କରୋନାରେ ଯଦି ସ୍ଵାଦ ଓ ଗନ୍ଧ ଚାଲି ଯାଇଛି, ତ ଜାଣି ରଖନ୍ତୁ ଆପଣ ବିଲକୁଲ ସୁରକ୍ଷିତ, ଜାଣନ୍ତୁ କଣ କୁହାନ୍ତି ବିଶେଷଜ୍ଞ

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି ।

ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବ-ର-ଣ ମଧ୍ୟ କରୁଛନ୍ତି । ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି

ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ତେବେ ଆଜି ଆମେ ନିଜର ଅମ୍ଳଜାନ କୁ କିପରି ବୃଦ୍ଧି କରାଇବା ଏବଂ କିପରି ଘରେ ସୁରକ୍ଷିତ ରହି ପାରିବା ସେ ବିଷୟରେ ଆଲୋଚନା କରି ନେବା ।

ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ । ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

ଆଜି ଆମେ କରୋନା ରୁ କିପରି ସୁରକ୍ଷିତ ହେବା ଏବଂ ଆମ ଶରୀର ସହିତ କଣ ପରିବର୍ତ୍ତନ ଆସିଲେ କରୋନା ଭଲ ହୋଇଛି କିମ୍ବା କରୋନା ଆମ ଶରୀର ରେ ରହିଛି ସେ ବିଷୟରେ ଆଲୋଚନା କରିବା ।

ପ୍ରଥମେ କରୋନା ର ଲକ୍ଷଣ ବିଷୟରେ ଆଲୋଚନା କରିବା କରୋନା ହେଲେ ଆମକୁ ପ୍ରଥମେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ କାରଣ ଏହି କରୋନା ଭୁତାଣୁ ପ୍ରଥମେ ଆମ ଗଳାକୁ ସଂକ୍ରମିତ କରିଥାଏ । ଏବଂ ଧୀରେ ଧୀରେ ତାହା ଆମ ଫୁସଫୁସ କୁ ଯାଇ ସେଠାରେ ନିଜର ମାତ୍ରା କୁ ବୃଦ୍ଧି କରାଏ ଏବଂ ଆମକୁ ନିଶ୍ୱାସ ନେବାରେ ଅସୁବିଧା ମଧ୍ୟ ହୁଏ । ଏବଂ ତାଛଡା ଆମ ଶରୀର ରେ ଅମ୍ଳଜାନ ର ମାତ୍ରା ମଧ୍ୟ କମିଯାଏ । ଏବଂ ଆମ ଫୁସଫୁସ ନଷ୍ଟ ମଧ୍ୟ ହୋଇ ଯାଏ । ତେଣୁ ଆମକୁ ପ୍ରଥମେ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରାଇବା ଉଚିତ ।

ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରାଇବା ପାଇଁ ହେଲେ ଆମକୁ ପ୍ରଥମେ ଉପଯୁକ୍ତ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ । ସବୁଜ ପନିପରିବା ଏବଂ ଅଣ୍ଡା ଆଦି ଖାଇବା ଉଚିତ ।
ଏହା ସହିତ ବ୍ୟାୟାମ ଏବଂ ପ୍ରାଣାୟମ ମଧ୍ୟ କରିବା ଉଚିତ । ଅନୁଲୋମ ବିଲୋମ କରିବା ଦ୍ୱାରା ଆମ ଫୁସଫୁସ କୁ ଅମ୍ଳଜାନ ପ୍ରାପ୍ତ ହୋଇଥାଏ ।

ଏହା ସହିତ ଆମକୁ ନିଜ ଗଳା କୁ ସଫା କରିବା ମଧ୍ୟ ଆବଶ୍ୟକ । କାରଣ ଏହି କଫ ଯୋଗୁଁ ହିଁ ଆମକୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଏହି କଫ କୁ ସଫା କରିବା ଉଚିତ ତେଣୁ ଆମକୁ ପ୍ରତିଦିନ ଗରମ ପାଣି ପିଇବା ଉଚିତ କିମ୍ବା ଗରମ କ୍ଷୀର ରେ ହଳଦୀ ପକାଇ ପିଇବା ଉଚିତ ଏବଂ ନଚେତ ପାଣି ରେ ହଳଦୀ ପକାଇ ପିଇବା ଉଚିତ ।
ଏହା ସହିତ କିଛି ଅସୁବିଧା ହେଲେ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ ।

ଡାକ୍ତର ଙ୍କ ଅନୁସାରେ ଯଦି ଆମେ କୌଣସି ସ୍ୱାଦ କୁ ଜାଣି ପାରି ନାହୁଁ କିମ୍ବା କୌଣସି ଗନ୍ଧ କୁ ବାରି ପାରିବା ନାହିଁ ତେବେ ଏଥି ପ୍ରତି ଡରିବା ଆବଶ୍ୟକ ନାହିଁ କାରଣ ଏପରି ଯଦି ହେଉଛି ତେବେ ଆପଣ କରୋନା ଠାରୁ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି । ଏହି ସ୍ୱାଦ ନ ଲାଗିବା କିମ୍ବା ଗନ୍ଧ କୁ ନ ବାରି ପାରିବା ଏହା ଛଅ ମାସ କିମ୍ବା କିଛି ଦିନ ପରେ ଠିକ ହୋଇ ଯାଇଥାଏ ତେଣୁ ଏଥି ପ୍ରତି କୌଣସି ଭୟବିତ ହେବା ଉଚିତ ନୁହେଁ ଏବଂ ନିଜର ଭଲ ଭାବରେ ଯତ୍ନ ନେବା ମଧ୍ୟ ଆବଶ୍ୟକ ।

ଆପଣ ଚାହିଁଲେ ଯେଉଁ ଜିନିଷ କୁ କେବେ ଚାଖି ନାହାନ୍ତି କିମ୍ବା ଶୁଙ୍ଘି ନାହାନ୍ତି ସେହି ଜିନିଷ କୁ ଚାଖନ୍ତୁ ଏବଂ ଶୁଙ୍ଘିବାକୁ ଚେଷ୍ଟା କରନ୍ତୁ ଏହା ଦ୍ୱାରା ଆପଣ ଙ୍କ ଏହି ସମସ୍ୟା ଦୂର ହୋଇ ଯିବ । ସବୁଠାରୁ ବଡ଼ କଥା ହେଉଛି କରୋନା ହେଲେ ନିଜର ମନବଳ କୁ ଦୃଢ଼ କରନ୍ତୁ ଏବଂ ପ୍ରୋଟିନ ଯୁକ୍ତ ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ଘରେ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *