Sangeeta Singh Deo ଓ Aparajita Sarangi ଙ୍କୁ ମୋଦୀଙ୍କ କ୍ଯାବିନେଟ ରେ ସ୍ଥାନ ନ ମିଳିବାରୁ ରାଗିଗଲେ Sura Routray, କହିଲେ କିଛି ଏମତି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ରାଜନୀତି ଖେଳ ସମ୍ପର୍କରେ ନିଶ୍ଚିତ ଜାଣିଥିବେ । ଶାସକ ଦଳ ଏବଂ ବିରୋଧୀ ଦଳ ଙ୍କ ଭିତରେ ସବୁବେଳେ କୌଣସି ନା କୌଣସି କଥା କୁ ନେଇ ମତାନ୍ତର ହୋଇ ଥାଏ ।

କେହି କାହା ଉପରେ ଆରୋପ ଲଗାଇବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ଆପଣ କଂଗ୍ରେସ ଦଳ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ବଦା ସମସ୍ତ ଙ୍କ ଉପରେ କିଛି ନା କିଛି ନିଜର ମନ୍ତବ୍ୟ ଦେଇଥାନ୍ତି । ସେ ନିଜର ଡାଇଲଗ ପାଇଁ ବହୁତ ଲୋକପ୍ରିୟ ମଧ୍ୟ ।

ତେବେ ସେ ମିଡ଼ିଆ ରେ ଇଣ୍ଟରଭିଉ ରେ କହୁଥିବା କଥା ପାଇଁ କିମ୍ବା ମନ୍ତବ୍ୟ କିମ୍ବା କାହାକୁ ସମାଲୋଚନା କରିବା ପାଇଁ ସର୍ଵଦା ଚର୍ଚ୍ଚା ରେ ରହିଥାନ୍ତି । ତେବେ ତାଙ୍କୁ ଏକ ଇଣ୍ଟରଭିଉ ରେ ସେ ଅପରାଜିତା ଷଡ଼ଙ୍ଗୀ ଏବଂ ସଙ୍ଗୀତ ସିଂଦେଓ ଙ୍କ ବିଷୟରେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ସଂଗୀତା ସିଂଦେଓ ବିଜେପି ଦଳର ଜଣେ ସଦସ୍ୟ ସେ ପାର୍ଲାମେଂଟ ଏବଂ ଲୋକସଭାର ମଧ୍ୟ ସଦସ୍ୟ । ସେ ଟିତୁଲାର ମହାରାଜାଙ୍କ ଧର୍ମ ପତ୍ନୀ ଏବଂ ଅପରାଜିତା ଷଡ଼ଙ୍ଗୀ ସେ ମଧ୍ୟ ଭାରତୀୟ ଜନତା ଦଳର ଜଣେ ସଦସ୍ୟ । ସେ ମଧ୍ୟ ଲୋକସଭା ର ସଦସ୍ୟ । ସେ ଭୁବନେଶ୍ୱର ରେ ବାସ କରନ୍ତି କିନ୍ତୁ ତାଙ୍କ ଜନ୍ମ ବିହାର ରେ ।

ତେବେ ସେ ଅନେକ ପୁରସ୍କାର ଏବଂ ସମ୍ମାନ ଉପଲବ୍ଧ କରିଛନ୍ତି । ତେବେ ସୁର ରାଉତରାୟ ଏହି ଦୁଇ ନାରୀ ନେତ୍ରୀ ଙ୍କୁ ବହୁତ ପ୍ରଶଂସା କରିବା ସହ ଏମାନଙ୍କୁ ଷ୍ଟ୍ରଙ୍ଗ ଲେଡି ବୋଲି ମଧ୍ୟ କହିଛନ୍ତି ଏବଂ ଏମାନେ ହିଁ ବହୁତ ଭଲ କାମ କରିବେ ଏବଂ ଦେଶକୁ ସୁଧାରି ପାରିବେ ବୋଲି କହିଛନ୍ତି ।

ତେଣୁ ଆକୁ ତାକୁ ଯିଏ ମୂର୍ଖ ଏବଂ କୌଣସି ଜ୍ଞାନ ରଖୁ ନାହିଁ ତାକୁ ଭୋଟ ନ ଦେଇ ଯିଏ ଉଚ୍ଚ ଶିକ୍ଷିତ ଏବଂ ଯିଏ ଦେଶ ଏବଂ ରାଜ୍ୟ ପାଇଁ ଭଲ କାମ କରିବ ତାକୁ ଭୋଟ ଦିଅନ୍ତୁ ବୋଲି ସୁର ରାଉତ ନିଜର ମନ୍ତବ୍ୟ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *