ସୁଶାନ୍ତ ଏକ ଏମିତି କଳାକାର ଥିଲେ ଯିଏ ବହୁତ କମ ସମୟରେ ବହୁତ ଲୋକପ୍ରିୟ ହୋଇଥିଲେ । ଟିଭି ଜଗତରୁ କ୍ଯାରିୟର ଆରମ୍ଭ କରି ବଲିଉଡରେ ରାଜ କଲେ କିନ୍ତୁ ତାଙ୍କର ଏହି ସଫଳତା ଅଧିକ ଦିନ ରହିଲା ନାହିଁ, ସେ ହଠାତ ୧୪ ଏପ୍ରିଲ ଦିନ ଦୁନିଆରୁ ଚାଲିଗଲେ । କିନ୍ତୁ ସେ ଯିବା ପରେ ବଲିଉଡରେ ବହୁତ ପ୍ରଶ୍ନବାଚୀ ସୃଷ୍ଟି କରି ଦେଇଗଲେ । କେହି ମଧ୍ୟ ମାଣିବାକୁ ପ୍ରସ୍ତୁତ ନୁହଁନ୍ତି କି ଏହା ଏକ ଆତ୍ମହତ୍ୟା ବୋଲି ।
ସମସ୍ତଙ୍କର କହିବା ଅଟେ ଏକା ଏକ ମର୍ଡର । ସୁଶାନ୍ତ ସିଂହ ରାଜପୁତ ଏକ ଭଲ କଳାକାର ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ମିଡିଆ ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ କେସକୁ ନେଇ ଏକ ମହା ଖୁଲାସା ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ସୁଶାନ୍ତଙ୍କ କେସକୁ ନେଇ ଯାହା ବି ହୋଇଛି ତାହା ସକାଳ ୧୧ ଟାରେ ହୋଇଛି, ହେଲେ ସୁଶାନ୍ତଙ୍କ ୱିକିପିଡିଆରେ ଏହି ଖବର ୮.୫୯ରେ ଛପା ହୋଇଯାଇଥିଲା । ସମସ୍ତେ ଏହି ଖବର ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି, କାରଣ ଯଦି ଜଣେ ମଣିଷ ୧୧ ଟାରେ ଆତ୍ମହତ୍ୟା କରିଛି, ତାହେଲେ ତାର ଆତ୍ମହତ୍ୟାର ଘୋଷଣା ୮.୫୯ରେ କେମିତି ହେଉଛି ।
ଏହାର ଅର୍ଥ ହେଉଛି ସୁଶାନ୍ତ ଆତ୍ମହତ୍ୟା କରିବାର ଖବର ଅନ୍ୟ କେତେଜଣ ମଧ୍ୟ ଜାଣିଥିଲେ । ବମ୍ବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ୧୪ ତାରିଖ ସକାଳ ସମୟରେ ସୁଶାନ୍ତ ଉଠି ନିଜ ଘର ବାଲା ମାନଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ତାଙ୍କ ଚାକର ତାଙ୍କ ପାଇଁ ଡାଳିମ୍ବ ର ଜୁସ ଆଣିଥିଲା । ସୁଶାନ୍ତ ସକାଳ ୯.୩୦ରେ ଡାଳିମ୍ବ ର ଜୁସ ପିଇ ଥିଲେ । ଜୁସ ପିଇବା ପରେ ସୁଶାନ୍ତ ୧୦ ଟାରେ ନିଜ ରୁମକୁ ଚାଲି ଯାଇଥିଲେ ।
ଏହା ପରେ ଯାହାହେଲା ୧୧ ଟା ପରେ ହୋଇଥିଲା । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି । ପ୍ରତ୍ୟକ ଦେଶରେ ୱିକିପିଡିଆର ପେଜ ଅଲଗା ଅଲଗା ରହିଥାଏ । ୱିକିପିଡିଆରେ ଯେ କୌଣସି ଲୋକ ଅନ୍ୟ ଲୋକମାନଙ୍କ ପେଜକୁ ଯାଇ ଏଡିଟ କରିପାରିବେ ।
ପୋଲିସକୁ ମଧ୍ୟ ଏହି ୱିକିପିଡିଆ ପେଜ ବିଷୟରେ ଜଣା ପଡିସାରିଛି । ସେଥିପାଇଁ ପୋଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି । ସର୍ବ ପ୍ରଥମେ ଏହି ଆଇପି ପେଜର ଅନୁସନ୍ଧାନ ଚାଲିଛି, ଯାହା ସୁଶାନ୍ତଙ୍କ ୱିକିପିଡିଆରେ ନଜର ଆସୁଛି । ସନ୍ଦେହର ଘେରରେ ସୁଶାନ୍ତଙ୍କ ସମ୍ପର୍କୀୟ ଓ ସାଙ୍ଗ ମାନଙ୍କୁ ରଖାଯାଇଛି । କାରଣ ସୁଶାନ୍ତଙ୍କ ଆତ୍ମହତ୍ୟା କରିବାର ଖବର ସୁଶାନ୍ତଙ୍କ ସହ ଅଧିକ କ୍ଳୋଜ ରହିଥିବା ଲୋକ ଜାଣିବାର ସମ୍ଭାବନା ଅଛି । ତେଣୁ ବହୁତ ଶୀଘ୍ର ପୋଲିସ ଏହାର ପରଦାଫାସ କରିବାକୁ ଯାଉଛି ।
ଏହା ବିଷୟରେ ଆପଣଙ୍କ ମତାମତ କଣ ଆମକୁ ଜଣାନ୍ତୁ ଓ ଏ ବିଷୟରେ ଅଧିକ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।