କଣ ଆପଣଙ୍କର ମନେ ଅଛି ସେହି ଛୋଟ ପିଲାଟି ଯିଏ ଅମିତାଭଙ୍କ ଛୋଟବେଳର ରୋଲ ପ୍ଲେ କରୁଥିଲା, ଆଜି ସେ କୋଟି କୋଟି ଟଙ୍କାର ମାଲିକ

ଆଜିର ହିନ୍ଦୀ ସିନେମାରେ ବିଗ୍ ବି ଙ୍କ ପରିଚୟ କାହାକୁ ଅଛପା ନାହିଁ । ସେ ପରଦା ଉପରେ ଏମିତି ବହୁତ ଫିଲ୍ମ କରିଛନ୍ତି । ତାଙ୍କୁ ସମସ୍ତେ ମହାନାୟକ ହିସାବରେ ପରିଗଣିତ କରନ୍ତି । 70 ଓ 80 ଦଶକରେ ତାଙ୍କର ଯାଦୁ ଚାଲିଲା ଓ ସେ ଯାଦୁ ଆଜି ବି ଲୋକଙ୍କ ମନରେ ରହି ଆସିଛି । କିନ୍ତୁ କଣ ଆପଣଙ୍କୁ ସେ ଛୋଟ ପିଲାଟି କରିଥିବା ଅଭିନୟ ମନେଅଛି କି ଯାହା ଅମିତାଭ ବଚ୍ଚନଙ୍କ ରୋଲ୍ ପ୍ଲେ କରୁଥିଲେ ।

ସେ ପିଲାଟି ଥରେ କି ଦୁଇ ଥର ନୂହେଁ ସେ ବହୁବାର ଅମିତାଭ ବଚ୍ଚନଙ୍କ ରୋଲ ପ୍ଲେ କରିଥିଲେ ଏବଂ ଦର୍ଶକ ମାନେ ବାଧ୍ୟ ହୋଇଥିଲେ ମାନିବାକୁ କି ଏହି ପିଲାଟି ବଡ ହୋଇ ଅମିତାଭ ବଚ୍ଚନ ହୋଇଗଲେ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଚୁ କି ସେହି ପିଲାଟି ବଡ଼ ହୋଇ କଣ ହେଲେ ।

ରବି ବଲେଚା ନିଜର ପରିଚୟ ସୃଷ୍ଟି କଲେ

70 ଓ 80 ଦଶକରେ ଅମିତାଭ ବଚ୍ଚନ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦୁନିଆକୁ ଦେଇ ଚାଲିଲେ। ତାଙ୍କ ଜୀବନର କାହାଣୀ ଛୋଟବେଳୁ ଆରମ୍ଭ ହୋଇଥାଏ ସେଥିପାଇଁ ସେହି ସମୟରେ ବାଲ୍ୟ କଳାକାରଙ୍କୁ ମଧ୍ୟ ବହୁତ୍ ପ୍ରାଧାନ୍ୟ ଦିଆଯାଉଥିଲା । ଅମିତାଭ ବଚ୍ଚନଙ୍କ କେତେକ ଫିଲ୍ମରେ ଏହି ଛୋଟ ପିଲାଟି ତାଙ୍କର ଅଭିନୟ ଦେଖାଇ ଥିଲେ । ସେହି ପିଲାଟି ଥିଲେ ରବି ବଲେଚା । 1976 ମସିହାରେ ରବି ତାଙ୍କର ପ୍ରଥମ ଚଳଚ୍ଚିତ୍ର ଫକୀରାରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ସେ ଅମର୍ ଆକବର ଆନ୍ଥୋନୀ ଚଳଚ୍ଚିତ୍ରରୁ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ସେ ଦେଶପ୍ରେମୀ, ଶକ୍ତି ଓ କୁଲି ଭଳି ଚଳଚ୍ଚିତ୍ର ରେ ଅମିତାଭ ବଚ୍ଚନ ଙ୍କ ପିଲାଦିନ ରୋଲ୍ ପ୍ଲେ କରିଥିଲେ ।

