ୍ୟାଣ୍ଡକୁ ତ ପରାସ୍ତ କରି ସାରିଥିଲା କିନ୍ତୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ହୋଇଥିବା ମ୍ୟାଚକୁ ସେ ଜିତି ପାରିଲା ନାହିଁ । ଏହି କାରଣ ଥିଲା କି ଭାରତକୁ ଏହାର ଲାଭ ମିଳିଗଲା ଓ ସେ ଭଲ ପ୍ରଦର୍ଶନ ର ଆଧାରରେ ଇଂଲଣ୍ଡ ଠାରୁ ଆଗକୁ ଚାଲିଗଲା ।

https://twitter.com/BCCIWomen/status/1235442683599962116

କହିଦେଉଛୁ କି ସେମିଫାଇନାଲ ମ୍ୟାଚ ରିଜର୍ଭ ଡେ ହୋଇ ନ ଥାଏ । ସେଥିପାଇଁ ବର୍ଷା କାରଣରୁ ମ୍ୟାଚକୁ ବାତିଲ କରି ଦିଆଗଲା ଓ ଭଲ ପରଫରମାନ୍ସ କାରଣରୁ ଭାରତକୁ ଫାଇନାଲରେ ସ୍ଥାନ ମିଳିଗଲା । ଆପଣଙ୍କୁ କହିଦେଉଛୁ କି ଟିମ ଇଣ୍ଡିଆକୁ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ  ଶେଫାଲୀ ବର୍ମା ଓ ପୁନମ ୟାଦବଙ୍କର ମୁଖ୍ୟ ଭୂମିକା ଅଛି । ଶେଫାଲୀ ବର୍ମା ୪ଟି ମ୍ୟାଚରେ ୧୬୧ ରନ କରି ଭାରତର ଟୁର୍ନାମେଣ୍ଟରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ହୋଇ ଯାଇଛନ୍ତି । ଅନ୍ୟ ପଟେ ପୁନମ ୟାଦବ ଏହି ଟୁର୍ନାମେଣ୍ଟ ରେ ସବୁଠୁ ଅଧିକ ୯ଟି ୱିକେଟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *