ତାରରେ ଫସି ଯାଇଥିଲା ମାଙ୍କଡ଼ ଛୁଆ, ମା ନିଜ ଜୀବନକୁ ପାଣି ଛଡେଇ ବଞ୍ଚାଇଲା ଛୁଆର ଜୀବନ, ଦେଖନ୍ତୁ ଭିଡିଓ

ମାଆ ର ଭଲପାଇବାକୁ କାହା ସହିତ ତୁଳନା କରିବା ଉଚିତ ନୁହେଁ । ମାଆ ତାହାର ପିଲାକୁ ପୁରା ଦୁନିଆ ଠାରୁ ଅଧିକ ଭଲପାଇ ଥାଏ । ମାଆ ତା ପିଲାର ଯତ୍ନ ଓ ସୁରକ୍ଷା ପାଇଁ କୌଣସି ବି ପରିସ୍ଥିତି ର ସାମନା କରିବାକୁ ପ୍ରସ୍ତୁତ ଥାଏ । ଯେତେବେଳେ ତା ପିଲାର ଜୀବନ ପ୍ରତି କଥା ଆସେ ସେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପଛାଏ ନାହିଁ । ତେଣୁ ସେ ମାଆ । ମଣିଷ ହେଉ କି ଜୀବଜନ୍ତୁ ହୁଅନ୍ତୁ ଏହି ଦୁଇ ଜଣ ଙ୍କ କ୍ଷେତ୍ରରେ କିଛି ଫରକ୍ ପଡ଼େନାହିଁ । ଏହାରଏକ ଉଦାହରଣ ଏକ ବିରଳ ଭିଡ଼ିଓ ଦେଖିବାକୁ ମିଳିଛି ।

ତାରରେ ଫସିଥିଲା ମାଙ୍କଡ଼ ଛୁଆ

ଏବେ ଏହି କିଛି ଦିନ ହେଲା ଏକ ଭିଡ଼ିଓକୁ ବହୁତ୍ ପସନ୍ଦ କରା ଯାଉଛି । ଏହି ଭିଡ଼ିଓ ରେ ଦେଖାଯାଉଛି କି କିଛି ମାଙ୍କଡ଼ ଗୋଟିଏ ବିଲଡିଂ ର ଛାତ ଉପରେ ବସିଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ଛୋଟ ମାଙ୍କଡ଼ ଛୁଆ ସେମାନଙ୍କ ଠାରୁ କିଛି ଦୂରରେ ତାର ରେ ଫସି ଯାଇଛି । ଏହି ଛୋଟ ମାଙ୍କଡ଼ ବହୁତ ଡରିଗଲା ଭଳି ଲାଗୁଥାଏ । ତାର ଓ ଘର ଛାତର ଦୂରତା ଏତେ ଅଧିକ ଯେ ସେ ଡେଇଁବାକୁ ସାହସ କରିପାରୁନାହିଁ । ଯଦି କିଛି ଭୁଲ ହେଇଯାଏ ତାହେଲେ ତଳେ ପଡି ମରିବା ବା ଖଣ୍ଡିଆ ଖାବରା ହେବାର ସମ୍ଭାବନା ରହିଛି ।

ମାଆ ମାଙ୍କଡ଼ ତା ଛୁଆର ଏଭଳି ଅବସ୍ଥା ଦେଖି ଆଉ ରହିପାରିଲା ନାହିଁ ଏବଂ ତାହାର ଛୁଆକୁ ରକ୍ଷା କରିବା ପାଇଁ ରିସ୍କ ନେଇଛି ଓ ତାର ଉପରକୁ ଡେଇଁ ପଡିଲା । ପ୍ରଥମ ଚେଷ୍ଟାରେ ମାଆ ତା ଛୁଆକୁ ଧରିବାରେ ସକ୍ଷମ ହୋଇପାରିଲା ନାହିଁ କିନ୍ତୁ ପୁଣି ଆଉ ଥରେ ତାର ଉପରେ ଡେଇଁ କି ଆସିଲା ।

 

ଏହାପରେ ମାଆ ବହୁତ ଫୁର୍ତ୍ତି ରେ ଛୁଆକୁ ଧରି ଓ ତାକୁ ନେଇ ଶୀଘ୍ର ଛାତ ଉପରେକୁ ପଳେଇ ଆସିଲା । ମାଆ ର ଏହି ରେସ୍କ୍ୟୁ ମିଶନକୁ ଦେଖିଥିବା ସବୁ ମଣିଷ ବହୁତ୍ ପ୍ରଭାବିତ ହେଲେ । ଏବେ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହେବାରେ ଲାଗିଛି ।

ଏହି ଭିଡ଼ିଓ ଦେଖିବା ପରେ ଏହା ପ୍ରମାଣ ହେଲା କି ଗୋଟେ ଛୁଆ ପାଇଁ ତା ମାଆ ସବୁଠୁ ବଡ଼ ରକ୍ଷା କବଚ ହୋଇଥାଏ । ଯେଉଁଠି ମାଆର ମମତା ଜାଗ୍ରତ୍ ହୁଏ ସେଠାରେ ଏହିଭଳି ସବୁ ଘଟଣା ଦେଖିବାକୁ ମିଳିଥାଏ। ସୋସିଆଲ ମିଡିଆରେ ଲୋକମାନଙ୍କୁ ମାଆର ଏହି ରେସ୍କ୍ୟୁ ମିଶନ ବହୁତ ପସନ୍ଦ ଆସିଥିଲା । ଯିଏ ବି ଏହି ଭିଡ଼ିଓକୁ ଦେଖିଲା ସେ ଏହି ମାଆ ମାଙ୍କଡ଼ର ପ୍ରସଂଶା ନ କରି ରହିପାରିଲା ନାହିଁ । ଆପଣଙ୍କୁ ଆମର ଏହି ପୋସ୍ଟଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *