ଏହି ସୁନ୍ଦର ଝିଅକୁ ବିବାହ କଲେ ଯୌତୁକରେ ମିଳିବ ୧୦୦୦ କୋଟି ଟଙ୍କା, ତଥାପି ବିବାହ କରିବାକୁ ଡରୁଛନ୍ତି ପୁଅମାନେ, ଜାଣନ୍ତୁ କାହିଁକି

ସବୁ ମା- ବାପା ନିଜ ପିଲାଙ୍କ ବିବାହ ପାଇଁ କେତେ ସ୍ଵପ୍ନ ଦେଖିଥାନ୍ତି । କେହି ବିବାହ ବଡ଼ ଧୁମଧାମରେ କରିବା ପାଇଁ ଭାବିଥାନ୍ତି , ତ ଆଉ କେହି ବିବାହରେ ଏମିତି ଗିଫ୍ଟ ଦେଇଥାନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥାନ୍ତି । ସେଇଠି ଯଦି କଥା ହେବା ଝିଅର ବିବାହ ବିଷୟରେ ତେବେ ଏହି ଇଛା ଆହୁରି ଦୁଇଗୁଣା ବଢ଼ି ଯାଇଥାଏ । ଏମିତି ହିଁ ଇଛା ହଙ୍ଗକଙ୍ଗର ଜଣେ ଅରବପତି ପିତାର ଅଟେ ,କିନ୍ତୁ ତାଙ୍କ ଝିଅର ବିବାହର ସ୍ବପ୍ନ ପୂରଣ ହୋଇ ପାରୁନି ।

ହଙ୍ଗକଙ୍ଗରେ ଜଣେ ପିତା ନିଜ ଝିଅ ପାଇଁ ଗୋଟେ ବର ଖୋଜୁଛନ୍ତି , ଏହି ଅରବପତି ପିତାର ଝିଅ ଦେଖିବାକୁ ଅପୂର୍ବ ସୁନ୍ଦରୀ , କିନ୍ତୁ ଏତେ ଅପୂର୍ବ ସୁନ୍ଦରୀ ହେବା ସତ୍ଵେ ବର ମିଳୁନାହାନ୍ତି ,ବାପା ପ୍ରସ୍ତାବ ଦେଇଛନ୍ତି ତାଙ୍କ ଝିଅକୁ ଯିଏ ବିବାହ କରିବେ ତାଙ୍କୁ କୋଟିଏ ଟଙ୍କା ଦେବେ ,ହଙ୍ଗକଙ୍ଗରେ କେତେକ ଜାହାଜର ମାଲିକ ପ୍ରପର୍ଟି ଦେଭଲପର ସୋସିଲ ଚାଓ ଜି ସୁଙ୍ଗ ନିଜ ଝିଅ ସହିତ ବିବାହ କରିବା ଲୋକକୁ କମ ସେ କମ 1000 କୋଟି ଟଙ୍କା ଯୌତୁକରେ ଦେବେ ବୋଲି ପ୍ରସ୍ତାବ ରଖିଛନ୍ତି ।

ଏହାପରେ ମଧ୍ୟ ତାଙ୍କ ଝିଅକୁ କେହି ବିବାହ କରିବାକୁ ଆଗକୁ ଆସୁ ନାହାନ୍ତି , କାହିଁକି ନା ସୋସିଲ ଚାଓଙ୍କ ଝିଅ ଜିନି ଚାଓ ଜଣେ ସମଲିଙ୍ଗି ଅଟନ୍ତି । ଏହା ଦ୍ଵିତୀୟ ଥର ଯେତେବେଳେ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । 4 ବର୍ଷ ପୂର୍ବରୁ ସେ ନିଜର ବିବାହ କଥାକୁ ନେଇ ଚର୍ଚ୍ଚାରେ ରହି ସାରିଛନ୍ତି । ଚିନରେ ଅରବପତି ବିଜନେସ ମ୍ୟାନ ସୋସିଲ ଚାଓ 4 ବର୍ଷ ପୂର୍ବେ ନିଜ ଝିଅ ସହିତ ବିବାହ କରିବାକୁ ନେଇ କଥା ହେଇଥିଲେ ଓ କେତେକ ପୁଅଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ କିନ୍ତୁ ଝିଅ ସବୁ ପୁଅକୁ ରିଜେକ୍ଟ୍ କରିଦେଇ ଥିଲେ ।

ଚିନ୍ତାରେ ପିତା ଯେବେ ଏହାର କାରଣ ତାଙ୍କ ଝିଅକୁ ପଚାରିଲେ ଓ ଏହା ପଚାରିଲେ କି ତାକୁ କେଉଁଭଳି ପୁଅ ଦରକାର , ତେବେ ଝିଅର ଉତ୍ତର ଶୂଣି ତାଙ୍କର ଚିନ୍ତା ଆହୁରି ବଢ଼ିଗଲା , ଝିଅ କହିଲାକି ତାଙ୍କୁ ପୁଅ ନୁହେଁ ଝିଅମାନେ ପସନ୍ଦ ଓ 6 ବର୍ଷ ହେଲାଣି ସେ ଜଣେ ଝିଅ ସହିତ ରିଲେସନସିପରେ ରହିଛନ୍ତି । ଏହା ଶୁଣି ପିତାଙ୍କର ହୋସ ଉଡିଯାଇଥିଲା ଓ ସେ ତୁରନ୍ତ ଘୋଷଣା କରିଦେଲେ କି ଯିଏ ତାଙ୍କ ଝିଅ ସହିତ ବିବାହ କରିବେ ତାଙ୍କୁ 400 କୋଟି ଟଙ୍କା ଦିଆଯିବ ।

କିଛି ପୁଅତ ସତ ଜାଣି ପଳାଇ ଥିଲେ ଓ କିଛି ପୁଅ ଆସିବା ପରେ ଝିଅ ସେମାନଙ୍କୁ ରିଜେକ୍ଟ କରିଦେଇଥିଲା , ଏବେ ବାପାକୁ ପୁଣିଥରେ ନିଜ ଝିଅର ବିବାହର ଚିନ୍ତା ଲାଗିରହିଛି ଓ ସେ ଏଥର ଟଙ୍କାର ପରିମାଣ ବଢାଇ 1000 କୋଟି ଟଙ୍କା କରି ଦେଇଛନ୍ତି । ଏହିପରି ଦେଶ ଦୁନିଆର ଅପଡେଟ ପାଇବା ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *