Sumit ଓ Tapaswini ଙ୍କ ମଧ୍ୟରେ ସଞ୍ଜିତ କିଏ ? କିଏ ଏହି ତୃତୀୟ ବ୍ୟକ୍ତି ? ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବହୁ ଚର୍ଚ୍ଚିତ ଖବର ତପସ୍ୱିନୀ ଏବଂ ସୁମିତ ଙ୍କ ଘଟଣା ଦିନକୁ ଦିନ ଆହୁରି ଗମ୍ଭୀର ଏବଂ ବିଗିଡିବାରେ ଲାଗିଛି । ତେବେ ବର୍ତ୍ତମାନ ସୁମିତ ଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ତପସ୍ୱିନୀ ଆଠ ଲକ୍ଷ ଟଙ୍କା ମାଗୁଥିବା ଦାବି କରାଯାଇଛି । ଏହି ଭିଡିଓ କେବେ ସୁଟ୍ ହୋଇଛି, ସେ ନେଇ ସ୍ପଷ୍ଟ ତଥ୍ୟ ନଥିବା ବେଳେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ପାଇଁ କଥା କଟାକଟି ହୋଇଛି । ଭିଡିଓଟିକୁ ସୁମିତ ନିଜେ ସୁଟ୍ କରିଥିବା ବେଳେ ତପସ୍ୱିନୀଙ୍କୁ ମୁହାଁମୁହିଁ କରାଇବାକୁ ଚେଷ୍ଟା କରିଛନ୍ତି ।

ତେବେ ସୁମିତ ସେହି ଭିଡିଓ ରେ ତପସ୍ୱିନୀ କୁ ତାଙ୍କ ହ୍ଵାଟ୍ସଆପ ଚାଟ ଏବଂ ଫୋଟୋ ବିଷୟରେ କିଛି ପ୍ରଶ୍ନ କରୁଥିଲେ ଏବଂ ସେ ଏତେ ତାଙ୍କ ପାଇଁ କରିଛନ୍ତି କିନ୍ତୁ ଶେଷ ରେ ସେ ଏହିଭଳି କରିଲେ ବୋଲି କହୁଛନ୍ତି ଏବଂ ସଞ୍ଜିତ କିଏ ବୋଲି ମଧ୍ୟ ସୁମିତ ତପସ୍ୱିନୀ କୁ ପ୍ରଶ୍ନ କରିଥିଲେ । ତେବେ ତପସ୍ୱିନୀ କିଛି ଉତ୍ତର ଦେଇ ନଥିଲେ ତେବେ ବାର ବାର ପଚାରିବା ଯୋଗୁଁ ଯେଉଁଥିରେ ଊତ୍ୟକ୍ତ ହୋଇ ତପସ୍ୱିନୀ କହୁଛନ୍ତି ଆଗ ୮ ଲକ୍ଷ ଟଂକା ଦେଇଦିଅ ପରେ ଛାଡ଼ପତ୍ର କଥା ।

ତେବେ ତା ସହ ତପସ୍ୱିନୀ ବହୁତ ଅଭଦ୍ରାମି ର ସହ ଖରାପ ଭାଷା ର ମଧ୍ୟ ପ୍ରୟୋଗ କରୁଥିବାର ନଜର ଆସିଛି । ତେବେ ଏହି ଭିଡିଓ ବର୍ତ୍ତମାନ ଗଣମାଧ୍ୟମ ରେ ଖୁବ ଭାଇରାଲ ହେବା ସହ ଚର୍ଚ୍ଚା ରେ ମଧ୍ୟ ଆସି ଯାଇଛି । ତେବେ ଏହାକୁ ନେଇ ଯେତେବେଳେ ତପସ୍ୱିନୀ ଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ୮ ଲକ୍ଷ ଟଙ୍କା ସୁମିତଙ୍କ ପରିବାର ବାହାଘର ସମୟରେ ନେଇଥିଲେ ।

ଗାଈ ବିକି ଏହି ଟଙ୍କା ସୁମିତଙ୍କ ପରିବାରକୁ ଦିଆଯାଇଥିବା ସେ ପାଲଟା ଅଭିଯୋଗ କରିଛନ୍ତି । କୌଣସି ପରିସ୍ଥିତିରେ ସେ ଛାଡ଼ପତ୍ର ନେବେ ନାହିଁ ବୋଲି କହିଛନ୍ତି । ତେବେ ଏହା ଛଡା ସେ କହିଛନ୍ତି କି ତେବେ ଶାଶୂଘର ଲୋକ ମନଇଚ୍ଛା କାହାଣୀ ଲେଖୁଛନ୍ତି ବୋଲି କହିଛନ୍ତି ତପସ୍ୱିନୀ । ହାସ୍ୟାସ୍ପଦ କାରଣ ଦର୍ଶାଇ ସ୍ୱାମୀ ଡିଭୋର୍ସ ପିଟିସନ୍ ଫାଇଲ କରିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବାହାରେ ବସିବେ ତପସ୍ୱିନୀ ।

ସ୍ୱାମୀ ଛାଡ଼ପତ୍ର ଆବେଦନ କରିଥିଲେ ସୁଦ୍ଧା ଅର୍ଡର ନଆସିବା ପର୍ଯ୍ୟନ୍ତ ମିଶିକି ରହିବା ପାଇଁ ଚାହୁଁଛନ୍ତି । ଏହାସହ ଡିଭୋର୍ସ ପିଟିସନ୍‌ରେ ସୁମିତ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତପସ୍ୱିନୀ । ସପିଂ କରିବାକୁ ଯାଇଥିବା ବେଳେ ସ୍ତ୍ରୀ ଘରକୁ ପଳାଇଥିଲା, ଯେତେ ଡାକିଲେ ସୁଦ୍ଧା ଆସିଲାନି । ଆଉ ସେହି ଆଧାରରେ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ସ୍ୱାମୀ । ଛାଡ଼ପତ୍ର ପାଇଁ ଏହା ଏକ ବୈଧ କାରଣ କି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।

ଡାଉରୀ କେସ କରିଥିଲେ ବିନା ବେଲରେ ଶାଶୂଘର ଲୋକଙ୍କୁ ଜେଲ୍ ହୋଇଥାଆନ୍ତା । ଶାଶୂ ଘର ଲୋକ ଆବର୍ସନ କରାଇଥିବାର ଯଥେଷ୍ଟ ପ୍ରମାଣ ଥିଲେ ସୁଦ୍ଧା ଅଭିଯୋଗରେ ସେକଥା ଉଲ୍ଲେଖ କରିନାହାନ୍ତି ତପସ୍ୱିନୀ । କୌଣସି ମତେ ଶ୍ୱଶୁର ତପସ୍ୱିନୀ ଓ ସୁମିତଙ୍କୁ ମିଶାଇ ଦେବୁନି ବୋଲି କହିଥିଲେ । ଆଉ ସେଥିପାଇଁ କେବଳ କାଉନସେଲିଂ ପାଇଁ ପୋଲିସରେ ଲେଖିକି ଦେଇଥିବା କହିଛନ୍ତି ତପସ୍ୱିନୀ ।

ସେପଟେ ସ୍ୱାମୀ-ସ୍ତ୍ରୀଙ୍କ ମାମଲାରେ ଆସନ୍ତାକାଲି ବ୍ରହ୍ମପୁର ଏସଡିଜିଏମ୍ କୋର୍ଟରେ ଶୁଣାଣି ରହିଛି । ତପସ୍ୱିନୀଙ୍କ ସମେତ ସାରା ଓଡ଼ିଶାବାସୀଙ୍କର କୋର୍ଟ ରାୟ ଉପରେ ନଜର ରହିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *