ସୁନ୍ଦରୀ ସାହସୀ ସାଂସଦ ! ଦେଖନ୍ତୁ ପୁତିନଙ୍କୁ ଏମିତି କଣ କହିଲେ ଏହି ସୁନ୍ଦରୀ ସାଂସଦ କି ପୁରା ଦୁନିଆ ଏବେ କରୁଛି ପ୍ରଶଂସା !

ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ କୁହାଯାଉଛି କି ୟୁକ୍ରେନର ଯବାନମାନେ ଋଷର ଯବାନଙ୍କୁ କଡା ଟକ୍କର ଦେଉଛନ୍ତି । କେବଳ ୟୁକ୍ରେନର ସେନା ନୁହେଁ ଦେଶର ରାଷ୍ଟ୍ରପତି ଓ ଦେଶର ବୁଢା ଠାରୁ ଆରମ୍ଭ କରି ଯୁବକ ଏବଂ ମହିଳାମାନେ ବି ଋଷ ସହ ଯୁଦ୍ଧ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି । ଦେଶକୁ ବଞ୍ଚାଇବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି । ଏହା ମଧ୍ୟରେ ୟୁକ୍ରେନର ଜଣେ ମହିଳା ସାଂସଦ ହାତରେ ଅସ୍ତ୍ର ଉଠାଇ ନେଇଛନ୍ତି ।

କହିବାକୁ ଗଲେ ଦେଶରେ ଯେଉଁ ପରିସ୍ଥିତି ନଜର ଆସୁଛି ଓ ଲୋକମାନଙ୍କ ଦୁଃଖକୁ ସେ ସହି ପାରୁ ନାହାନ୍ତି । ଋଷର ସୈନିକମାନଙ୍କ ମୁଣ୍ଡ ଗଡାଇ ଦେବା ପାଇଁ ସେ ଚାହୁଁଛନ୍ତି । ପୁଟିନଙ୍କୁ ଶାସ୍ତି ଦେବା ପାଇଁ ସେ ବନ୍ଧୁକ ଉଠାଇ ନେଇଛନ୍ତି । ୟୁକ୍ରେନର ମହିଳା ସାଂସଦ kira rudik ବନ୍ଧୁକ ଧରିଥିବା ନିଜର ଏକ ଫଟୋକୁ ସେ ଟ୍ବିଟରରେ ଶେୟାର କରିଛନ୍ତି ।

ତାଙ୍କର ଏହି ଫଟୋ ବର୍ତ୍ତମାନ ପୁରା ବିଶ୍ଵରେ ଭାଇରାଲ ହେବାରେ ଲାଗିଛି । ସେ ଲେଖିଛନ୍ତି କି ଋଷ ପାଇଁ ସେ ବର୍ତ୍ତମାନ ବନ୍ଧୁକ ଚଳାଇବା ଶିଖୁଛନ୍ତି । ଋଷର ଆକ୍ରମଣ ଯୋଗୁ ବର୍ତ୍ତମାନ ସମସ୍ତ ୟୁକ୍ରେନ ଜନତାଙ୍କ ପାଇଁ ବନ୍ଧୁକ ଉଠାଇବା ଜରୁରୀ ହୋଇ ପଡିଛି । କହିବାକୁ ଗଲେ ବନ୍ଧୁକ ଚଳାଇବା ଶିଖିବା ତାଙ୍କ ପାଇଁ ସ୍ଵପ୍ନ ଥିଲା । କିଛି ଦିନ ପୂର୍ବେ ସେ ବନ୍ଧୁକ ଉଠାଇବା ବିଷୟରେ ଚିନ୍ତା ବି କରି ନ ଥିଲେ ।

କିନ୍ତୁ ବର୍ତ୍ତମାନ ୟୁକ୍ରେନର ମହିଳାମାନେ ପୁରୁଷଙ୍କ ଭଳି ନିଜର ଦେଶକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା ନେଇଛନ୍ତି । ଇଣ୍ଟର୍ନେଟରେ ତାଙ୍କର ଫଟୋ ଭାଇରାଲ ହେବା ପରେ kira rudik ଏକ ସାକ୍ଷାତକାରରେ କହିଛନ୍ତି କି ମୁଁ କେବେ ବି ଚିନ୍ତା କରି ନ ଥିଲି କି ମୋତେ ଦିନେ ଅସ୍ତ୍ର ଉଠାଇବାକୁ ପଡିବ । ଆମେ ଓ ଋଷ ସେନା ଅସ୍ତ୍ର ଶସ୍ତ୍ର ଉଠାଇବା ଭିତରେ ବହୁତ ପାର୍ଥକ୍ୟ ଅଛି । ଅନ୍ୟ ଦେଶକୁ ଅଧିକାର କରିବାକୁ କିମ୍ବା ରାଜତ୍ଵ ଜାହିର କରିବା ପାଇଁ ୟୁକ୍ରେନ କେବେ ବି ହଥୀୟାର ଉଠାଇ ନାହିଁ ।

ଦେଶର ସୁରକ୍ଷା ଓ ମାନ ରଖିବା ପାଇଁ ବାଧ୍ୟ ହୋଇ ଆମେ ଯୁଦ୍ଧ କ୍ଷେତ୍ରକୁ ଯାଉଛୁ । ଯୁଦ୍ଧ ଆରମ୍ଭ ନ ହୋଇ ଥିଲେ ଏହିଭଳି କରିବାକୁ ପଡି ନ ଥାନ୍ତା । kira rudik ଆଗକୁ କହିଲେ ସକାଳ ୫ ଟା ସମୟରେ ଉଠିବା ସମୟରେ ଘନ ଘନ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳୁଥିଲା । ଉଠିବା ପୂର୍ବରୁ ହିଁ ପୁଟିନ ଯୁଦ୍ଧର ଘୋଷଣା କରିସାରିଥିଲେ ।

Leave a Reply

Your email address will not be published. Required fields are marked *