29 ବର୍ଷ ପୂର୍ବେ Salman ଙ୍କ ପତ୍ନୀ ବନିଥିଲେ ଏହି Actress, ଏବେ ଦେଖା ଯାଆନ୍ତି କିଛି ଏମିତି କି ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ବଲିଉଡ ର ଭାଇଯାନ ଙ୍କୁ କିଏ ବା ନ ଜାଣେ । ନିଜର ଅଭିନୟ ଜରିଆ ରେ ସେ କେବଳ ଭାରତ ରେ ନୁହଁନ୍ତି ବରଂ ବିଶ୍ଵ ରେ ପରିଚିତ ହୋଇପାରିଛନ୍ତି ।

ସଲମାନ ଖାନ ଗତ ୩୨ ବର୍ଷ ହେବ ବଲିଉଡ ରେ କାମ କରି ଆସୁଛନ୍ତି । ସେ ୧୯୮୯ ମସିହା ରେ ଫିଲ୍ମ “ମେନେ ପ୍ୟାର କିୟା” ରୁ ନିଜତ କ୍ୟାରିଅର ଆରମ୍ଭ କରିଥିଲେ । ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ସେ ହିନ୍ଦୀ ସିନେମା ରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରି ଆସୁଛନ୍ତି । ସଲମାନ ଖାନ ବର୍ତ୍ତମାନ ସୁଦ୍ଧା ଅନେକ ଅଭିନେତ୍ରୀ ଙ୍କ ସହିତ କାମକରି ସାରିଛନ୍ତି ।

ସେମାନଙ୍କ ମଧ୍ୟରୁ ଅନେକ ଅଭିନେତ୍ରୀ ବର୍ତ୍ତମାନ ଆଉ ନଜର ମଧ୍ୟ ଆସୁ ନାହାନ୍ତି । ଏହି ପରି ଜଣେ ଅଭିନେତ୍ରୀ ହେଉଛନ୍ତି ଶିବା ଆକାଶଦିପ । ବନ୍ଧୁଗଣ ଜଣାଇ ଦେଉଛୁ କି ଶିବା ଆକାଶଦିପ ଫିଲ୍ମ “ସୂର୍ଯ୍ୟବଂଶୀ” ରେ ସଲମାନ ଖାନ ଙ୍କ ସହିତ ଅଭିନୟ କରିଥିଲେ । ରାକେଶ କୁମାର ଙ୍କ ଦ୍ଵାରା ନିର୍ଦେଶୀତ ଏହି ଫିଲ୍ମ ୭ ଫେବ୍ରୁଆରୀ ୧୯୯୨ ମସିହା ରେ ମୁକ୍ତିଲାଭ କରିଥିଲା । ଶିବା ଏହି ଫିଲ୍ମ ରେ ସଲମାନ ଖାନ ଙ୍କ ସ୍ତ୍ରୀ ଭୂମିକା ରେ ନଜର ଆସିଥିଲେ ।

ଫିଲ୍ମ “ସୂର୍ଯ୍ୟବଂଶୀ” ସହିତ ଶିବା ଆକାଶଦିପ “ପ୍ୟାର କା ସାୟା” ଓ “ଦମ” ଭଳି ଫିଲ୍ମ ରେ ନଜର ଆସିଥିଲେ । ବଲିଉଡ ରେ ସେ କେବଳ ହାତ ଗଣତି ଅଳ୍ପ କେତେକ ଫିଲ୍ମ ରେ ଅଭିନୟ କରିଥିଲେ । ଏହା ପରେ ସେ ଖୁବ ଶୀଘ୍ର ସିନେମା ଠାରୁ ଦୂରେଇ ଯାଇଥିଲେ । ୧୯୯୬ ମସିହା ରେ ଶିବା ଆକାଶଦିପ ଆକାଶଦିପ ଙ୍କୁ ବିବାହ କରିଥିଲେ ।

ଖାସ କଥା ଏହା କି ଆକାଶଦିପ ତାଙ୍କର ଦୁଇଟି ଫିଲ୍ମରେ ନିର୍ଦେଶନା ମଧ୍ୟ ଦେଇଥିଲେ । ଫିଲ୍ମ ରୁ ଦୁରେଇ ଯାଇଥିବା ଶିବା ପୁଣି ଥରେ ଛୋଟ ପରଦା ରେ ନଜର ଆସିଥିଲେ । ସେ ଟିଭି ସୋ “ହାସିଲ” ରେ ଦେଖିବାକୁ ମିଳିଥିଲେ ।

ଶିବା ଙ୍କ ର ଜନ୍ମ ୧ ଜାନୁଆରୀ ୧୯୭୦ ମସିହା ରେ ମହାରାଷ୍ଟ୍ର ର ରାଜଧାନୀ ମୁମ୍ବାଇ ରେ ହୋଇଥିଲା । ଏକ ପଞ୍ଜାବୀ ପରିବାର ରେ ଜନ୍ମିତ ଶିବା ହିନ୍ଦୀ ସିନେମା ର ଦିଗଜ ଅଭିନେତା ସୁନୀଲ ଦତ୍ତ ଙ୍କ ଫିଲ୍ମ “ୟେ ଆଗ କବ ବୁଝେଗି” ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ବଲିଉଡ ସହିତ ଶିବା ପଞ୍ଜାବୀ ଓ ଟିଭି ଧାରାବାହିକ ରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେ ସିନେମା ଠାରୁ ଦୂରେଇ ରହିଥିଲେ ମଧ୍ୟ ସେ ସୋସିଆଲ ମିଡିଆ ରେ ବହୁତ ସକ୍ରିୟ ରହିଥାନ୍ତି ।

ଶିବା ବର୍ତ୍ତମାନ ସମୟ ରେ ଇନ୍ସଟାଗ୍ରାମ ରେ ନିଜର ଅନେକ ଫୋଟୋ ସେୟାର କରୁଛନ୍ତି । ଏଥିରେ ସେ ନିଜର ଫିଟନେସ ଓ ଷ୍ଟାଇଲିସ ଭିଡିଓ ପାଇଁ ବେଶ ଚର୍ଚ୍ଚା ରେ ରହୁଛନ୍ତି । ଏଥିରେ ଶିବା ଙ୍କୁ ୩ ଲକ୍ଷ ୧୧ ହଜାର ରୁ ଅଧିକ ଲୋକ ଫଲୋ କରିଛନ୍ତି । ଶିବା ଅଭିନୟ ରେ ଯେତିକି ମାହୀର ଦେଖିବାକୁ ମଧ୍ୟ ସେତିକି ସୁନ୍ଦର ଓ ଷ୍ଟାଇଲିସ ।

ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜର ଫ୍ୟାନ ମାନଙ୍କ ସହିତ ଯୋଡି ହୋଇ ରହୁଛନ୍ତି । ଶିବା ଓ ଆକାଶଦୀପ ବର୍ତ୍ତମାନ ଦୁଇଟି ସନ୍ତାନ ହୃଦୟ ଓ ଭବିଷ୍ୟ ଙ୍କ ର ମାତା ପିତା ଅଟନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *