‘ମୋ ସ୍ଵାମୀ ଯାହା କରିଛି ଠିକ୍ କରିଛି, ସେ ଆମକୁ…’ ଦେଖନ୍ତୁ କଣ କହିଲେ ଅଭିଯୁକ୍ତ Siba Sahu ର ସ୍ତ୍ରୀ, ଦେଖନ୍ତୁ ଏହି Video 

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ଏକ ବଡ ଖୁଲାସା ସାମ୍ନାକୁ ଆସୁଛି । ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଛି । ଆଜି କ୍ରାଇମ ରି-କ୍ରିଏସନ କରୁଛି ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାରିବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ । ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ ।

ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ ଶିବଙ୍କ ପତ୍ନୀ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପୂର୍ବରୁ ମଧ୍ୟ ଶିବଙ୍କ ପତ୍ନୀ ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ରଖିଛନ୍ତି । ତେବେ ଏହି ବୟାନରେ ସେ କହୁଛନ୍ତି-‘ମୋର ଗୋଟେ ବୋଲି ଝିଅ ଅଛି ପୁଅ ନାହିଁ ବୋଲି ଶାଶୁ, ଶଶୁର, ଜା ଓ ଦେଢଶୁର ସେଠି କୌଣସି ପ୍ରକାରରେ ରଖେଇ ଦିଅନ୍ତି ନାହିଁ । 2014 ମସିହାରେ ମୁଁ ଘରକୁ ଯିବା ପାଇଁ ବାହାରେ ରହି ଡାକିଲି ସେମାନେ ମୋତେ ବାଡେଇଲେ’ ।

ଆଗକୁ ସେ କହିଛନ୍ତି-‘ସେହି ରାସ୍ତାରେ ମୋ ଭାଇ ଯାଉଥିଲା ସେ ବିରୋଧ କରିବାରୁ ତାକୁ ମଧ୍ୟ ବାଡେଇଲେ । ସେମାନେ ଚାହୁଁ ନଥିଲେ ଆମେ ସେହି ଘର ଭିତରେ ରହିବା ପାଇଁ । ମୁଁ ସମସ୍ତଙ୍କୁ ଜଣାଇଛି ଲେଡିସ କମିଶନର, ମାନନୀୟ ସରପଞ୍ଚ, ମାହଙ୍ଗା ଥାନା, ଚିଫ ସେକ୍ରେଟେରୀ, ହ୍ୟୁମାନ ରାଇଟ୍ସ, ମନ୍ତ୍ରୀ ପ୍ରତାପ ଜେନା ଆଉ ଦିଲ୍ଲୀ ବି ଯାଇଛି ହେଲେ ମୋ କଥା କେହି ବି ଶୁଣିଲେ ନାହିଁ’ ।

ଆଗକୁ ସେ କହିଛନ୍ତି-‘ମୋର ଜା ଦେଢଶୁର ସମସ୍ତେ ରୋଷେଇ ଘର ପାଇଁ ପାଟିତୁଣ୍ଡ ହେବାରୁ ମୋ ସ୍ଵାମୀଙ୍କ ମୁଣ୍ଡ ଫଟାଇ ଦେଇଥିଲେ । ମୋ ଜା ସବୁବେଳେ ତାଙ୍କୁ ରାଗିଲା ଭଳିଆ କଥା ତାଙ୍କୁ କୁହନ୍ତି । ଆଉ କାହା ଉପରେ ଭରସା ନାହିଁ ବୋଲି ମୋ ସ୍ଵାମୀ ଆଜି ଏଭଳିଆ କର୍ମ କଲେ ନହଲେ କାହିଁକି କରିବାକୁ ଯାଇଥାନ୍ତେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *