ଜନ୍ମ ଦିନରେ ଦାମଙ୍କୁ ଦେଖି କାନ୍ଦି ପକେଇଲେ ସୁର ଭାଇ, କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ୭୯ ବର୍ଷରେ ପାଦ ଦେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହି ଅବସରରେ ନିଜ ବାସ ଭବନରେ କର୍ମୀ ଓ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିଛନ୍ତି ସୁର ରାଉତରାୟ । ବାସ ଭବନରେ କର୍ମୀ ଓ ସମର୍ଥକ ମାନେ ପହଞ୍ଚି ଫୁଲତୋଡ଼ା ଦେଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ ସମୟରେ ନିଜ ବୟାନଙ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ମାଡ଼ି ଚାଲ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରନ୍ତି ସୁର ।

ତେବେ ନିଜ ବିନ୍ଦାସ ଅନ୍ଦାଜ ଓ କୌତୁକିଆ କଥାବାର୍ତ୍ତା ପାଇଁ ଲୋକେ ସୁରଙ୍କୁ ବେଶ୍ ପ୍ରଶଂସା କରନ୍ତି । ମାଡ଼ି ଚାଲ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରନ୍ତି ସୁର । ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ । ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ । ମନମତାଣିଆ ବି । ବୟସାଧିକ୍ୟ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌ ।

ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯୁବକ ଭଳି ସୁସ୍ଥ ରଖିଛନ୍ତି । ୧୯୪୫ ମସିହା ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ସୁର । ୧୯୭୭ରେ ପ୍ରଥମ ଥର ପାଇଁ ସେ ଜନତା ଦଳ ଟିକଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ କଂଗ୍ରେସ ଟିକଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ନିର୍ବାଚିତ ହୋଇଛନ୍ତି । ତେବେ ସୁର ରାଉତ ଙ୍କ ଜନ୍ମଦିନ ରେ ତାଙ୍କୁ ଭେଟିବା ପାଇଁ ଆସିଥିଲେ ଦାମ ରାଉତରାୟ ।

ତେବେ ଦାମ ବାବୁ କହିଥିଲେ କି ମୁଁ ସବୁବେଳେ କୁହେ କି ଯାହା ପାଟିରେ ବାଡ଼ ବତା ନାହିଁ ସେ ହେଉଛି ସୁର ଭାଇ । ତେବେ ସୁର ଭାଇ ନିଜ ଜନ୍ମଦିନ ରେ ଦାମ ବାବୁଙ୍କୁ ଦେଖି କାନ୍ଦି ପକେଇଲେ ଏବଂ କହିଲେ ସେ ମୋର ବଡ଼ ଭାଇ ଯାହା ବି ରାଜନୀତି ଶିଖିଛି ତାଙ୍କ ଠାରୁ ଶିଖିଛି । କୌଣସି ଦଳ କଥା ନୁହେଁ ଏହା ହେଉଛି ଆମ ସଂପର୍କ ମୁଁ ତାଙ୍କୁ ବହୁତ ସମ୍ମାନ କରେ ଆଉ କରୁଥିବୀ ମଧ୍ୟ ।

ସୁରଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ସେ ପଖାଳ ସାଙ୍ଗକୁ ମାଛ ଭଜା, କଖାରୁ ଫୁଲ ଭଜା, ଚୁନା ମାଛ, ଛତୁ ଭଜା, ଶାଗ ଭଜା, ଭେଣ୍ତି ଭଜା, ବାଇଗଣ ଭରତା ଆଦି ଖାଇବାକୁ ବେଶ୍‌ ଭଲ ପାଆନ୍ତି । ସେ ନିଜ ସମର୍ଥକଙ୍କୁ ମଧ୍ୟ ତେଲ ମସଲା ଖାଦ୍ୟ ନଖାଇ ଏହି ଦେଶୀ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି ।

ତେବେ ସୁରଙ୍କ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ତାଙ୍କର ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଆମେରିକାର ଏକ ବଡ଼ ଫାର୍ମ ଡାଇରେକ୍ଟର ଅଛନ୍ତି । ତାଙ୍କର ସାନପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆର କ୍ୟାପଟେନ ଅଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *