‘ତପସ୍ୱିନୀକୁ ନ ନେଲେ ଘରେ ପଶିବୁ, ଦେଖିବା କିଏ…’ Tapaswini ଙ୍କ ପ୍ରତି ଏଭଳି ଅନ୍ୟାୟ ଦେଖି ବର୍ଷିଲେ ପଡୋଶୀ ମହିଳା, କହିଲେ ଏମିତି…ଦେଖନ୍ତୁ Video

କହିବାକୁ ଗଲେ ଗତକାଲି ତପସ୍ଵିନୀ ସରକାରୀ ଗେସ୍ଟହାଉସ ଛାଡି ଦେଇଛନ୍ତି ଓ ସେଠି ଥିବା ନିଜର ସମସ୍ତ ଜିନିଷ ପତ୍ର ମଧ୍ୟ ନେଇ ଆସିଛନ୍ତି । ଗତକାଲି କୋର୍ଟରେ ବି ତାଙ୍କ କେସର ଶୁଣାଣୀ ଥିଲା । ସେଥିପାଇଁ ସେ କୋର୍ଟ ବି ଯାଇ ଥିଲେ ଓ କୋର୍ଟରେ ଶୁଣାଣୀ ପରେ ତପସ୍ଵିନୀ କେଉଁଠାକୁ ଯିବେ ଏହା ଏକ ବଡ ପ୍ରଶ୍ନ ଥିଲା । କିନ୍ତୁ ତପସ୍ଵିନୀ ଗେସ୍ଟହାଉସରୁ ବାହାରି ପୁଣି ଥରେ ବ୍ରହ୍ମପୁର ଫେରି ଯାଇ ସୁମିତଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ।

କହିଦେଉଛୁ କି ଗତକାଲି ରାତି ଠାରୁ ଆଜି ପର୍ଯ୍ୟନ୍ତ ତପସ୍ଵିନୀ ସୁମିତଙ୍କ ଘର ସାମ୍ନାରେ ବସିଛନ୍ତି । ଅନ୍ୟ ପଟେ ସୁମିତଙ୍କ କୌଣସି ବି ପ୍ରକାରର ଖବର ନାହିଁ । କହିଦେଉଛୁ କି କୋର୍ଟର ନିର୍ଦ୍ଦେଶ ଅନୁସାରେ ୭ ଦିନ ଗେସ୍ଟହାଉସରେ ରହିବା ପରେ ଦୁଇ ଜଣ ଭଡା ଘର ନେଇ ରହିବେ ବୋଲି କୋର୍ଟ ଆଦେଶ ଦେଇ ଥିଲେ । ସୁମିତ ଭଡା ଘର ଖୋଜୁଛନ୍ତି ବାହାନା କରି କେଉଁଠି ଲୁଚି ବସିଛନ୍ତି ଯାହା ବିଷୟରେ କେହି ବି ଜାଣି ନାହାନ୍ତି ।

ଶେଷରେ ତପସ୍ଵିନୀ କୌଣସି ଉପାୟ ନ ପାଇ ସୁମିତଙ୍କ ଘର ସାମ୍ନାରେ ପୁଣି ଥରେ ଧାରଣାରେ ବସିଛନ୍ତି । କିନ୍ତୁ ଏହାରି ମଧ୍ୟରେ ସୁମିତଙ୍କ ଘର ପାଖରେ ରହୁଥିବା କିଛି ମହିଳାମାନେ ଆସି ତପସ୍ଵିନୀଙ୍କ ସାଥ ଦେଇଛନ୍ତି । ଯାହାକି ବହୁତ ବଡ କଥା ଅଟେ । ସେମାନଙ୍କ ମଧ୍ୟରୁ ଜଣେ ମହିଳା କହିଲେ କି ତପସ୍ଵିନୀଙ୍କୁ ନ୍ୟାୟ ମିଳିବା ଦରକାର ।

ସବୁ ମହିଳା ବାହାରକୁ ବାହାର, ସୁମିତଙ୍କ କବାଟ ଭାଙ୍ଗି ଘର ଭିତରକୁ ପଶ । ସେ କେମିତି ଗେଟରେ ଚାବି ମାରି ରହିବ ଦେଖିବା । ସେ ତପସ୍ଵିନୀଙ୍କୁ ରଖିବା ପାଇଁ ବାଧ୍ୟ ।ମହିଳା ଜଣକ ଆଗକୁ କହିଲେ କି ଯଦି ତୋର ଅର୍ଥାତ ସୁମିତର ଦେହ ଖରାପ ଅଛି ତେବେ ଆଗେ ସ୍ତ୍ରୀକୁ ଘର ଭିତରକୁ ନେଇ ରଖ । ତା ପରେ ହସ୍ପିଟାଲରେ ଆଡମିସନ ହେଉ । ତୋ ବିଷୟରେ ଆଜି କୋର୍ଟ ସହ ସମସ୍ତେ ଜାଣି ଗଲେଣି । ଚୋର ଭଳି କଣ ଘର ଭିତରେ ଲୁଚି ବସିଛୁ ।

ଅନ୍ୟ ଜଣେ ମହିଳା କହିଲେ କି ଆଗରୁ ଦେହ ଖରାପ ହେଉ ନ ଥିଲା, କିନ୍ତୁ ଆଜି ଦେହ ଖରାପ ହୋଇଗଲା । ଏହା କେମିତି ସମ୍ଭବ । ଏତିକି ନୁହେଁ ସେମାନେ ଅନ୍ୟ ମହିଳାମାନଙ୍କୁ ବି ଆହ୍ଵାନ ଦେଲେ କି ସମସ୍ତେ ଆଗକୁ ଆସି ତପସ୍ଵିନୀଙ୍କ ସାଥ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *