ନର୍ଥ କୋରିଆର ତାନାଶାହା କିମ୍ ଜୋଙ୍ଗ ଉନ୍ ପବ୍ଲିକଙ୍କ ସାମନାକୁ ଆସିବା ପର ଠାରୁ ତାଙ୍କର ପର୍ଶନାଲ ଲାଇଫକୁ ନେଇ ପୁଣି ଥରେ ଚର୍ଚା ଆରମ୍ଭ ହୋଇ ଯାଇଛି । ଏହା ମଧ୍ୟରେ ସେ ସ୍ଵିଜରଲାଣ୍ଡର ସ୍କୁଲରୁ ନର୍ଥ କୋରିଆ ଆସିବା ପରେ ବହୁତ ରୋମାଞ୍ଚକର ତଥ୍ୟ ସାମନାକୁ ଆସିଛି । କିମ୍ ଜୋଙ୍ଗ ଉନଙ୍କ ପିତାଙ୍କ ଗୁପ୍ତଚର ମାନେ ତାଙ୍କୁ କିଛି ଏମିତି ଘଟଣା ବିଷୟରେ ଅବଗତ କରାଇଲେ କି କିମ୍ ଜୋଙ୍ଗଙ୍କୁ ସେଠାରୁ ଡକା ଯାଇଥିଲା ।
କିମ୍ ଜୋଙ୍ଗ ଉନ୍ 1990 ଦଶକରେ ସ୍ଵିଜରଲାଣ୍ଡର ବର୍ଣ୍ଣ ରେ ଏକ ପ୍ରାଇଭେଟ ସ୍କୁଲରେ ପାଠ ପଢୁଥିଲେ । ତାଙ୍କ ପିତା କିମ୍ ଜୋଙ୍ଗ ଇଲ ସେଟାକୁ କିଛି ଗୁପ୍ତଚର ପଠାଇ ଥିଲେ ଯିଏକି କିମ୍ ଜୋଙ୍ଗ ଙ୍କ ଉପରେ ନଜର ରଖୁଥିଲେ । ଏହି ଗୁପ୍ତଚରଙ୍କୁ କିଛି ସେକ୍ସ ମାଗାଜିନ କିମ୍ ଜୋଙ୍ଗଙ୍କ କୋଠରୀରୁ ମିଳିଥିଲା । ଏହି ଖବର ମିଳିଲା ପରେ କିମ୍ ଇଲ ତାଙ୍କୁ କୋରିଆକୁ ନେଇ ଆସିଥିଲେ । ତାଙ୍କୁ ଚିନ୍ତା ହେଉଥିଲା କି ପାଶ୍ଚତ୍ୟ ସଭ୍ୟତା ତାଙ୍କ ପୁଅକୁ ବିଗାଡି ଦେଉଛି । କିମ୍ ଇଲ ଙ୍କ ଗୁପ୍ତଚରମାନେ ତାଙ୍କର ଚାରି ସନ୍ତାନ ଙ୍କ ବିଷୟରେ ସଠିକ ତଥ୍ୟ ପ୍ରଦାନ କରୁଥିଲେ ।
ଚାରିଜଣ ଯାକ ନିଜ ପରିଚୟକୁ ଲୁଚାଇ ନର୍ଥ କୋରିଆର ଡିପ୍ଲୋମେଟଙ୍କ ପିଲା ହିସାବରେ ପାଠ ପଢୁଥିଲେ । ଶିକ୍ଷକମାନଙ୍କୁ ସନ୍ଦେହ ଥିଲା କି କିମ ପରିକ୍ଷାରେ ଖରାପ ନମ୍ବର ଆସିବା ପରେ ଚିଟିଙ୍ଗ ର ସାହାରା ନେଉଥିଲେ । ଏଥିପାଇଁ ତାଙ୍କ ରୁମ୍ କୁ ଚେକ କଲାପରେ ଏମିତି ଏକ ଜିନିଷ ତାଙ୍କ ରୁମ୍ ରୁ ବାହାରିଲା କି ପଢା ବହି ଭିତରେ ଜର୍ମାନୀ ସେକ୍ସ ବହି ରହିଥିଲା । ଏହାର ସୂଚନା କିମ୍ ଜୋଙ୍ଗ ଇଲଙ୍କୁ ଦିଆଗଲା ଓ ସେ ତୁରନ୍ତ ତାଙ୍କ ପିଲାମାନଙ୍କୁ ଫେରାଇ ଆଣିଥିଲେ ।
ସବୁ ସ୍ୱିସ୍ ଜିନିଷକୁ ପସନ୍ଦ ଥିଲା
କିମଙ୍କ ପିଲାଦିନ ର ସାଙ୍ଗ ଜୋଆଓ ମାଇକେଲ କହିଲେ କି ସେ ଦୁଇ ଜଣ ବହୁତ ମସ୍ତି କରୁଥିଲେ । ତାଙ୍କୁ ଅନ୍ୟ ପିଲାମାନେ ବହୁତ ପସନ୍ଦ ମଧ୍ୟ କରୁଥିଲେ । ସେ ବାସ୍କେଟବଲ ପସନ୍ଦ କରନ୍ତି । କୁହଯାଏ କି କିମଙ୍କୁ ସ୍ଵିଜରଲାଣ୍ଡର ସବୁକିଛି ବହୁତ ପସନ୍ଦ ଆସୁଥିଲା । ସେ ସବୁ ପାର୍ଟିରେ ଅଧିକାରୀମାନଙ୍କୁ ସ୍ୱିସ୍ ଘଣ୍ଟା ଦେଉଥିଲେ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।