ସ୍ଵପ୍ନରେ ସ୍ଵୟଂ ଭଗବାନଙ୍କୁ ଦେଖିଲେ… ବ୍ୟକ୍ତିକୁ କେଉଁ ପ୍ରକାର ସଂକେତ ମିଳିଥାଏ ?

ବନ୍ଧୁଗଣ ରାତିରେ ଶୋଇବା ବେଳେ ଆମକୁ ନିହାତି ଦିନେ ଦିନେ ସ୍ଵପ୍ନ ଆସିଯାଇଥାଏ । ତେବେ ସ୍ଵପ୍ନରେ ଆମେ ଅନେକ କିଛି ସ୍ଵପ୍ନ ଆକାରରେ ଦେଖିବାକୁ ପାଇଥାଉ । ଯାହାକି ଭବିଷ୍ୟତ ସହ କିଛି ନା କିଛି ମାତ୍ରାରେ ଜଡିତ ଥାଏ । ତେବେ ଯେଉଁ ବ୍ୟକ୍ତି ସ୍ଵପ୍ନରେ ଭଗବାନଙ୍କୁ ଦେଇଥାଏ । ସ୍ଵପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ କଣ ହୋଇଥାଏ ଏଠାରେ ଜାଣିବା । ସ୍ଵପ୍ନର ରହସ୍ୟ ଜାଣିବା ପାଇଁ ସବୁ ବ୍ୟକ୍ତି ଇଛା କରିଥାନ୍ତି ।

ସ୍ଵପ୍ନ ଏକ ଏପରି ମାଧ୍ୟମ ଅଟେ ଯାହାକି ଶୁଭ ଓ ଅଶୁଭ କାର୍ଯ୍ୟର କିଛି ସୂଚନା ବ୍ୟକ୍ତିକୁ ଦେଇଥାଏ । ତେବେ ଅନେକ ସ୍ଵପ୍ନର ମହତ୍ଵ ମଧ୍ୟ ଖାସ୍ ହୋଇଥାଏ । 1- ତେବେ ଯେଉଁ ବ୍ୟକ୍ତି ସ୍ଵପ୍ନରେ ଦେବୀଦେବାଙ୍କୁ ଦର୍ଶନ କରିଥାଏ । ସେହି ବ୍ୟକ୍ତି ପାଇଁ ତାହା ଏକ ବହୁତ ଶୁଭ ସଂକେତ ଅଟେ । ବ୍ୟକ୍ତିର ଜୀବନରେ ଚାଲୁ ରହିଥିବା ଅନେକ ସମସ୍ଯା ଆଗାମୀ କିଛି ଦିନ ମଧ୍ୟରେ ଦୂର ହେବାର ସ୍ଵପ୍ନ ଦ୍ଵାରା ଦର୍ଶାଇ ଥାଏ ।

2- ଯେଉଁ ବ୍ୟକ୍ତି ନିଜ ସ୍ଵପ୍ନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିଥାଏ । ସେହି ବ୍ୟକ୍ତିର ଜୀବନରେ କାହା ପ୍ରେମ ହେବାର ସମ୍ଭାବନା ରହିଥାଏ । ଅଥବା ଯେଉଁମାନେ ପ୍ରେମ କରିଥାନ୍ତି । ତାଙ୍କ ସମ୍ପର୍କରେ ମଧୁରତା ଆସିଥାଏ । 3- ଯେଉଁ ବ୍ୟକ୍ତିକୁ ସ୍ଵପ୍ନରେ ଭଗବାନ ଶ୍ରୀରାମ ଦେଖାଯାଇଥାନ୍ତି । ଏହାକୁ ଅତ୍ୟନ୍ତ ଶୁଭ ସ୍ଵପ୍ନ ବୋଲି କୁହାଯାଇଥାଏ । ତେବେ ସେହି ବ୍ୟକ୍ତିକୁ ନିଜ କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିଥାଏ ।

4- ଯେଉଁ ବ୍ୟକ୍ତି ନିଜ ସ୍ଵପ୍ନରେ ଭଗବାନ ନାରାୟଣଙ୍କୁ ଦେଖିବାକୁ ପାଇଥାଏ । ଏହା ମଧ୍ୟ ଏକ ଭଲ ସ୍ଵପ୍ନ ଅଟେ । ବ୍ୟକ୍ତିକୁ ନିକଟରେ କୌଣସି କାର୍ଯ୍ୟରେ ଲାଭ ମିଳିବାକୁ ଯାଉଛି । 5- ଯେଉଁ ବ୍ୟକ୍ତିଙ୍କୁ ସ୍ଵପ୍ନରେ ଭଗବାନ ମହାଦେବଙ୍କର ଦର୍ଶନ ମିଳିଯାଇଥାଏ । ଏପରି ସ୍ଵପ୍ନ ଦେଖିବାର ଅର୍ଥ ସେହି ବ୍ୟକ୍ତି ମାନସିକ ଶାନ୍ତି ପ୍ରାପ୍ତ ହୋଇବା ପାଇଁ ଯାଉଛି ବୋଲି ସଂକେତ ମିଳିଥାଏ ।

6- ଯେଉଁ ବ୍ୟକ୍ତି ନିଜ ସ୍ଵପ୍ନରେ ଭଗବାନ ବ୍ରହ୍ମାଙ୍କୁ ଦର୍ଶନ କରିଥାଏ । ତେବେ ତାଙ୍କର ଭଲ ସମୟର ଆଗମନ ହେବାକୁ ଯାଉଛି ବୋଲି ଜାଣି ରଖନ୍ତୁ । 7- ଯେଉଁ ବ୍ୟକ୍ତି ସ୍ଵପ୍ନରେ ମା’ ଦୂର୍ଗାଙ୍କୁ ଦେଖିଥାନ୍ତି । ତେବେ ସେହି ବ୍ୟକ୍ତିର ଯଦି କିଛି ସ୍ଵାସ୍ଥ ସହ ଜଡିତ ସମସ୍ଯା ରହିଥାଏ । ତେବେ ସେଥିରୁ ବ୍ୟକ୍ତିକୁ କିଛି ମାତ୍ରାରେ ଉପଶମ ମିଳିଥାଏ । ଅଥବା ବ୍ୟକ୍ତି ସଂପୂର୍ଣ୍ଣ ଭାବେ ଅଳ୍ପ ଦିନରେ ସୁସ୍ଥ ହୋଇଯାଇଥାଏ ।

8- ଯେଉଁ ମାନେ ସ୍ଵପ୍ନରେ ଭଗବାନ ହନୁମାନଙ୍କୁ ଦେଖିଥାନ୍ତି । ତେବେ ସେହି ବ୍ୟକ୍ତିର ଶତ୍ରୁ ମାନଙ୍କର କ୍ଷୟ ଘଟିବ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *