‘ଟୋକା ବେଳୁ ମୁଁ ବିନ୍ଦାସ…’ ଆଜି Sura ଭାଇଙ୍କ ଜନ୍ମ ଦିନ, ଦେଖନ୍ତୁ ଏ ନେଇ କଣ କହିଲେ ସୁର ଭାଇ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ତେବେ ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ସେ ବହୁତ ଥର ମିଡ଼ିଆ ରେ ନିଜର ଅସଭ୍ୟ ବ୍ୟବହାର କିମ୍ବା ଗାଳି ଗୁଲଜ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଜଟଣୀ ବିଧାୟକ ତଥା ସୋସିଆଲ ମିଡିଆ ସେନସେସନ୍ ସୁର ରାଉତରାୟଙ୍କ ଆଜି ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ତେବେ ମାଡିଚାଲ…ଓଃ…ବିୟୁଟିଫୁଲ ଶଦ୍ଦ କହିଲେ ସୁରଙ୍କୁ ହିଁ ବୁଝାଏ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉ ଦେଉ ଏମିତି ଡାଇଲଗ କୁହନ୍ତି ଯାହା ସସସ୍ତଙ୍କୁ ଖୁସି କରାଇଥାଏ ।

ପାଣି ମାଡିଗଲା ଭଳି ସୁରଙ୍କ ଡାଇଲଗ ବି ବେଶ୍ ଭାଇରାଲ ହୋଇଥାଏ । ଯେକୌଣସି ଖବର ହେଇଥାଉ ନାଁ କାହିଁକି ସୁର ରାଉତରାୟଙ୍କ ପ୍ରତିକ୍ରିୟା ନ ଆଣିଲେ ଖବରର ମଜା ଆସେନି । ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହି ଅବସରରେ ନିଜ ବାସଭବନରେ କର୍ମୀ ଏବଂ ସମର୍ଥକଙ୍କ ଗ୍ରହଣରେ ଜନ୍ମଦିନ ପାଳିଛନ୍ତି ସୁର ରାଉତରାୟ ।

ବାସଭବନରେ କର୍ମୀ ଏବଂ ସମର୍ଥକମାନେ ପହଁଞ୍ଚି ଫୁଲତୋଡା ଦେଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସୁରଙ୍କ ଜନ୍ମଦିନରେ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ହଜାର ହଜାର ପ୍ରଂଶସକ ଓ କଂଗ୍ରେସ କର୍ମୀ । ନିଜ ବିନ୍ଦାସ ଅନ୍ଦାଜ ଓ କୌତୁକିଆ କଥାବାର୍ତ୍ତା ପାଇଁ ଲୋକ ସୁରଙ୍କୁ ବେଶ ପ୍ରଶଂସା କରନ୍ତି । ତେବେ ୧୯୪୫ ମସିହା ସେପ୍ଟେମ୍ବର ୧୧ରେ ଜନ୍ମଗ୍ରହଣ କରିଥିଲେ ସୁର ।

୧୯୭୭ରେ ପ୍ରଥମ ଥର ପାଇଁ ସେ ଜନତା ଦଳ ଟିକଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ କଂଗ୍ରେସ ଟିକଟରୁ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ସେ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ସରକାରରେ ସେ ମନ୍ତ୍ରୀ ଭାବେ ମଧ୍ୟ କାମ କରିସାରିଛନ୍ତି । ତେବେ ମାଡ଼ି ଚାଲ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରନ୍ତି ସୁର । ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ ।

ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ । ସେ ଭାରି ମନମତାଣିଆ ମଧ୍ୟ । ବୟସାଧିକ୍ୟ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌ । ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯୁବକ ଭଳି ସୁସ୍ଥ ରଖିଛନ୍ତି । ସୁରଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ସେ ପଖାଳ ସାଙ୍ଗକୁ ମାଛ ଭଜା, କଖାରୁ ଫୁଲ ଭଜା, ଚୁନା ମାଛ, ଛତୁ ଭଜା, ଶାଗ ଭଜା, ଭେଣ୍ତି ଭଜା, ବାଇଗଣ ଭରତା ଆଦି ଖାଇବାକୁ ବେଶ୍‌ ଭଲ ପାଆନ୍ତି ।

ସେ ନିଜ ସମର୍ଥକଙ୍କୁ ମଧ୍ୟ ତେଲ ମସଲା ଖାଦ୍ୟ ନଖାଇ ଏହି ଦେଶୀ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ତେବେ ସୁରଙ୍କ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ତାଙ୍କର ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆମେରିକାର ଏକ ବଡ଼ ଫାର୍ମ ଡାଇରେକ୍ଟର ଅଛନ୍ତି । ତାଙ୍କର ସାନପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆର କ୍ୟାପଟେନ ଅଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *