କରୋନା ଭଲ ହେବା ପରେ ଭ୍ୟାକ୍ସିନ କେବେ ଲଗାଇବା ଉଚିତ, ନିଶ୍ଚୟ ଜାଣି ରଖନ୍ତୁ- Dr. B. K. Mishra

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ ଏହି କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ।

ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ପିନ୍ଧନ୍ତୁ ଏବଂ ଖାଦ୍ୟ ଖାଇବା ପୂର୍ବରୁ ହାତ କୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ତେବେ ଏହି ମହାମାରୀ ରୁ ବଞ୍ଚିବା ପାଇଁ ସରକାର ଭ୍ୟାକ୍ସିନ ର ବ୍ୟବସ୍ଥା ମଧ୍ୟ କରିଛନ୍ତି ପ୍ରଥମ ପର୍ଯ୍ୟାୟ ଦ୍ଵିତୀୟ ପର୍ଯ୍ୟନ୍ତ ର ଅତିକ୍ରମ ରେ ଏହି ଭ୍ୟାକ୍ସିନ ଦିଆ ଯାଉଛି । ତେବେ ଯଦି କରୋନା ଭଲ ହୋଇ ଯାଏ ତେବେ କେତେ ଦିନ ପରେ ଭ୍ୟାକ୍ସିନ ନେବା ଉଚିତ ଏବଂ ଭ୍ୟାକ୍ସିନ ନେବା ଦରକାର କିମ୍ବା ନାହିଁ ଆଦି ବିଷୟରେ ଆଲୋଚନା କରି ନେବା ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

ଦେଶ ରେ କରୋନା ମହାମାରୀ ରେ ଦିନ କୁ ଦିନ ରୋଗୀ ଙ୍କ ସଂଖ୍ୟା ବଢିବାରେ ଲାଗୁଛି ତେଣୁ ଯେତେ ଶୀଘ୍ର ଆମେ ଲୋକ ମାନଂକୁ ଭ୍ୟାକ୍ସିନ ଦେବା ସେତେ ଶୀଘ୍ର ଏହା ଆମ ନିୟନ୍ତ୍ରଣ ରେ ଆସିଯିବ । କାରଣ ଥରେ ଯଦି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ତେବେ ଆମେ ଏହି ସଂକ୍ରମଣ ସହିତ ଲଢେ଼ଇ କରି ପାରିବା । ତେଣୁ ସବୁ ବ୍ୟକ୍ତି ଙ୍କୁ ଭ୍ୟାକ୍ସିନ ନେବା ଏବଂ ଦେବା ଆବଶ୍ୟକ ।

ଏହା ଛଡା ଯଦି ଆପଣ କରୋନା ସଂକ୍ରମଣ ରୁ ସୁସ୍ଥ ହୋଇ ଯାଇଛନ୍ତି ତେବେ ମଧ୍ୟ ଆପଣ ଙ୍କୁ ଭ୍ୟାକ୍ସିନ ଲଗାଇବା ଆବଶ୍ୟକ ଅଟେ । ଏହା ୮୦ ପ୍ରତିଶତ ଆମ ଶରୀର ରେ ରୋଗ କିମ୍ବା ଏହି ସଂକ୍ରମଣ ରୁ ରକ୍ଷା କରିଥାଏ । ଆପଣ ଯଦି ଏହି ସଂକ୍ରମଣ ରୁ ଭଲ ହୋଇ ଯାଇଛନ୍ତି ଏବଂ ଆପଣ ଙ୍କ ରିପୋର୍ଟ ଯଦି ନେଗେଟିଭ ଆସେ ତେବେ ଆପଣ ତୁରନ୍ତ ଭ୍ୟାକ୍ସିନ ଲଗାଇବେ ନାହିଁ ଏହା ଉଚିତ ନୁହେଁ ଆପଣ କିଛି ସପ୍ତାହ କିମ୍ବା କିଛି ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବେ ଏବଂ ତାପରେ ଲଗାଇବେ ।

କାରଣ ଆପଣ ଯେତେବେଳେ କରୋନା ରୁ ଭଲ ହୋଇ ଯାଇଥାନ୍ତି ସେତେବେଳେ ଆପଣ ଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇ ଯାଇଥାଏ ଯାହା ରୋଗ ସହିତ ଲଢେଇ କରିବା ପାଇଁ ପ୍ରସ୍ତୁତ ଥାଏ । ଏବଂ ଏହା ପ୍ରାକୃତିକ ପର୍ଯ୍ୟାୟରେ ହୋଇଥାଏ ତେଣୁ ଏହାର ଶକ୍ତି ବହୁତ ଅଧିକ ଥାଏ ।

ତେଣୁ ଭାଇରସ କିମ୍ବା ଅନ୍ୟ ରୋଗ ସହିତ ଲଢେଇ କରିବାରେ ସାହାଯ୍ୟ କରିଥାଏ । ତେଣୁ ଆପଣ କରୋନା ସଂକ୍ରମଣ ରୁ ଭଲ ହେବା ପରେ ଆପଣ କିଛି ସମୟ ଅପେକ୍ଷା କରନ୍ତୁ ଏବଂ ତାପରେ ଡାକ୍ତର ଙ୍କ ଅନୁସାରେ ଭ୍ୟାକ୍ସିନ ଲଗାନ୍ତୁ । ଏହା ସହିତ ପ୍ରୋଟିନ ଯୁକ୍ତ ଖାଦ୍ୟ କୁ ସେବନ କରନ୍ତୁ ଏବଂ ଯୋଗ ପ୍ରାଣାୟମ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *