ଶ୍ଵଶୁର ଘରେ କଣ ରହିଛି ବୋହୂର ଅଧିକାର ! Supreme Court ଦେଲେ ବଡ ନିଷ୍ପତ୍ତି

ବନ୍ଧୁଗଣ ବୋହୂ ଙ୍କୁ ଶାଶୁ ଶ୍ଵଶୁର ଙ୍କ ଘରେ ରହିବାର ଆଇନତଃ ଅଧିକାର ଅଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । କେବଳ ସ୍ବାମୀଙ୍କ ମାଲିକାନାରେ ଥିବା ଘର ନୁହେଁ ସ୍ଵାମୀଙ୍କ ବାପା ମା ଙ୍କ ମାଲିକାନାରେ ଥିବା ଘର ମଧ୍ୟ ଆଇନତଃ ସାବ୍ୟସ୍ତ କରି ପାରିବେ ବୋହୂ । ବିବାହ ପରେ ରହି ଆସୁଥିବା ଘର ଟି ସ୍ବାମୀଙ୍କ ନା ରେ ନ ଥିଲେ ବି ମହିଳାଙ୍କୁ ସେଠାରୁ ବିତାଡିତ କରି ପାରିବେ ନାହିଷ ଆସୁ ଶ୍ଵଶୁର ।

ନିଜର ପୂର୍ବ ରାୟକୁ ଖାରଚ କରି ଘରୋଇ ହିଂସା ଅଧୀନରେ ଏଭଳି ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟର ବିଚାରପତି ଯଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡି ଓ ଏମ ଆର ସାହା ଙ୍କୁ ନେଇ ଗଠିତ 3 ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ଅହିଛନ୍ତି ଯଦି ଜଣେ ବିବାହିତା ବା ଲିଭିଙ୍ଗ ରେ ରହୁଥିବା ମହିଳା 2005 ଘରୋଇ ହିଂସା ଆଇନ ଅନୁଯାୟୀ ଅଭିଯୋଗ ଦାଖଲ କରନ୍ତି ଓ ବାସ ସ୍ଥାନର ଅଧିକାର ଦାବି କରନ୍ତି ତେବେ ସେ ପୂର୍ବରୁ ରହି ଆସୁଥିବା ଶାଶୁ ଶ୍ଵଶୁର କିମ୍ବା ସ୍ଵାମୀଙ୍କ ସମ୍ପର୍କୀୟଙ୍କ ଘରେ ବା ଭଡା ଘରେ ରହିବାର ଅଧିକାର ଅଛି ।

ଦିଲ୍ଲୀ ର ଏକ ଦମ୍ପତିଙ୍କ ପିଟିସନ ଉପରେ ଶୁଣାଣୀ ଅଋ ସୁପ୍ରିମ କୋର୍ଟର ଏଭଳି ରାୟ ଦେଇଛନ୍ତି । 76 ବର୍ଷୀୟା ସତୀଶ ଆହୁଜା ଦିଲ୍ଲୀ ହାଇକୋର୍ଟର ଏକ ରାୟକୁ ଚ୍ୟାଲେଞ୍ଜ କରି ସର୍ବବୋଚ ନ୍ୟାୟଳୟର ଦ୍ଵାରସ୍ଥ ହୋଇଥିଲେ । 2019 ଏପ୍ରିଲ 8ରେ ଏହି ମାମଲାର ଶୁଣାଣୀ କରି ଦିଲ୍ଲୀ କୋର୍ଟ ବୋହୂର ଅଧିକାର ଅଛି ବୋଲି ଶୁଣାଇଥିଲେ ।

ଏହାକୁ ଚ୍ୟାଲେଞ୍ଜ କରି ସତିଶ ଆହୁଜା ଆବେଦନରେ ଦର୍ଶାଇଥିଲେ କି ତାଙ୍କ ଘରେ ପୁଅର ମଧ୍ୟ ଅଧିକାର ନାହି କାରଣ ସେ ଏହାକୁ ନିଜେ କିଣିଥିଲେ । ପୁଅର ବାହାଘର 1993 ହୋଇଥିବା ହେଲେ 1983 ରେ ସେ ଏହି ସମାପ୍ତି କିଣିବା କୋର୍ଟରେ ଦର୍ଶାଇଥିଲେ । ଏହା ସହ ପୁଅ ଓ ବୋହୂ ମଧ୍ୟରେ ସବୁବେଳେ ଝଗଡା ଲାଗି ରହିଥିବା ବେଳେ ଉଭୟଙ୍କ ମଧ୍ୟରେ ଛାଡପତ୍ର ମାମଲା ବିଚାରଧିନ ଥିବା ସେ ଆବେଦନ କରିଥିଲେ ।

ଘରୋଇ ହିଂସା ଧାରା 2 ଓ 17 ଆଧାରରେ ସୁପ୍ରିମକୋର୍ଟ ଏହାକୁ ଖାରଚ କରିଛନ୍ତି । ଘର ପୁଅ ନା ରେ ନ ଥିଲେ ବି ବୋହୂକୁ ଘରୁ ବାହାର କାରାଯାଇ ହେବ ନାହି ବୋଲି ରାୟ ଦେଇଛନ୍ତି ସର୍ବବିଚ ନ୍ୟାୟଳୟ । ମହିଳାଙ୍କୁ ବାସ ସ୍ଥାନର ଅଧିକାର ଦେବାକୁ ନିଜ ପୂର୍ବ ରାୟକୁ ଦ୍ରୁଷ୍ଟିକୁ ନେଲେ ନାହି ସୁପ୍ରିମକୋର୍ଟ । ପୂର୍ବରୁ ଅନ୍ୟ ଏକ ମାମଲାରେ ଦିଆଯାଇଥିଲା ଭିନ୍ନ ରାୟ ।

2006ରେ ସୁପ୍ରିମ କୋର୍ଟ ମହିଳାଙ୍କର କେବଳ ତାଙ୍କ ସ୍ବାମୀଙ୍କ ସମ୍ପତି ଉପରେ ଅଧିକ ଅଛି ବୋଲି କହିଥିଲେ । ମହିଳା ଜଣକ ବିବାହ ପର ଠାରୁ ଲିଭିଙ୍ଗରେ ଥିବା ବେଳେ ଯଦି ସେହି ଘର ତାଙ୍କ ସ୍ଵାମୀ ବା ଲିଭ-ଇନ-ପାର୍ଟନରଙ୍କ ମାଲିକାନାରେ ଥିଲେ ମହିଳା ଅଧିକାର ସାବ୍ୟସ୍ତ କରିପାରିବେ । ବର୍ତ୍ତମାନ କିନ୍ତୁ ଏହି ରାୟରେ ପରିବର୍ତ୍ତନ ଅଣାଯାଇଛି । 

ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।  

Leave a Reply

Your email address will not be published. Required fields are marked *