ସେହି ଦିନମାନଙ୍କରେ ରବିଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଥିଲା । ଅମିତାଭ ବଚ୍ଚନଙ୍କ ଯୌବନର କାହାଣୀ ଦେଖାଇବା ପାଇଁ ତାଙ୍କର ପିଲାଦିନ କାହାଣୀ ଦେଖାଇବା ବହୁତ ଜରୁରୀ ଥିଲା । ରବି ଅମିତାଭଙ୍କ ପିଲାଦିନର କାହାଣୀ କୁ ଅଭିନୟ କରିବା ପାଇଁ ଏକଦମ ଫିଟ ଥିଲେ। ସେହି ବ୍ୟକ୍ତି, ସେହି ରାଗ, ସେହି ମଜବୁତ ଅଭିନୟ ଯାହାକି ଅମିତାଭଙ୍କ ଅଭିନୟ କୁ ଆହୁରି ମଜଭୁତ ହେବା ପାଇଁ କାମ କରିଥାଏ । ତାଙ୍କ ଅଭିନୟ ଦେଖିକି କେହି ବିଶ୍ୱାସ ମଧ୍ୟ କରିପାରିବେ ନାହିଁ କି ଛୋଟ ପିଲାଟି ଏତେ ଭଲ ଅଭିନୟ କରିପାରେ । ଆପଣଙ୍କୁ ଜଣାଇ ଦେଉଛୁ କି ସେ 300 ରୁ ଅଧିକ ଫିଲ୍ମରେ ଅଲଗା ଅଲଗା ଭାଷାରେ ଅଭିନୟ କରିଛନ୍ତି ।

ପରଦା ଉପରେ ଅଭିନୟ କଲେନାହିଁ

ଏମିତି କି ବାଲ୍ୟ କଳାକାର ମାନେ ମଧ୍ୟ ଜଲଦି ବଡ ହେବାକୁ ଚାହିଁଥାନ୍ତି । କାହିଁକି ନା ସେ ପରଦା ଉପରେ ଲିଡ ରୋଲରେ ଅଭିନୟ କରିବା ପାଇଁ ଚାହାଁନ୍ତି, କିନ୍ତୁ ରବିଙ୍କ ସହିତ ଏମିତି ହୋଇନଥିଲା । ସେ ବାଲ୍ୟ କଳାକାର ହିସାବରେ କାମ କରିଥିଲେ କିନ୍ତୁ ବୟସ ବଢିବା ସଙ୍ଗେ ସଙ୍ଗେ ସେ ଚଳଚ୍ଚିତ୍ର ଜଗତରୁ ଦୁରେଇ ଯାଇଥିଲେ । ସେ ବଲିଉଡ଼ର ଗ୍ଲାମର ଦୁନିଆକୁ ଅଲବିଦା କହିଦେଲ।

ଏମିତି ଏକ ସମୟରେ ସେ ସୁଯୋଗ ହାତଛଡା କରିଲେ କି ଯେଉଁଟା ମିଳିବା ଏତେ ସହଜ ହୋଇନଥାଏ । ଏମିତି କି ଆମ୍ଭେମାନେ ରବିଙ୍କ ଏହି ନିଷ୍ପତ୍ତି କୁ ଭୁଲ କହିପାରିବା ନାହିଁ, କାହିଁକି ନା ସେ ତାଙ୍କ ବିଜନେସ ସଫଳ କରି ଦେଖେଇଛନ୍ତି ଏବଂ ଏହି ବିଜନେସ ବଳରେ ସେ ଆଜି କୋଟି କୋଟି ସମ୍ପତ୍ତି ର ମାଲିକ ହୋଇପାରିଛନ୍ତି ।

300 କୋଟି ସମ୍ପତ୍ତିର ଅଟନ୍ତି ମାଲିକ

ରବି ତାଙ୍କର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଅହମଦାବାଦ୍ ରୁ ଏମବିଏ ଡିଗ୍ରୀ ହାସଲ କରିବା ପରେ ସେ ନିଜର କମ୍ପାନୀ ହସପିଟାଲିଟି ବିଜନେସ ଆରମ୍ଭ କରି ତାକୁ ବହୁତ ବଡ଼ ସ୍ତରରେ ବିସ୍ତାର କରିଥିଲେ । ଆଜି ବି ଅମିତାଭ ବଚ୍ଚନଙ୍କ ଭଳି ତାଙ୍କର ଗାଡି, ବଙ୍ଗଳା ଓ ବ୍ୟାଙ୍କ୍ ବାଲାନ୍ସ ଅଛି । ରବି 300 କୋଟି ଟଙ୍କାର ମାଲିକ ଅଟନ୍ତି । ଯଦି ସେ ଅମିତାଭଙ୍କ ଭଳି ପରଦାରେ ଅଭିନୟ କରିଥାନ୍ତେ ତାହେଲେ ଦର୍ଶକ କଣ ତାଙ୍କୁ ସେହିଭଳି ପ୍ରତିକ୍ରିୟା ଦେଇଥାନ୍ତେ, ଏହା ତ କେବଳ ଦର୍ଶକ ମାନେ ହିଁ କହିପାରିବେ । କିନ୍ତୁ ଆଜି ମଧ୍ୟ ଅମିତାଭ ବଚ୍ଚନଙ୍କ ପିଲାଦିନର ସେହି ଅଭିନୟକୁ ଲୋକମାନେ ଭୁଲି ପାରିନାହାନ୍ତି ନା କେବେ ଭୁଲି ପାରିବେ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *