ବାତ୍ୟା ASANI ରେ ଭାସି ଆସିଲା ସୁନାରଥ, ଦେଖିବାକୁ ସୁନା ପଲ୍ଲୀରେ ଲାଗିଛି ପ୍ରବଳ ଭିଡ଼, ଏ ନେଇ କଣ କହୁଛନ୍ତି ସ୍ଥାନୀୟ ବାସିନ୍ଦା, ଦେଖନ୍ତୁ ଏହି Video 

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ବାତ୍ୟା ଅସାନି ଯଦିଓ ଓଡିଶାରେ କୌଣସି ପ୍ରଭାବ ପକେଇ ନାହିଁ କିନ୍ତୁ ଯାହା ପାଣିପାଗ ବିଭାଗର ସୂଚନା ରହିଛି ଆନ୍ଧ୍ରର ସିକାକୁଲମ ଜିଲ୍ଲା ଓ ଅନ୍ୟାନ୍ୟ ଜିଲ୍ଲା ଉପରେ ଏହା ପ୍ରଭାବ ପକାଇଛି । ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ରହିଛି ଆଉ ଘୁ ଘୁ କରି ଗର୍ଜନ କରୁଛି । ସମୁଦ୍ର ମଧ୍ୟରେ ଲହଡି ମଧ୍ୟ ଅତି ଉଚ୍ଚରେ ଆସୁଛି ।

ସିକାକୁଲମ ଜିଲ୍ଲାର ସୁନାପଲ୍ଲୀ ଗାଁରେ ଗତ କାଲି ଏକ ରଥ ଭାସି ଭାସି ସମୁଦ୍ରରୁ ଆସି କୂଳରେ ଲାଗିଛି । ଏହାକୁ ଦେଖିବା ପାଇଁ ସିକାକୁଲମ ଜିଲ୍ଲାର ଭରପୁର ଲୋକଙ୍କ ଭିଡ ଜମିଛି । ବନ୍ଧୁଗଣ ଏହି ରଥର ରଙ୍ଗ ସୁନା ପରି । ଏହି ରଥରେ ଏକ ଅଲଗା ଭାଷାରେ କିଛି ଲେଖା ହୋଇଛି ଯେଉଁଥି ପାଇଁ ଲୋକଙ୍କ ମନରେ ଏକ ରୋଚକ ଭାବ ସୃଷ୍ଟି ହୋଇଛି । ବନ୍ଧୁଗଣ ସ୍ଥାନୀୟ ବାସିନ୍ଧାଙ୍କ ମତରେ, ଗତ କାଲି ଏହି ରଥଟି ସମୁଦ୍ର ମଧ୍ୟରେ ଭାସି ଭାସି ଆଉଥିଲା ।

ସେହି ସ୍ଥାନରେ ଥିବା କିଛି ଲୋକ ରଥଟିକୁ ଦେଖିଥିଲେ । ଏହା ପରେ ସେହି ଲୋକ ମାନେ ଅନ୍ୟ ଲୋକ ମାନଙ୍କୁ ଡାକି ସମୁଦ୍ର ଭିତରକୁ ଯାଇଥିଲେ ଓ ରଥଟିକୁ ଆଣିଥିଲେ । ସ୍ଥାନୀୟ ଲୋକ ମାନେ ଦଉଡି ମାଧ୍ୟମରେ ରଥକୁ ଟାଣି କୁଳକୁ ଆଣିଥିଲେ । ବନ୍ଧୁଗଣ ଏହି ରଥରେ କିଛି ଅଲଗା ଭାଷାରେ ଲେଖା ହୋଇଛି । ଆଉ ଗାଁ ଲୋକ ମାନେ ଭାବୁ ଛନ୍ତି ଏହି ରଥଟି ଅଲଗା ଦେଶର ହୋଇଥିବ ।

ରଥଟି ସଂପୂର୍ଣ୍ଣ ଭାବରେ ସୁବର୍ଣ୍ଣ ରଙ୍ଗର ହୋଇଛି । ଏହି ରଥକୁ ଦେଖିବା ପାଇଁ ଶହ ଶହ ଆନ୍ଧ୍ର ବାସୀ ସମୁଦ୍ର କୁଳ ମୁହାଁ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *