ମା’ ଠାରୁ ଜନ୍ମ ହୁଏ, ମା’କୁ ଛୁଇଁଲେ ମରିଯାଏ ସେ କିଏ ? ତାହା କଣ ଯାହାକୁ ଭାଙ୍ଗିବା ପରେ ସମସ୍ତେ ଖୁସି ହୁଅନ୍ତି ? ପଢନ୍ତୁ ଆହୁରି 20 Interesting Questions & Answers

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଓଡିଆ ଢଗର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. ମା ଠାରୁ ଜନ୍ମ ହୁଏ, ମାକୁ ଛୁଇଁଲେ ମରିଯାଏ । ସେ କିଏ ?

ଉତ୍ତର- ଲୁଣ ସମୁଦ୍ର ପାଣିରୁ ଜନ୍ମ ହୋଇଥାଏ ହେଲେ ସେ ପାଣିରେ ମିଶିଲେ ଲୁଣରୁ ପାଣି ହୋଇଯିବ ।

୨. ସେ କେଉଁ ଡ୍ରାଇଭର ଯାହାକୁ ଲାଇସେନ୍ସ ଦରକାର ହୁଏ ନାହିଁ ?

ଉତ୍ତର- ଏହାର ଉତ୍ତର ହେଉଛି ସ୍କ୍ରୁ ଡ୍ରାଇଭର ତେବେ ସ୍କ୍ରୁ ଡ୍ରାଇଭରକୁ କୌଣସି ଲାଇସେନ୍ସ ଦରକାର ହୋଇ ନଥାଏ ।

୩. ତାହା କଣ ଯାହାକୁ ଭାଙ୍ଗିବା ପରେ ସମସ୍ତେ ଖୁସି ହୋଇଥାନ୍ତି ?

ଉତ୍ତର- ଏହାର ଉତ୍ତର ହେଉଛି ରେକର୍ଡ ତେବେ ରେକର୍ଡ ଭାଙ୍ଗିବା ପରେ ସମସ୍ତେ ଖୁସି ହୋଇଥାନ୍ତି ।

୪. କ୍ଷୀର ସମୁଦ୍ରରେ କରେ ମୁଁ ବାସ, ଦେଖନ୍ତିନି ମୋତେ କେହି । ସମୁଦ୍ର ମନ୍ଥନ ହୋଇଲେ ଶେଷ, ମୋ ରୂପ ଦେଖିବୁ ତୁହିଁ । ଏହାର ଉତ୍ତର କଣ ?

ଉତ୍ତର- ଲହୁଣୀ କ୍ଷୀରରୁ ବାହାରିଥାଏ ।

୫. ଜଣେ ବ୍ୟକ୍ତି ୧୦୦ ଟଙ୍କା ନେଇ ଦୋକାନକୁ ଯାଇଥିଲେ, ସେ ୭୫ ଟଙ୍କାର ସଉଦା କିଣିଲେ ଏବଂ ଦୋକାନୀ ତାଙ୍କୁ ୫ ଟଙ୍କା ଫେରାଇଲା ବ୍ୟକ୍ତି ଜଣକ କିଛି ନ କହି ଚୁପ୍ ଚାପ୍ ଘରକୁ ଚାଲି ଆସିଲେ କାହିଁକି ?

ଉତ୍ତର- କାରଣ ସେ ୧୦୦ ଟଙ୍କାର ଖୁଚୁରା ନେଇଥିଲେ ଏବଂ ଦୋକାନୀଙ୍କୁ ୮୦ ଟଙ୍କା ଦେଇଥିଲେ ।

୬. ଭାରତର ପ୍ରଥମ ମହିଳା ରାଜ୍ୟପାଳ କିଏ ଥିଲେ ?

ଉତ୍ତର- ସରୋଜିନୀ ନାଇଡୁ ଭାରତର ପ୍ରଥମ ମହିଳା ରାଜ୍ୟପାଳ ଥିଲେ ।

୭. ବିଶ୍ଵର ସର୍ବ ବୃହତ ମାହା କାବ୍ୟର ନାମ କଣ ?

ଉତ୍ତର- ବିଶ୍ଵର ସର୍ବ ବୃହତ ମାହା କାବ୍ୟର ନାମ ହେଉଛି ମହାଭାରତ ।

୮. ବିଶ୍ଵର ସବୁଠାରୁ ଲମ୍ବା ନଦୀର ନାମ କଣ ?

ଉତ୍ତର- ବିଶ୍ଵର ସବୁଠାରୁ ଲମ୍ବା ନଦୀର ନାମ ହେଉଛି ନୀଳ ନଦୀ ।

୯. ସଚିନ ତେନ୍ଦୁଲକର ତାଙ୍କର ୧୦୦ ତମ ଶତକ କେଉଁ ଦେଶ ବିପକ୍ଷରେ କରିଥିଲେ ?

ଉତ୍ତର-  ସଚିନ ତେନ୍ଦୁଲକର ତାଙ୍କର ୧୦୦ ତମ ଶତକ ବାଂଲାଦେଶ ବିପକ୍ଷରେ କରିଥିଲେ ।

୧୦. କାହାକୁ ଦ୍ଵିତୀୟ ବୁଦ୍ଧ କୁହାଯାଏ ?

ଉତ୍ତର- ପଦ୍ମ ସମ୍ଭବ ନାମକ ଜଣେ ବ୍ୟକ୍ତିଙ୍କୁ ଦ୍ଵିତୀୟ ବୁଦ୍ଧ କୁହାଯାଏ ।

Leave a Reply

Your email address will not be published. Required fields are marked *