ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ତପସ୍ୱିନୀ ଏବଂ ଡାକ୍ତର ସୁମିତ ଙ୍କ କେଶ ଦିନକୁ ଦିନ ବିଗିଡିବାରେ ଲାଗିଛି । କେତେବେଳେ ସୁମିତ ଫେରାର ହୋଇ ଯାଉଛନ୍ତି ତ କେତେବେଳେ ଫୁଣି ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ର ବାହାନା କରୁଛନ୍ତି ଏବଂ ଆଉ ବର୍ତ୍ତମାନ ସେ ତପସ୍ୱିନୀ ଓରଫ ଡ଼ିମ୍ପଲ ଙ୍କ ର ଏକ ଭିଡିଓ ଦେଖାଇ ଯେଉଁଥିରେ ସେ ଆଠ ଲକ୍ଷ ଟଙ୍କା ମାଗୁଥିବାର ଦେଖା ଦେଉଛି ତାକୁ ବର୍ତ୍ତମାନ ଭାଇରାଲ କରେଇ ସାରିଛନ୍ତି ।

ତେବେ ଏହାକୁ ନେଇ ବର୍ତ୍ତମାନ ସମାଜ ସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି କି ଏହା ହେଉଛି ଝିଅ ଅର୍ଥାତ ତପସ୍ୱିନୀ ଙ୍କ ବିରୁଦ୍ଧରେ ଏକ ଚକ୍ରାନ୍ତ ଏବଂ ଏଭଳି କରି ଆମକୁ ଏଠାରେ ହଟେଇ ବାକୁ ଚାହୁଁଛନ୍ତି । ମୋତେ ଧମକ ମିଳୁଛି ତପସ୍ୱିନୀ କୁ ମଧ୍ୟ ଧମକ ମିଳୁଛି କିନ୍ତୁ ସେମାନେ ଜାଣି ନାହାଁନ୍ତି କି ତପସ୍ୱିନୀ ସହ ଏକା ମୁଁ ନୁହେଁ ଆହୁରି ଶହ ଶହ ଲୋକ ଛିଡା ହୋଇଛନ୍ତି । ତେବେ ସୁମିତ ଙ୍କ ଘରେ ହଜାରେ କିଳା ଏବଂ ଏସବୁ ପ୍ରମାଣ ଆମେ କୋର୍ଟରେ ଦାଖଲ କରିବୁ ।
ଯେପର୍ଯ୍ୟନ୍ତ ତପସ୍ୱିନୀ କୁ ସେମାନେ ସ୍ୱୀକାର କରି ନାହାନ୍ତି ସେ ପର୍ଯ୍ୟନ୍ତ ମୁଁ ଏହିଠାରେ ବସି ରହିବି । ତେବେ ତପସ୍ୱିନୀ- ସୁମିତଙ୍କ କଳି ମଝିରେ ପ୍ରଥମ ଦିନରୁ ହିଁ ସମାଜସେବୀ ପ୍ରମିଳା ତ୍ରିପାଠୀ ସହଯୋଗ କରିଆସୁଛନ୍ତି । ତପସ୍ଵିନୀଙ୍କୁ ନିଜ ଝିଅ ଭଳି ଭାବି ତାଙ୍କ ସହ ପୂର୍ବରୁ ମଧ୍ୟ ଧାରଣାରେ ବସିଥିଲେ । ତପସ୍ଵିନୀଙ୍କ ପାଇଁ ସେ ବି ଶୀତକାକରରେ ଘର ବାହାରେ ଧାରଣାରେ ବସିଛନ୍ତି ।
ସେପଟେ ତପସ୍ୱିନୀଙ୍କ ଶାଶୂଘର ଲୋକେ କିନ୍ତୁ ନଛୋଡ଼ବନ୍ଧା । ଘର କବାଟ କିଳି ରହିଛନ୍ତି ହେଲେ ବୋହୂକୁ ଘରକୁ ପଶେଇ ଦେଉନାହାନ୍ତି । ତେବେ ସୂଚନା ଯୋଗ୍ୟ ଯେ ସୁମିତ ସାହୁଙ୍କୁ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ ତପସ୍ୱିନୀ । ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ ।

ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି । ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ । ଆଉ ସେ ପୁଣି ଧାରଣାରେ ବସିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

