ସୁଶାନ୍ତ ସିଂହ ରାଜପୁତଙ୍କ ଫାମିଲି କରିଛନ୍ତି ଏକ ବଡ ରାଜ ର ପର୍ଦାଫାସ, କହିଛନ୍ତି ଆମକୁ ସବୁଠୁ ଅଧିକ ସନ୍ଦେହ ତାଙ୍କ ସାଙ୍ଗ ଉପରେ…

ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ବହୁତ ବଡ ବଡ ଖୁଲସା ସାମ୍ନାକୁ ଆସିଛି । ସେହି ପରି ଏକ ଖୁଲସା ବର୍ତ୍ତମାନ ସାମ୍ନାକୁ ଆସିଛି ସୁଶାନ୍ତଙ୍କ ଫ୍ୟାମିଲି ଫ୍ରେଣ୍ଡ ପୋଲିସ ଷ୍ଟେସନକୁ ଏକ ଲେଟର ଲେଖିଛନ୍ତି । ସୁଶାନ୍ତଙ୍କ ଏକ ଖାସ ସାଙ୍ଗ ଉପରେ ସନ୍ଦେହ କରି ଏହି ଲେଟରଟି ପୋଲିସକୁ ଦିଆଯାଇଛି । ସେହି ଲେଟରରେ ପୋଲିସ ପୁଣି ଥରେ ପଚରା ଉଚରା କରିବା ପାଇଁ ସୁଶାନ୍ତଙ୍କ ଫ୍ୟାମିଲି ଫ୍ରେଣ୍ଡ ଦରଖାସ୍ତ କରିଛନ୍ତି । ତାଙ୍କ ନାମ ହେଉଛି ନୀଲୋଧ ପାଲ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।


ନୀଲୋଧ ପାଲ ସୁଶାନ୍ତଙ୍କ ଖାସ ସାଙ୍ଗ ସନ୍ଦିପ ସିଂହଙ୍କ ଉପରେ ସନ୍ଦେହ କରି ପୋଲିସକୁ ସନ୍ଦିପଙ୍କ ବିରୁଦ୍ଧରେ ଲେଟର ଲେଖିଛନ୍ତି । ଏହାର କାରଣ ହେଉଛି ସୁଶାନ୍ତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଅର୍ଜିନାଲ ଇନଷ୍ଟାଗ୍ରାମରେ ୪ ଜଣ ଅନଫଲୋ ହେବା ସହ ସୁଶାନ୍ତ ଏକ ଲାଷ୍ଟ ପିକ ଅପ୍ଲୋଡ କରିଥିଲେ, ସେହି ଫଟୋରେ ଦିଆ ଯାଇଥିବା କମେଣ୍ଟ ଅଟୋମେଟିକ ଡିଲିଟ ହେଇଯାଉଛି । ନୀଲୋଧ ସନ୍ଦିପଙ୍କ ଉପରେ ସନ୍ଦେହ କରିଛନ୍ତି ।

 

ସୁଶାନ୍ତ ସଂଘର୍ଷ କରୁଥିବା ସମୟରେ ସନ୍ଦିପ ତାଙ୍କ ସହ ମିଶି ରହିଥିଲେ । ଏହାପରେ ସନ୍ଦିପ ସଞ୍ଜୟ ଲୀଲା ଭଂଶାଲିଙ୍କୁ ପ୍ରଡ୍ୟୁସର ହିସାବରେ ଜଏନ କରିଥିଲେ । ଏହାପରେ ସୁଶାନ୍ତ ସିଂହ ରାଜପୁତ ହୋଇଥିଲେ ବଲିଉଡର ସୁପର ଷ୍ଟାର । ସେତେବେଳ ସମୟରେ ମଧ୍ୟ ଏମାନଙ୍କ ମଧ୍ୟରେ ବହୁତ ଗଭୀର ସମ୍ପର୍କ ଥିଲା । ସନ୍ଦିପଙ୍କ ସହ ସୁଶାନ୍ତ ଏକ ଫିଲ୍ମ ମଧ୍ୟ କରିବାର ଥିଲା । ସେହି ଫିଲ୍ମଟି ହେଉଛି ‘ବନ୍ଦେ ଭାରତମ’ ।


କିଛି ଦିନ ପୂର୍ବରୁ ସନ୍ଦିପ ସୁଶାନ୍ତଙ୍କ ଏକ ଫଟୋରେ କମେଣ୍ଟରେ କହିଥିଲେ, ଅଙ୍କିତା ହିଁ ସୁଶାନ୍ତଙ୍କ ସାଙ୍ଗ, ପତ୍ନୀ ଓ ସବୁକିଛି । ହେଲେ ସୁଶାନ୍ତଙ୍କ ମୃତ୍ୟୁ ପରେ ସନ୍ଦିପ ସିଂହ ମିଡିଆ ସାମ୍ନାରେ କିଛି କଥା କହିଛନ୍ତି । ସନ୍ଦିପଙ୍କ ମତରେ ସୁଶାନ୍ତ ନେପୋଟିଜ୍ମ ପାଇଁ ଆତ୍ମହତ୍ୟା କରିନାହାନ୍ତି । ସନ୍ଦିପ ଏହି ମାମଲାକୁ ଥଣ୍ଡା କରିବାକୁ ଚାହୁଞ୍ଚନ୍ତି । ନୀଲୋଧଙ୍କ ମତରେ ସନ୍ଦିପଙ୍କ ଉପରେ ବଲିଉଡ ଇଣ୍ଡଷ୍ଟ୍ରିର କୌଣସି ଏକ ପାୱାରଫୁଲ ବ୍ୟକ୍ତି ତାଙ୍କ ଉପରେ ଏହି କେସ ଥଣ୍ଡା କରିବା ପାଇଁ ଚାପ ଦେଉଛି ।

ଯାହା ଫଳରେ ସନ୍ଦିପ ମିଡିଆ ସାମ୍ନାରେ ଏହି ସବୁ କଥା କହି କେସକୁ ଥଣ୍ଡା କରୁଛନ୍ତି । ସେଥିପାଇଁ ନୀଲୋଧ ଚାହୁଞ୍ଚନ୍ତି ପୁଣି ଥରେ ସନ୍ଦିପଙ୍କୁ ପଚରା ଉଚରା ହେଉ ଓ ତାଙ୍କ ଫୋନ କଲ୍ସ ଚେକ ହେଉ । ଏହି କେସରେ ସନ୍ଦିପଙ୍କର ବହୁତ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ନୀଲୋଧ ତାଙ୍କ ଉପରେ ସନ୍ଦେହ କରିଛନ୍ତି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *